Posted inଜାତୀୟ

ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ: ସିଦ୍ଧୁ-ଟିକାଇତ-ଲାଖାଙ୍କ ଉପରେ ପୋଲିସ ନଜର

ନୂଆଦିଲ୍ଲୀ, ୨୭।୧: ଦିଲ୍ଲୀରେ ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ ନେଇ ପୋଲିସ ଏବେ ୩ ନେତାଙ୍କ ଉପରେ ନଜର ରଖିଛି। ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁ, କୃଷକ ନେତା ରାକେଶ ଟିକାଇତ ଏବଂ ଲାଖା ସିଂ ସିଧାନା ଅନ୍ନଦାତାଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ଅନ୍ନଦାତାଙ୍କ ପ୍ରଦର୍ଶନ ଜାରି ରହିଥିବାବେଳେ ସିଦ୍ଧୁଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଯୋଗୁ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ପ୍ରଦର୍ଶନକାରୀ ଅଣ୍ଟା ଭିଡ଼ିଥିଲେ। ସ୍ବରାଜ ଇଣ୍ଡିଆର ସଂସ୍ଥାପକ ଯୋଗେନ୍ଦ୍ର ଯାଦବ ଏନେଇ ସିଦ୍ଧୁଙ୍କୁ ଦାୟୀ କରିଛନ୍ତି। ସେହିପରି ଲାଖାଙ୍କ ବିରୋଧରେ ଏକାଧିକ ଆପରାଧିକ ମାମଲା ରହିଛି। ସେ କୃଷକ ନେତା ଭାବେ ପ୍ରଦର୍ଶନରେ ସାମିଲ୍‌ ହୋଇଛନ୍ତି।  ଯୋଜନାବଦ୍ଧ ଭାବେ ସେ ହିଂସାକାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି। ସେହିପରି କୃଷକ ନେତା ରାକେଶ ଟିକାଇତ ପ୍ରଦର୍ଶନକାରୀଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡ଼ିଆରେ ଟିକାଇତଙ୍କର ୩୦ ସେକେଣ୍ଡର ଏକ ଭିଡ଼ିଓ ଭାଇରାଲ ହେବା ପରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରୁଥିବା ଅନ୍ନଦାତା ଉଗ୍ର ହୋଇ ପଡ଼ିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଛାତ୍ରୀଙ୍କୁ ଘାରିଛି ଭୂତଭୟ, ଜଣଙ୍କ ପରେ ଜଣେ ହଠାତ୍‌ ତଳେପଡ଼ି ଗପୁଛନ୍ତି ଏଣୁତେଣୁ, ଆଜି ମେଡିକାଲ ଟିମ୍‌ ପହଞ୍ଚି…

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ାସ୍ଥିତ ଗଜେଶ୍ୱର ବିଦ୍ୟାପୀଠରେ ୭ଜଣ ଛାତ୍ରୀଙ୍କୁ ଭୂତ ଭୟ ଘାରିଛି ବୋଲି କୁହାଯାଉଛି। ଏହି ବିଦ୍ୟାଳୟକୁ ନିକଟବର୍ତ୍ତୀ…

ଆବୁଧାବି ନିବେଶକ ସମ୍ମିଳନୀରେ ରୁଚି

କଟକ,୧୧ା୯(କାର୍ତ୍ତିକ ସାହୁ): ୟୁନାଇଟେଡ୍‌ ଆରବ ଏମିରେଟ୍ସର ଆବୁଧାବି ଓ ଦୁବାଇ ଠାରେ ଆରମ୍ଭ ହୋଇଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ…

କମାଲ୍‌ କଲେ କୁଲଦୀପ ଯାଦବ: ୧୦ ଉଇକେଟ୍‌ ନେଇ ରଚିଲେ ଇତିହାସ

ଲଣ୍ଡନ,୧୧।୯:ଇଂଲଣ୍ଡରେ କୁଲଦୀପ ଯାଦବ ପୁଣିଥରେ ନିଜର ସ୍ପିନ ବୋଲିଂର ଯାଦୁ ଦେଖାଇ ୟର୍କଶାୟରକୁ ଏସେକ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ଦେଇଛନ୍ତି। ଏହି ମ୍ୟାଚରେ କୁଲଦୀପ ଏସେକ୍ସର…

ଟେଷ୍ଟ କ୍ରିକେଟ୍‌ର ଇତିହାସ ବଦଳାଇଦେଲେ ଏହି କ୍ରିକେଟର୍‌: ସମସ୍ତଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୧୧।୯: ଜୋ ରୁଟ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଫିଲ୍ଡର ହୋଇପାରିଛନ୍ତି। ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ସେ ଏହି ସଫଳତା ହାସଲ…

ଜମ୍ବୁରୁ ତାମିଲନାଡୁକୁ ଗୋ’ ଚାଲାଣ, ସ୍ଥାନୀୟ ଦଲାଲଙ୍କ ସହଯୋଗରେ…

ମହାକାଳପଡ଼ା,୧୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ-ବାବର ରାସ୍ତା ନିକଟ ଭାଟେଣୀ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌(ନଂ. ଟିଏନ…

ବଡ଼ ସଫଳତା, ନାଗ-ଅହିରାଜ ବିଷକୁ ମାତ୍‌ ଦେବ ଲାବ୍‌ ନିର୍ମିତ ଆଣ୍ଟିଭେନମ୍‌!

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ନାଗ, ଅହିରାଜ ଭଳି ସାପ ବିଷ ବିରୋଧରେ ସଂଗ୍ରାମ ପାଇଁ ଗବେଷକମାନେ ଏକ ନୂତନ ଲାବ୍‌-ନିର୍ମିିତ ‘ରିକମ୍ବିନାଣ୍ଟ ଆଣ୍ଟିଭେନମ୍‌’ ପ୍ରସ୍ତୁତ କରିଛନ୍ତି। ମୂଷାଙ୍କ…

ପ୍ରବଳ ବର୍ଷା-ବିଦ୍ୟୁତ କାଟ ସତ୍ତ୍ୱେ ଭୀମଭୋଇ ଭିନ୍ନକ୍ଷମ ଶିବିର: ଟର୍ଚ୍ଚ ଆଲୁଅରେ ସେବା ଯୋଗାଇଲେ ଡାକ୍ତର

ଥୁଆମୂଳ ରାମପୁର,୧୧।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଲଗାଣ ବର୍ଷା ସତ୍ତ୍ୱେ ୧୭୪…

ଧର୍ମଶାଳାରେ ଅବକାରୀ ବିଭାଗ ଓ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ମିଳିତ ଚଢ଼ାଉ: ଟ୍ୟୁବ୍‌ ଭିତରୁ ୪୦୦ ଲିଟର ଦେଶୀ ମଦ ଜବତ

ଧର୍ମଶାଳା,୧୧ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅବକାରୀ ବିଭାଗ ଅନ୍ତର୍ଗତ ଦେଓଦା ଗାଁରେ ଶୁକ୍ରବାର ସକାଳୁ ଅଚାନକ ଚଢ଼ାଉ କରାଯାଇଛି । ଅବକାରୀ ବିଭାଗ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri