ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପରତା

ନୟାଗଡ଼ ଅଫିସ,୨୨।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେଇଁ ଶୋଇଥିବା ନୟାଗଡ଼ ଜିଲା ପ୍ରଶାସନ ତତ୍ପର ହୋଇଛି। ଗୁରୁବାର ସନ୍ଧ୍ୟାରେ ପାଣିପୋଇଲାସ୍ଥିତ ଚିନିକଳକୁ ଜିଲାପାଳ ପୋମା ଟୁଡୁ, ଏସ୍‌ପି ସିଦ୍ଧାର୍ଥ କଟାରିଆ ଓ ଡିଏଫ୍‌ଓ ଏଚ୍‌.ଡି. ଧନରାଜ ଅଚାନକ ପରିଦର୍ଶନ କରି ଫେରିଛନ୍ତି। ଚିନିକଳର ଚୋରିକୁ ରୋକିବାକୁ ଜିଲାପାଳ କଠୋର ନୀତି ଆପଣେଇଛନ୍ତି। ଚିନିକଳ ପରିସରରେ ସିସିଟିଭି କ୍ୟାମେରା ଲାଗିବ। ସେହି ପରିସରକୁ ଆଲୋକିତ ରଖିବା ପାଇଁ ବିଦ୍ୟୁତ୍‌ ଆଲୋକର ବ୍ୟବସ୍ଥା ହେବ। ମୁଖ୍ୟ ଫାଟକ ଦେଇ ଜଣେ ବ୍ୟକ୍ତି ଯିବା ପାଇଁ ବାଟ ରଖାଯାଇ କାନ୍ଥ ଦିଆଯିବ। ଅନ୍ୟ ଫାଟକଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ କାନ୍ଥ ଦେଇ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସୁରକ୍ଷା ଦେବା ପାଇଁ ଫୋର୍ସ ମୁତୟନ ହେବେ। ଚିନିକଳ ପରିସରକୁ ପଡିଥିବା ବିଭିନ୍ନ ପାଦଚଲା ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯିବ। ଶୁକ୍ରବାର ସଦର ଥାନା ଆଇଆଇସିଙ୍କ ସହ ଚିନିକଳକୁ ବୁଲି ପରିସ୍ଥିତି ଅନୁଧ୍ୟାନ କରାଯିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ଜିଲାପାଳଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ନୟାଗଡ଼ ଜିଲାପାଳ ଟୁଡୁ ଓ ଚିନିକଳର ପରିଚାଳନା ନିର୍ଦ୍ଦେଶକ ପଣ୍ଡାଙ୍କୁ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଜିଲାପାଳ ଓ ଏସ୍‌ପି ତରବରିଆ ଭାବେ ଚିନିକଳକୁ ଯାଇ ଗୁରୁବାର ସମୀକ୍ଷା କରିଛନ୍ତି। ୨୦୨୦ ମାର୍ଚ୍ଚ ୧୨ରେ ଜିଲା ପ୍ରଶାସନ ଚିନିକଳର ସମ୍ପତ୍ତି ଆକଳନ କରି ସିଲ୍‌ କରିଥିଲା। ଏହାପରେ ଚିନିକଳର ସୁରକ୍ଷାକୁ ନେଇ ଆଦୌ ଧ୍ୟାନ ଦିଆଯାଇ ନ ଥିଲା। ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ଚିନିକଳର ସୁରକ୍ଷା ପାଇଁ ହାଇକୋର୍ଟ ଗତ ଡିସେମ୍ବର ୪ରେ ନିର୍ଦ୍ଦେଶ ଦେଇଥିଲେ । ଚିନିକଳର ସମ୍ପତ୍ତି ସୁରକ୍ଷିତ ଅଛି କି ନାହିଁ ଏବଂ ପୋଲିସ ମୁତୟନ କରାଯାଇ ସୁରକ୍ଷା ଦିଆଯାଉଛି କି ନାହିଁ ସେନେଇ ବ୍ୟକ୍ତିଗତ ସତ୍ୟପାଠ ମାଧ୍ୟମରେ ଅବଗତ କରାଇବା ପାଇଁ ଜିଲାପାଳ ଓ ଚିନିକଳର ପରିଚାଳନା ନିର୍ଦ୍ଦେଶକଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ତଥାପି ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ବିଧାୟକ ଚୟନ କମିଟି ଗଠନ: ବାଛିବେ ୬ ସଦସ୍ୟ, ଜଣେ ସାମ୍ବାଦିକ ସାମିଲ

