ଏପ୍ରିଲ୍‌ ସୁଦ୍ଧା ଭାରତକୁ ମିଳିପାରେ ୫ ନୂଆ କରୋନା ଟିକା

ନୂଆଦିଲ୍ଲୀ,୧୩।୧: ଏବେ ଭାରତକୁ ଦୁଇଟି କରୋନା ଟିକା ମିଳିଛି। କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ ଟିକାର ସାର୍ବଜନୀକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଆସନ୍ତା ଏପ୍ରିଲ୍‌ ସୁଦ୍ଧା ଦେଶରେ ୫ଟି ନୂଆ ଟିକା ଉପଲବ୍ଧ ହେବ ବୋଲି କୁହାଯାଉଛି। ଏକ ମାସ ମଧ୍ୟରେ ଜାଇଡସ୍‌ କାଡ଼ିଲା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସ୍ବଦେଶୀ ଟିକା ଜାଇକୋ-ଡି ଏବଂ ରୁଷ୍‌ ଟିକା ସ୍ପୁଟନିକ୍‌-୫କୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବାର ସମ୍ଭବନା ରହିଛି। ଏହି ଟିକା ଦୁଇଟିର ଶେଷ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଫେବୃୟାରୀ ଶେଷ ଅବା ମାର୍ଚ୍ଚ ଆରମ୍ଭରେ ଏହି ଦୁୁଇ ଟିକାକୁ ମଞ୍ଜୁରୀ ମିଳିବ ବୋଲି କୁହାଯାଉଛି। ସେହିପରି ଫାଇଜର ଟିକା ଅନୁମତି ପାଇଁ ଆବେଦନ କରିଛି। ବିଶେଷଜ୍ଞ କମିଟି ପକ୍ଷରୁ ଟିକାର ପରୀକ୍ଷଣ ସମ୍ପର୍କିତ ତଥ୍ୟ ଲୋଡ଼ିଛନ୍ତି। ପରୀକ୍ଷଣ ରିପୋର୍ଟ ଅନୁସାରେ ଫାଇଜର ଟିକାର ଜରୁରିକାଳୀନ ବ୍ୟବହାର କରିବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ସେହିପରି ନୋବେଲ ଟିକା ଉପରେ ପରୀକ୍ଷଣ ଜାରି ରହିଛି। ଏହାର ପରୀକ୍ଷା ଶେଷ ହେବା ପାଇଁ ଦୁଇମାସ ସମୟ ଲାଗିବ। ଜେନେଭା ଫାର୍ମାସ୍ୟୁଟିକାଲ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏମ୍‌ଆର୍‌ଏନ୍‌ଏ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଏହାକୁ ଫେବୃୟାରୀ ଶେଷ ସୁଦ୍ଧା ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯିବାର ଆଶା ରହିଛି। ଏହାକୁ ଭାରତୀୟ ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

ଭାଜପାରେ ଯୋଗଦେବେ ହେମନ୍ତ ସୋରେନ! NDA ବିଧାୟକ ଦେଲେ ବଡ଼ ଅଫର

ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ପରେ, ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ପରିମଳ ନାଥୱାନୀ ବିଜୟୀ ହୋଇଥିଲେ। କଂଗ୍ରେସକୁ ଝଟକା ଲାଗିଥିଲା କାରଣ…

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏୟାରବ୍ୟାଗ ଯୋଗୁ ଟଳିଲା…

କେନ୍ଦୁଝର,୧୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଦେଇ ୪୯ ନଂ ଜାତୀୟ ରାଜପଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri