ଟାଙ୍କି ଅଛି, ପାଇଖାନା ନାହିଁ

ନୟାଗଡ଼ ଅଫିସ,୨୨।୧: ନୟାଗଡ଼ ଜିଲାରେ ସ୍ବଚ୍ଛ ଭାରତ ମିଶନ ଯୋଜନା ଏକପ୍ରକାର ଦିଗହରା ହୋଇଛି। ଏହି ଜିଲାର ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ତଥାପି ବାହ୍ୟ ମଳମୁକ୍ତ ଗାଁ ଦର୍ଶାଇ ଅର୍ଥ ହଡ଼ପ କରାଯାଇଛି। ଏହାର ତଦାରଖ କରାଯାଉ ନ ଥିବାରୁ କେବଳ କାଗଜପତ୍ରରେ ଘୋଷିତ ବାହ୍ୟ ମଳମୁକ୍ତ ଗାଁ ପରିବେଶରୁ ଦୁର୍ଗନ୍ଧ ବାହାରୁଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ଏପରି ଅବ୍ୟବସ୍ଥା ଉପରେ ଲଗାମ ରହୁନାହିଁ। ଯା’ର ନଜିର ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଚକାପଥର ଗାଁରେ ଦେଖିବାକୁ ମିଳୁଛି।
ଚକାପଥର ଗାଁର ଜଣେ ହିତାଧିକାରୀଙ୍କ ବାରିରେ ନିର୍ମାଣ ହୋଇଥିବା ପାଇଖାନାକୁ ସମ୍ପୂର୍ଣ୍ଣ କରାଯାଇନାହିଁ। ହେଲେ ୧୨ ହଜାର ଟଙ୍କା ବିଲ୍‌ ହୋଇଛି। କେତେଜଣ ହିତାଧିକାରୀଙ୍କ ବାରିରେ ପାଇଖାନା ନାହିଁ, କେବଳ ଟାଙ୍କି ନିର୍ମାଣ ହୋଇଛି। ଆଉ କାହା ବାରିରେ ଟାଙ୍କି ନିର୍ମାଣ ହୋଇଛି, ଅଥଚ ପାଇଖାନା ନିର୍ମାଣ ହୋଇନି। ଚକାପଥର ଗାଁରେ ପାଇଖାନା ନିର୍ମାଣ କରାଯାଇଥିବାବେଳେ ଫଳକରେ ଗାଁର ନାଁ ଢିପମାଳ ଲେଖାଯାଇଛି। ଏପରି ଅନିୟମିତତାକୁ ନେଇ ହିତାଧିକାରୀ ପ୍ରତିବାଦ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ଏନେଇ ଚକାପଥର ଗାଁର ଅମର ପ୍ରଧାନ କୁହନ୍ତି, ମୋ ପାଇଖାନା ନିର୍ମାଣ ହୋଇନି। ପାଇଖାନା ଟାଙ୍କି ନନ୍ଦରେ ତିଆରି ହୋଇଥିଲା। ଏବେ ସେହି ଟାଙ୍କି ପୋତି ହେବାକୁ ବସିଛି। ପାଇଖାନା ନ ଥିବାରୁ ଆମ ପରିବାର ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି। ଅନ୍ୟପକ୍ଷେ ମୋର ପାଇଖାନା ନିର୍ମାଣ ହୋଇ ନ ଥିଲେ ହେଁ ୧୨ ହଜାର ଟଙ୍କା ବିଲ୍‌ ହୋଇଛି। ଗାଁର ଅନ୍ତର୍ଯ୍ୟାମୀ ପ୍ରଧାନ ଓ ବୈକୁଣ୍ଠ ପ୍ରଧାନ କୁହନ୍ତି, ୨୦୧୯-୨୦ ଆର୍ଥିକ ବର୍ଷରେ ଆମ ବାରିରେ ପାଇଖାନା ନିର୍ମାଣ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଟାଙ୍କି ନିର୍ମାଣ ହୋଇନି। ତେଣୁ ପାଇଖାନା କାମରେ ଲାଗୁନି। ଗାଁରେ ଆଦିବାସୀ ଓ ଅନ୍ୟ ସଂପ୍ରଦାୟର ୩୦ ପରିବାରର ୨୩୦ରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ସେମାନଙ୍କ ମଧ୍ୟରୁ କେବଳ ଜଣେ ୱାର୍ଡ ମେମ୍ବରଙ୍କ ପାଇଖାନା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଅନ୍ୟ କାହାରି ପାଇଖାନା ନିର୍ମାଣ ଶେଷ ହୋଇନି। ୨ ଜନପ୍ରତିନିଧି କାମ କରିବା ନାଁରେ ପାଇଖାନା ଟଙ୍କା ହଡ଼ପ କରିଛନ୍ତି, ଯାହାକି ତଦନ୍ତସାପେକ୍ଷ ବୋଲି ସେମାନେ କହିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି କାମ ସମ୍ପୂର୍ଣ୍ଣ କରୁନାହାନ୍ତି। ଆମେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ। ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଆମେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛୁ ବୋଲି ସେମାନେ କହିଛନ୍ତି। ମଥୁରା କଅଁର କୁହନ୍ତି, ମୋ ଗାଁ ନାଁ ଚକାପଥର। ଆମ ଗାଁରେ ଯେତେସବୁ ପାଇଖାନା ନିର୍ମାଣ ହୋଇଛି, ସେଥିରେ ଠିକଣା ଢିପମାଳ ଲେଖାଅଛି। ଗାଁର ନାଁ ଭୁଲ୍‌ କାହିଁକି ଲେଖାଯାଉଛି କହିବାରୁ ଆମ କଥା କେହି ଶୁଣିଲେ ନାହିଁ। ଯଦି ଭୁଲ୍‌ ହୋଇଥିଲା ତା’ର ସଂଶୋଧନ କରାଗଲା ନାହିଁ କାହିଁକି। ତାହା ପଛରେ ଅନିୟମିତତା ଲୁଚି ରହିଥିବା ଜଣାପଡୁଛି।

ଏ ସଂକ୍ରାନ୍ତରେ ତଦନ୍ତ କରାଯାଉ। ସରପଞ୍ଚ ପର୍ଶୁରାମ ସ୍ବାଇଁ କୁହନ୍ତି, ଗାଁ ନାଁ ଢିପମାଳ ହେଉ କି ଚକାପଥର, ସେଥିରେ କିଛି ଅସୁବିଧା ନାହିଁ। ସବୁ ଲୋକଙ୍କ ପାଇଖାନା ନିର୍ମାଣ ଶେଷ ହୋଇଛି। ଆପଣ ଗାଁକୁ ଆସି ଦେଖିପାରନ୍ତି। ସବୁ ଠିକ୍‌ ଅଛି। ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ରାଜୀବ ପାଣିଗ୍ରାହୀ କୁହନ୍ତି, ଆମର ସେଥିରେ କିଛି କରିବାର କ୍ଷମତା ନାହିଁ। ଏନେଇ ବିଡିଓ ଓ ପିଡି ଡିଆରଡିଏଙ୍କୁ ପଚାରନ୍ତୁ। ସେହି ଯୋଜନାର କାମ ଶେଷ ହୋଇସାରିଛି। ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ କୁହନ୍ତି, ଚକାପଥର ଗାଁରେ ନିର୍ମାଣ ହୋଇଥିବା ପାଇଖାନା କାମରେ ଏପରି ଅନିୟମିତତା ହୋଇଥିବା ସଂକ୍ରାନ୍ତରେ ଅବଗତ ନ ଥିଲି। ଏନେଇ ବିଡିଓଙ୍କ ସହ ଆଲୋଚନା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri