Posted inଜାତୀୟ

ଦିଲ୍ଲୀ ସ୍ଥିତି ଅଣାୟତ: ୩୦୦ରୁ ଅଧିକ ପୋଲିସ ଆହତ, ୨୨ ମାମଲା ରୁଜୁ

ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ ପୋଲିସ ଏବଂ ଅନ୍ନଦାତା ମୁହାଁମୁହିଁ ହୋଇଛନ୍ତି। ଫଳରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଅନ୍ନଦାତାଙ୍କ ସହିତ ଧସ୍ତାଧସ୍ତିରେ ୩୦୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଉତ୍ତର ଦିଲ୍ଲୀରେ ୪୧ ଜଣ, ପୂର୍ବ ଦିଲ୍ଲୀରେ ୩୪, ପଶ୍ଚିମ ଦିଲ୍ଲୀରେ ୨୭, ଦ୍ୱାରକାରେ ୩୨, ଉତ୍ତର ଜିଲା ବାହାରେ ୧୨, ଶାହଦରାରେ ୫, ଦକ୍ଷିଣ ଜିଲାରେ ୪ ଏବଂ ଦିଲ୍ଲୀ ବାହାର ୭୫ ଜଣ ପୋଲିସ ଆହତ ହୋଇଛନ୍ତି। ଓ୍ବଜିରାବାଦ୍‌ ଏବଂ ବୁରାଡ଼ି ଏସ୍‌ଏଚ୍‌ଓ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ୨୭ ବର୍ଷ ବୟସ୍କ ନବରିତ୍‌ ସିଂ। ସେ ଅଷ୍ଟ୍ରେଲିଆରେ ପାଠ ପଢୁଥିଲେ। ୩ ଦିନତଳେ ନବରିତ୍‌ ଭାରତ ଫେରିଥିଲେ। ଇତିମଧ୍ୟରେ ଏହି ହିଂସକ ଘଟଣାକୁ ନେଇ ୨୨ ମାମଲା ରୁଜୁ କରାଯାଇଛି। ସିସିଟିଭି ରେକର୍ଡିଂ ଆଧାରରେ ପ୍ରଦର୍ଶନକାରୀଙ୍କୁ ଚିହ୍ନ କରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅନ୍ନଦାତାଙ୍କ ପ୍ରଦର୍ଶନ ନିୟନ୍ତ୍ରଣ ବାହାରକୁ ଚାଲି ଯିବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯିବା ସହିତ ଓ୍ବାଟର କ୍ୟାନନରୁ ପାଣି ମାଡ଼ କରାଯାଇଥିଲା। ସେହିପରି ପ୍ରଦର୍ଶନକାରୀଙ୍କୁ ଘଉଡ଼େଇବା ପାଇଁ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଜିପୁର ମଣ୍ଡି, ଏନ୍‌ଏଚ୍‌-୯ ଏବଂ ଏନ୍‌ଏଚ୍‌-୨୪କୁ ବନ୍ଦ କରି ଦିଆଯାଇଛି। ଦିଲ୍ଲୀର ସ୍ଥିତିକୁ ନେଇ ବୁଧବାର ସୁପ୍ରିମ୍‌କୋର୍ଟ ପକ୍ଷରୁ ଗଠିତ ହୋଇଥିବା କମିଟି ବୈଠକକୁ ରଦ୍ଦ କରି ଦିଆଯାଇଛି। ବୈଠକ ଜାନୁୟାରୀ ୨୯ରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୩୧ରୁ ଖୋଲିବ ସ୍କୁଲ: ମିଛ ଖବର ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୨୦।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ମିଛ ଖବର ଦ୍ରୁତବେଗରେ ଭାଇରାଲ ହେବାରେ ଲାଗିଛି। ଏଥିରେ କୁହାଯାଉଛି ଯେ, ଅଗଷ୍ଟ ୩୧ଠାରୁ ଦେଶରେ ସ୍କୁଲ...

ଏହି ରାଜ୍ୟରେ ଅନ୍‌ଲକ୍‌ ପାଇଁ ଚିନ୍ତା କରୁଛନ୍ତି ସରକାର

ନୂଆଦିଲ୍ଲୀ,୨୬।୫: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ଏବେ କିଛି ଦିନ ହେଲା ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨

ନୂଆଦିଲ୍ଲୀ,୧୫ା୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶନିବାର ୧୦୨କୁ ବୃଦ୍ଧି ପାଇଥିବା ଜଣାପଡିଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୭ ଜଣ ସୁସ୍ଥ ହେବା ପରେ...

ଦିନକ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ/ଔରଙ୍ଗାବାଦ,୧୯ା୩: ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ସକାଳ ୫ଟା ୩୦ରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ। ଏଥିପାଇଁ ତିହାର...

ଗୁଜରାଟ ଡ୍ରଗ୍ସ ଜବତ ଘଟଣାରୁ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛି ଭାଜପା

ପାଣଜୀ, ୪ା୧୦: ଗୁଜରାଟର ମୁନ୍ଦ୍ରା ପୋର୍ଟରୁ ଗତ ମାସରେ ପ୍ରାୟ ୩ ହଜାର କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିଲା। ଏହି ଘଟଣା ଉପରୁ ଧ୍ୟାନ ହଟାଇବା...

ଲକ୍‌ଡାଉନ୍‌ ହୋଇ ନ ଥିଲେ ଦେଶରେ ୪ ଲକ୍ଷରୁ ଅଧିକ ହୋଇଥାନ୍ତେ କରୋନା ସଂକ୍ରମିତ: ୩୪ ହଜାର ଟପିଥାନ୍ତା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଯଦି ଲକ୍‌ଡାଉନ୍‌ ଘୋଷଣା ହୋଇ ନ ଥାନ୍ତା, ତେବେ ବର୍ତ୍ତମାନ ସୁଦ୍ଧା...

କଂଗ୍ରେସ ଏମ୍‌ପିଙ୍କ ପାଇଁ ଭୋଟ ମାଗିଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୮।୪: ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ କଂଗ୍ରେସ ଟିକେଟରେ ଦକ୍ଷିଣ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ମିଲିନ୍ଦ ଦେଓରାଙ୍କୁ ଭୋଟ ଦେବାକୁ ଅପିଲ...

ଫେବୃୟାରୀ ୧ରୁ ପୂର୍ଣ୍ଣ କ୍ଷମତାରେ ଖୋଲିବ ସିନେମା ହଲ

ନୂଆଦିଲ୍ଲୀ, ୩୧।୧: ସିନେମା ହଲ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ସରକାର ସିନେମା ହଲ ଉପରେ ଜାରି ହୋଇଥିବା କଟକଣା...

Advertisement
Archives

Model This Week