Posted inଜାତୀୟ

ରାୟକୁ ସ୍ବାଗତ, ହଟିବୁ ନାହିଁ

ନୂଆଦିଲ୍ଲୀ,୧୩ା୧: ସୁପ୍ରିମକୋର୍ଟ କୃଷି ଆଇନ ଉପରେ ମଙ୍ଗଳବାର ସ୍ଥଗିତାଦେଶ ଜାରି କରି ଦେଇଥିବା ରାୟକୁ କୃଷକ ସଙ୍ଗଠନଗୁଡ଼ିକ ସ୍ବାଗତ କରିଛନ୍ତି। ତେବେ ସମ୍ପୂର୍ଣ୍ଣ ଆଇନକୁ ପ୍ରତ୍ୟାହାର କରା ନ ଯିବା ଯାଏ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ମଧ୍ୟ ଅଚଳାବସ୍ଥା ଦୂର ହେବା ନେଇ ଆଶା ଦେଖାଯାଉନାହିଁ।
ସମେତ ଜାତୀୟ ରାଜଧାନୀ ସଂଲଗ୍ନ ସୀମାରେ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ମଙ୍ଗଳବାର ୪୮ ଦିନରେ ପହଞ୍ଚତ୍ଛି। ଆନ୍ଦୋଳନରତ ୪୦ କୃଷକ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ସୁପ୍ରିମକୋର୍ଟ ରାୟ ଆସିବା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବା ଲାଗି ଏକ ବୈଠକ ଡାକିଛି। ଏଥିରେ କୃଷକ ନେତାମାନେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ନିକଟରେ ସେମାନେ ହାଜର ହେବେ ନାହିଁ। ଆନୁଷ୍ଠାନିକ ନିଷ୍ପତ୍ତି ମୋର୍ଚ୍ଚା ପକ୍ଷରୁ ନିଆଯିବ। ମୋର୍ଚ୍ଚାର ବରିଷ୍ଠ ନେତା ଅଭିମନ୍ୟୁ କୋହର କହିଛନ୍ତି, କୃଷି ଆଇନର କାର୍ଯ୍ୟକାରିତା ସ୍ଥଗିତ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ସମ୍ପୂର୍ଣ୍ଣ ଆଇନକୁ ଉଚ୍ଛେଦ କରିବା ହେଉଛି ଆମର ଦାବି। କୃଷକ ନେତା ହରିନ୍ଦର ଲୋଖଓ୍ବାଲଙ୍କ ମତରେ ଆଇନ ନ ହଟାଯିବା ପର୍ଯ୍ୟନ୍ତ ବିକ୍ଷୋଭ ଚାଲିବ। କମିଟି ଉପରେ ଆମର ବିଶ୍ୱାସ ନାହିଁ। ଏକଥା ଆମେ ମୂଳରୁ କହିଆସୁଛୁ। ସରକାର କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ଏବେ ସୁପ୍ରିମକୋର୍ଟ ସହ ଆମେ ଏହି କମିଟିର କାର୍ଯ୍ୟକାରିତା ଦେଖିବୁ ବୋଲି ଅଲ୍‌ କିଷାନ ସଭା (ପଞ୍ଜାବ) ଉପାଧ୍ୟକ୍ଷ ଲଖ୍‌ବୀର ସିଂ କହିଛନ୍ତି। କୃଷକ ନେତା ଜଶପ୍ରୀତ ସିଂ ସିଙ୍ଘୁ ସୀମାରେ କହିଛନ୍ତି, ୪ ମାସ ହେଲା ଆନ୍ଦୋଳନ କରୁଛୁ। ୭୦ ଜଣ ପ୍ରାଣ ହରାଇଲେଣି। ପଛଘୁଞ୍ଚା ଦେବୁ ନାହିଁ।
ପାଟନାସ୍ଥିତ ରାଜଭବନ ଆଗରେ ଆସନ୍ତା ୧୫ରେ ବିକ୍ଷୋଭ କରାଯିବ ବୋଲି ବିହାର କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିହାର କଂଗ୍ରେସ ପ୍ରଭାରୀ ଭକ୍ତଚରଣ ଦାସ କହିଛନ୍ତି, କୃଷକମାନଙ୍କୁ ସମର୍ଥନ ଜଣାଇ ବିକ୍ଷୋଭ ଶୋଭାଯାତ୍ରା କରିବା ଲାଗି ଆମେ ସ୍ଥିର କରିଛୁ। ଏହି ପ୍ରସଙ୍ଗକୁ ନେଇ ସେପଟେ ହରିୟାଣାର ମନୋହରଲାଲ ଖଟ୍ଟାର ସରକାର ଉପରେ ବିପଦ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର ନ କଲେ ହରିୟାଣାର ଶାସକ ଭାଜପା-ଜେଜେପି ମେଣ୍ଟକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଜେଜେପିର ଏକ ବିଧାୟକ ଗୋଷ୍ଠୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri