Posted inଜାତୀୟ

ଲାଲ୍‌ କିଲ୍ଲାରେ ପତାକା ଉଡାଇଲେ ଆନ୍ଦୋଳନକାରୀ !

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଛି। କେତେକ ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ପ୍ରବେଶ କରି ପତାକା ଉଡାଇଥିଲେ। ସେମାନେ ପୋଲିସ ବାଧାକୁ ଖାତିର ନ କରି ଏଭଳି କରିଥିଲେ। ତେବେ ଆନ୍ଦୋଳନକାରୀମାନେ ପ୍ରକୃତରେ ଗୁରୁଦ୍ୱାରାରେ ଉଡୁଥିବା ପତାକାକୁ ଉଡାଇଥିଲେ। ବ୍ୟାରିକେଡ଼ ଡେଇଁ ଆନ୍ଦୋଳନକାରୀ ଲାଲ୍‌କିଲ୍ଲାରେ ପ୍ରବେଶ କରି ବାଇକ୍‌ ଏବଂ ଟ୍ରାକ୍ଟର ଷ୍ଟଣ୍ଟ୍‌ କରିଥିଲେ। ଟ୍ରାକ୍ଟର ରାଲି ପାଇଁ ସର୍ତ୍ତମୂଳକ ଅନୁମତି ଦିଲ୍ଲୀ ପୋଲିସ ପକ୍ଷରୁ ପ୍ରଦାନ କରାଯାଇଥିଲେ ମଧ୍ୟ ମଙ୍ଗଳବାର ସକାଳୁ ଆନ୍ଦୋଳନକାରୀ ଏକାଧିକ ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଥିଲେ। ଫଳରେ ସେମାନଙ୍କୁ ଅଟକାଇବା କଷ୍ଟକର ହୋଇଥିଲା। ଏହି ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଯୋଗୁ ଆନ୍ଦୋଳନକାରୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ସରକାର ଏହାର ସମାଧାନ କରିଥିଲେ ହୁଏତ ଏଭଳି ସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏଭଳି ହିଂସକ ପ୍ରଦର୍ଶନକୁ ବିଭିନ୍ନ ବର୍ଗ ପକ୍ଷରୁ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ, ୯।୮: ୭୬ ଭାରତୀୟ, ୪୧ ପାକିସ୍ତାନ ନାଗରିକଙ୍କୁ ଆଣି ଦିଲ୍ଲୀ ପହଞ୍ଚିଛି ସମଝୌତା ଏକ୍ସପ୍ରେସ୍‌। ଗୁରୁବାର ପାକିସ୍ତାନ ଟ୍ରେନକୁ ଅଟାରି ରେଳ ଷ୍ଟେଶନରେ ଛାଡି...

ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ଲୋଡ଼ିଲେ କର୍ନାଟକ ଛାତ୍ରୀ

ନୂଆଦିଲ୍ଲୀ,୨୩ା୨: କର୍ନାଟକର ସରକାରୀ ସ୍କୁଲଗୁଡ଼ିକରେ ହିଜାବ ପରିଧାନ ଉପରେ କଟକଣା ଜାରି କରାଯାଇଛି। ତେବେ କେତେଜଣ ମୁସଲମାନ ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ...

ଭାଜପା ବିଧାୟକଙ୍କ ଧମକ: ଯେଉଁ ଲୋକ ଭାଜପା ଭୋଟ ଦେଉନାହାନ୍ତି, ତାଙ୍କର ହେବ ଏମିତି ଅବସ୍ଥା

ହାଇଦ୍ରାବାଦ୍‌,୧୫।୨: ଉତ୍ତର ପ୍ରଦେଶରେ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏବେ ସମସ୍ତ ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ଜଣେ...

ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ: ସିଦ୍ଧୁ-ଟିକାଇତ-ଲାଖାଙ୍କ ଉପରେ ପୋଲିସ ନଜର

ନୂଆଦିଲ୍ଲୀ, ୨୭।୧: ଦିଲ୍ଲୀରେ ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ ନେଇ ପୋଲିସ ଏବେ ୩ ନେତାଙ୍କ ଉପରେ ନଜର ରଖିଛି। ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁ, କୃଷକ...

ଜାହାଙ୍ଗୀରପୁରୀ ହିଂସା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଆଉ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।...

କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ବିଜୟ ସ୍ପଷ୍ଟ ବାରି ହୋଇପଡିଛି। କିଛି ଆସନର ଫଳାଫଳ...

୨୦୨୨ରେ ହୋଇନି ଗଣ୍ଡା ଶିକାର…

ଗୁଆହାଟୀ,୧।୧ : ନୂତନ ବର୍ଷର ପ୍ରଥମ ଦିନରେ ଆସାମରେ ଗଣ୍ଡା ଶିକାର ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ଦାବି କରିଛନ୍ତି।...

ଦିଲ୍ଲୀ-କେନ୍ଦ୍ର ମୁହାଁମୁହିଁ: ମୁହଁ ଖୋଲିଲେ ଅଡିଟ୍‌ କମିଟି ମୁଖ୍ୟ

ନୂଆଦିଲ୍ଲୀ,୨୬।୬: କୋଭିଡ୍‌ର ଦ୍ୱିତୀୟ ଲହର ଶୀର୍ଷରେ ଥିବାବେଳେ ଦିଲ୍ଲୀ ଅକ୍ସିଜେନ ଅଭାବକୁ ବଢ଼େଇ ଚଢ଼େଇ ପ୍ରକାଶ କରିଥିବା କହିବା ଉଚତ୍‌ ହେବ ନାହିଁ। ଏଭଳି ମନ୍ତବ୍ୟ...

Advertisement
Archives

Model This Week