ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣ: ୪ ଯବାନ ଆହତ
ଶ୍ରୀନଗର, ୨୭।୧: ଜମ୍ମୁ-କଶ୍ମୀରରେ ସେନା ଯବାନଙ୍କ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪ ଜଣ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦକ୍ଷିଣ କଶ୍ମୀରର କୁଲଗାମ୍ର ଶାମିପୋରାରେ ହାଇଓ୍ବେରେ ରୋଡ୍ ଓପନିଂ…
ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ: ସିଦ୍ଧୁ-ଟିକାଇତ-ଲାଖାଙ୍କ ଉପରେ ପୋଲିସ ନଜର
ନୂଆଦିଲ୍ଲୀ, ୨୭।୧: ଦିଲ୍ଲୀରେ ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ ନେଇ ପୋଲିସ ଏବେ ୩ ନେତାଙ୍କ ଉପରେ ନଜର ରଖିଛି। ପଞ୍ଜାବୀ ଅଭିନେତା ଦୀପ୍ ସିଦ୍ଧୁ, କୃଷକ ନେତା ରାକେଶ ଟିକାଇତ ଏବଂ ଲାଖା ସିଂ ସିଧାନା ଅନ୍ନଦାତାଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଛି।…
ଭାରତ ସରକାର ଅହିଂସା ପ୍ରଦର୍ଶନ ଅଧିକାରକୁ ସମ୍ମାନ ଦେବା ଆବଶ୍ୟକ: ଜାତିସଂଘ
ଜେନେଭା, ୨୭।୧: କୃଷି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ପ୍ରଦର୍ଶନ ସମୟରେ ଘଟିଥିବା ହଂସାକାଣ୍ଡ ନେଇ ଜାତିସଂଘ ମୁହଁ ଖୋଲିଛି। ଜାତିସଂଘର ମହାସଚିବଙ୍କ ପ୍ରବକ୍ତା ଷ୍ଟିଫନ ଦୁଜାରିକ କହିଛନ୍ତି ଯେ, ଭାରତ ସରକାର ଅହିଂସା ପ୍ରଦର୍ଶନ ଅଧିକାରକୁ ସମ୍ମାନ ଦେବା…
ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ, ୫ କୋଟି ୟୁଜର ପ୍ରଭାବିିତ
ନୂଆଦିଲ୍ଲୀ,୨୭।୧: କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ ମଙ୍ଗଳବାର ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା। ପୁଣି ଇଣ୍ଟରନେଟ…
ଦିଲ୍ଲୀ ସ୍ଥିତି ଅଣାୟତ: ୩୦୦ରୁ ଅଧିକ ପୋଲିସ ଆହତ, ୨୨ ମାମଲା ରୁଜୁ
ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ ପୋଲିସ ଏବଂ ଅନ୍ନଦାତା ମୁହାଁମୁହିଁ ହୋଇଛନ୍ତି। ଫଳରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଅନ୍ନଦାତାଙ୍କ ସହିତ ଧସ୍ତାଧସ୍ତିରେ ୩୦୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଉତ୍ତର ଦିଲ୍ଲୀରେ ୪୧ ଜଣ, ପୂର୍ବ ଦିଲ୍ଲୀରେ ୩୪, ପଶ୍ଚିମ…
ଦିଲ୍ଲୀରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ !
ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସିଙ୍ଘୁ…
ଲାଲ୍ କିଲ୍ଲାରେ ପତାକା ଉଡାଇଲେ ଆନ୍ଦୋଳନକାରୀ !
ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଛି। କେତେକ ଆନ୍ଦୋଳନକାରୀ ଲାଲ୍ କିଲ୍ଲାରେ ପ୍ରବେଶ କରି ପତାକା ଉଡାଇଥିଲେ। ସେମାନେ ପୋଲିସ ବାଧାକୁ ଖାତିର ନ କରି ଏଭଳି କରିଥିଲେ। ତେବେ ଆନ୍ଦୋଳନକାରୀମାନେ…
ମନ୍ତ୍ରମୁଗ୍ଧ କଲା କଳାହାଣ୍ଡିର ‘ବଜାସାଲ’ ଲୋକନୃତ୍ୟ
ନୂଆଦିଲ୍ଲୀ, ୨୬।୧: ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଚଳିତ ଥର କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’ ପରେଡରେ ସାମିଲ ହୋଇଛିି। ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ପକ୍ଷରୁ ୮୦ ଜଣିଆ ନୃତ୍ୟଦଳ ରାଜପଥରେ ମାଦଳର…
ଆରମ୍ଭ ହେଲା ଟ୍ରାକ୍ଟର ରାଲି: କୃଷକ ପୋଲିସ ମୁହାଁମୁହିଁ
ନୂଆଦିଲ୍ଲୀ,୨୬ ।୧: ଗୋଟିଏ ପଟେ ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜଧାନୀ ରାଜପଥରେ ସମାରୋହକୁ ଉପଭୋଗ କରୁଛନ୍ତି ଦେଶବାସୀ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀରେ…
ଶକ୍ତି ପ୍ରଦର୍ଶନ କଲେ ତିନି ସେନା: ପରେଡରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ସାମିଲ
ନୂଅ।ଦିଲ୍ଳୀ,୨୬୧: ମଙ୍ଗଳବାର ୭୨ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀର ରାଜପଥରେ ତିନି ସେନା ପରେଡ଼ କରିଛନ୍ତି। ଏହି ଅବସରରେ ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । ପରେଡ଼ରେ ବ୍ରହ୍ମୋସ୍ ଏବଂ ତେଜସ୍ କ୍ଷେପଣାସ୍ତ୍ରକୁ ସାମିଲ କରାଯାଇଛି ।…
୬ ଓଡ଼ିଆଙ୍କୁ ପଦ୍ମ
ଭୁବନେଶ୍ୱର,୨୬।୧(ବ୍ୟୁରୋ): ୨୦୨୧ ବର୍ଷ ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଏଥର ୬ ଜଣ ଓଡ଼ିଆ ପଦ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତବର୍ଷ ପାଇଁ ଦେଶରେ ୭…
୭୨ତମ ସାଧାରଣତନ୍ତ୍ର ଦିବସ ପାଳନ: ରାଜ୍ୟପାଳ କଲେ ପତାକା ଉତ୍ତୋଳନ
ଭୁବନେଶ୍ୱର,୨୬।୧(ବ୍ୟୁରୋ): ସାରା ଦେଶ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣ ଦିବସ ପାଳିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏହାସହ…

