Posted inଜାତୀୟ

ଆରମ୍ଭ ହେଲା ଟ୍ରାକ୍ଟର ରାଲି: କୃଷକ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬ ।୧: ଗୋଟିଏ ପଟେ ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜଧାନୀ ରାଜପଥରେ ସମାରୋହକୁ ଉପଭୋଗ କରୁଛନ୍ତି ଦେଶବାସୀ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀରେ ଆରମ୍ଭ କରିଛନ୍ତି ଟ୍ରାକ୍ଟର ରାଲି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ବି ରାଲି ଆରମ୍ଭରୁ କୃଷକ ଓ ପୋଲିସ ମୁହାଁମୁହଁ ହୋଇଛନ୍ତି । ନଏଡାରେ କୃଷକମାନେ ବାରିକେଡ ଭାଙ୍ଗି ଦେଇଥିବା ଜଣାପଡିଛି । ପୋଲିସର ହେୟଜ୍ଞାନ ଯୋଗୁ ଏପରି ହୋଇଥିବା କୁହାଯାଉଛି । ଏହାପରେ ପୋଲିସ କୃଷକଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିଛି । ଅକ୍ଷରଧାମ ପୂର୍ବରୁ ପୋଲିସ ଏନ୍‌ଏଚ୍ ୨୪ରେ ବାରିକେଡ କରିଥିଲା । ହେଲେ କେତେଜଣ କୃଷକ ଟ୍ରାକ୍ଟର ସାହାଯ୍ୟରେ ବାରିକେଡକୁ ଭାଙ୍ଗି ଦିଲ୍ଲୀ ଭୀତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ଆଜିକୁ ପ୍ରାୟ ୬୨ ଦିନ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀର ଭିନ୍ନ ଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷରେ ୩ ଲକ୍ଷ ଚାରା ଲଗାଇଲେଣି ବସ୍‌ କଣ୍ଡକ୍ଟର, ଛୁଟୁଛି ପ୍ରଶଂସାର ସୁଅ

ଚେନ୍ନାଇ,୭।୩: ସୋସିଆଲ ମିଡିଆରେ ତାମିଲନାଡୁର ଜଣେ ବସ୍‌ କଣ୍ଡକ୍ଟର ଖୁବ୍‌ ଭାଇରାଲ ହେଉଛନ୍ତି। ଏହି କଣ୍ଡକ୍ଟର ଜଣକ ଗତ ୩୦ ବର୍ଷ ଧରି ନିଜେ ଟଙ୍କା...

ବିବାହ ପରେ ଶାଶୁଘରକୁ ଯାଉଥିଲେ କନ୍ୟା;ବାଟରେ ଲାଗିଲା ଶୋଷ: ଆଉ ତା’ପରେ

ଲକ୍ଷ୍ନୌ,୧୩।୯: ଉତ୍ତରପ୍ରଦେଶର ମୈନପୁରୀରେ ଏକ ରୋଚକ ଘଟଣା ଘଟିଛି। ବିବାହ ପରେ କନ୍ୟା ତାଙ୍କ ଶାଶୁ ଘରକୁ ଯାଉଥିବା ବେଳେ ବାଟରେ ସ୍ବାମୀଙ୍କ ଚକ୍‌ମା ଦେଇ...

ଅମରିନ୍ଦରଙ୍କୁ ଜବାବ ମାଗିଲା ଏଆଇସିସି

ନୂଆଦିଲ୍ଲୀ, ୨୩ା୬: ପଞ୍ଜାବ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଓ ଅନ୍ୟ କେତେଜଣ...

ଭାରତ-ଚାଇନା ସୀମା ବିବାଦକୁ ନେଇ ହେବ କଥାବାର୍ତ୍ତା

ନୂଆଦିଲ୍ଲୀ,୧୨ ।୧୦: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢି ଚାଲିଛି । ଉଭୟ ସୀମାରେ ସେନା ମୁତୟନ ରହିଛନ୍ତି । ଏହାକୁ ନେଇ ଖୁବ୍...

ଟ୍ରାଫିକ୍‌ ଅପରାଧ ଉଭୟ ଆଇପିସି, ମୋଟରଯାନ ଆଇନରେ ଦଣ୍ଡନୀୟ

ନୂଆଦିଲ୍ଲୀ,୬ା୧୦(ଆଇଏଏନ୍‌ଏସ୍‌): ବେପରଓ୍ବା ଗାଡ଼ିଚାଳନା ଯୋଗୁ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି। ଏଥିପାଇଁ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ ଉଭୟ ଭାରତୀୟ ଦଣ୍ଡ ସଂହିତା (ଆଇପିସି)...

୮ଫୁଟ ପାଣିକୁ ଡେଇଁ ଶିଶୁଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ

ଜୟପୁର,୧୬।୯: ରାଜସ୍ଥାନରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କୋଟ, ବୁନ୍ଦି, ଚିତୋରଗଡ଼ ଓ ଝାଲାବାଡର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି।...

ସିଜେଆଇ ପଦରୁ ଅବସର ନେଲେ ଜଷ୍ଟିସ୍‌ ଗୋଗୋଇ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରବିବାର ଅବସର ଗ୍ରହଣ କରିଛନ୍ତି। ଉତ୍ତରପୂର୍ବାଞ୍ଚଳରୁ ପ୍ରଥମ ବ୍ୟକ୍ତି ଭାବେ ସେ ସର୍ବୋଚ୍ଚ...

ଚିନ୍ତା ବଢାଉଛି କରୋନା: ଗୋଟିଏ ଦିନରେ ୬୪,୫୫୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୦୭ ମୃତ

ନୂଆଦିଲ୍ଲୀ,୧୪।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଶୁକ୍ରବାର କରୋନା ଦେଶରେ ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୪ ହଜାର...

Advertisement


Archives

Model This Week