ଭୁବନେଶ୍ୱର,୨୭।୫: ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ ହୋଇଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୬ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି।…

ଭାରତରେ କରୋନାଠାରୁ ବିପଜ୍ଜନକ ‘ଇବୋଲା’ ଭାଇରସର ଏଣ୍ଟ୍ରି! ଆଫ୍ରିକାରୁ ଫେରିଥିବା ୨୮ ବର୍ଷୀୟ ମହିଳା ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୭।୫: ଆଫ୍ରିକାରେ ବ୍ୟାପିବା ପରେ ଏବେ ଭାରତରେ ଇବୋଲା ଭାଇରସ ମାମଲା ଦେଖାଯାଇଛି। ଉଗାଣ୍ଡାରୁ ଫେରିଥିବା ଜଣେ ମହିଳାଙ୍କଠାରେ ଇବୋଲା ଭାଇରସ ଲକ୍ଷଣ। ଏନେଇ କେନ୍ଦ୍ର…

OAS ପରୀକ୍ଷାରେ ୪୫ତମ ସ୍ଥାନ ଅଧିକାର କଲେ କେନ୍ଦ୍ରାପଡ଼ା ଝିଅ: ବିଜୟନଗରରେ ଉତ୍ସବ ମାହୋଲ

ମହାକାଳପଡ଼ା, ୨୭।୫ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳ ବିଜୟନଗର ଗ୍ରାମର…

ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା: ପୂରଣ ହେବ ଏତେ ପଦବୀ

ଭୁବନେଶ୍ୱର, ୨୭।୫: ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। ୭୬୬୪ ପଦବୀ ପୂରଣ ପାଇଁ ଓ ସରକାରଙ୍କ ଗୃହ ବିଭାଗ ଦ୍ୱାରା OUSSSCକୁ ଚିଠି ଲେଖାଯାଇଛି।…

କ୍ୟାନ୍ସର ରୋଗରେ ମୃତ ପରିବାରଙ୍କୁ ଭେଟିଲେ ବିଧାୟକ, ଶେଷ ଦର୍ଶନ ସହ କରିବା ସହ…

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ ): ଅସହାୟ, ଅବହେଳିତ ହେଉ ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଯାଇଥାନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।…

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ-୨୦୨୬: ଜିଲା ପ୍ରଶିକ୍ଷଣ ବର୍ଗରେ ଯୋଗଦେଲେ ମନ୍ତ୍ରୀ

ଦାରିଙ୍ଗବାଡି, ୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରାଣୀଦୁର୍ଗା ରେସିଡେନ୍ସୀ ପରିସର ମଧ୍ୟରେ ଭାଜପା ପକ୍ଷରୁ ୨ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ -୨୦୨୬…

କାହିିଁକି ଇସ୍ତଫା ଦେବେ ସିଦ୍ଦାରାମାୟା, ଜଣାପଡିଲା ଅସଲ କାରଣ, କଂଗ୍ରେସ ଖେଳିଲା ବଡ଼ ଚାଲ୍‌

ନୂଆଦିଲ୍ଲୀ, ୨୭।୫: କଂଗ୍ରେସ ଦଳ କର୍ନାଟକରେ ଦୀର୍ଘ ଦିନ ଧରି ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରାୟ ସମାଧାନ କରିସାରିଛି। ଦୀର୍ଘ ସମୟ ଧରି ଦୁଇ ଶକ୍ତିଶାଳୀ ନେତା,…

ଆଜି ଢିଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ

ଭୁବନେଶ୍ୱର,୨୭।୫:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri