ମହାପଞ୍ଚାୟତରୁ ମହାସଂଗ୍ରାମ
ନୂଆଦିଲ୍ଲୀ,୭ା୨: ଅନଶନରେ ବସିବି। ଗାଁରୁ ପାଣି ନ ଆସିବା ଯାଏ ଜଳ ସ୍ପର୍ଶ କରିିବି ନାହିଁ। ଜାନୁୟାରୀ ୨୮ରେ ଗାଜିପୁର ସୀମାରେ କୃଷକ ନେତା ରାକେଶ ଟିକାଏତ୍ ଦେଇଥିବା ଏହି ଆବେଗପୂର୍ଣ୍ଣ ଆହ୍ବାନ ପରେ ଚାରିଆଡ଼ୁ ପାଣିର ସୁଅ ଛୁଟିଥିଲା ଆନ୍ଦୋଳନସ୍ଥଳକୁ।…
ଆଜି ରାଜଧାନୀରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୬ା୨(ବ୍ୟୁରୋ): ଶନିବାର ରାଜଧାନୀରୁ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ଜଣେ ଆକ୍ରାନ୍ତ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ ସ୍ଥାନୀୟ ସଂକ୍ରମିତ…
୩ ଘଣ୍ଟିଆ ଚକା ଜାମ୍: ଦିଲ୍ଲୀ ସୀମା ସିଲ୍-୧୦ ମେଟ୍ରୋ ଷ୍ଟେଶନ ବନ୍ଦ
ନୂଆଦିଲ୍ଲୀ, ୬।୨: କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଶନିବାର ୩ ଘଣ୍ଟିଆ ଚକା ଜାମ୍ ମଧ୍ୟାହ୍ନ ୧୨ଟାଠାରୁ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଥିଲା। ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବ୍ୟତିତ ଦେଶରେ ଅନ୍ୟ ରାଜ୍ୟ…
ସାମ୍ବିଧାନିକ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ ନ୍ୟାୟପାଳିକା: ମୋଦି
ନୂଆଦିଲ୍ଲୀ, ୬।୨: ସାମ୍ବିଧାନିକ ବ୍ୟବସ୍ଥାକୁ ସୁରକ୍ଷା ଯୋଗାଇ ଦେବା ଏବଂ ସୁଦୃଢ଼ କରିବା କ୍ଷେତ୍ରରେ ନ୍ୟାୟପାଳିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଦ୍ୱାରା ନାଗରିକ ଅଧିକାର ସୁରକ୍ଷିତ ହୋଇପାରିଥାଏ ବୋଲି ଶନିବାର ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ସମସ୍ୟା…
ରାଲି ପାଇଁ ତୃଣମୂଳକୁ ଅନୁମତି ଭାଜପାକୁ ମନା
କୋଲକାତା, ୬।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ଶାସକ ତୃଣମୂଳ ମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଭାଜପା ପକ୍ଷରୁ ଶନିବାରଠାରୁ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ ହେବାର ଥିଲା। ଏହି…
ଟିକାକରଣରେ ଭାରତ ଆଗରେ
ନୂଆଦିଲ୍ଲୀ, ୬।୨: କରୋନା ମହାମାରୀ ବିରୋଧରେ ଭାରତରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପୃଥିବୀରେ ଟିକାକରଣ କ୍ଷେତ୍ରରେ ଭାରତ ଆଗୁଆ ରହିଛି। ଦେଶରେ ୨୧ ଦିନ ମଧ୍ୟରେ ୫୨ ଲକ୍ଷ ୯୦ ହଜାର ୪୭୪ ଜଣ ଲୋକଙ୍କୁ ଟିକାଦାନ କରାଯାଇଥିବା…
କୋଟିଆକୁ ୧୮ କୋଟି
ଭୁବନେଶ୍ୱର (ବ୍ୟୁରୋ)/ପଟ୍ଟାଙ୍ଗୀ(ଡି.ଏନ.ଏ.) ୬।୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ୩ ସୀମାବର୍ତ୍ତୀ ଗ୍ରାମକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ଉକ୍ତ ଗ୍ରାମଗୁଡ଼ିକୁ ନିଜର ଦାବି କରି ଆନ୍ଧ୍ର ସରକାର ନିର୍ବାଚନ ପାଇଁ…
୫୦ ହଜାର ଯବାନଙ୍କ ହାତରେ ସୁରକ୍ଷା ଦାୟିତ୍ୱ
ନୂଆଦିଲ୍ଳୀ,୬।୨: କୃଷି ଆଇନକୁ ଫେରାଇନେବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଦାବି କରି ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଶନିବାର ମଧାହ୍ନ ୧୨ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକାବନ୍ଦ ଡାକରା ଦିଆଯାଇଛି। ତେବେ ଦିଲ୍ଲୀ ଏନ୍ସିଆର୍ରେ ଏହା କରାଯିବ…
ପରିବର୍ତ୍ତନ ନା ଧ୍ରୁବୀକରଣ
କୋଲକାତା/ନୂଆଦିଲ୍ଲୀ,୬ା୨: ତାରିଖ ଘୋଷଣା ହୋଇନି, ବିଗୁଲ ବଜାରୁ ତାତି କାହିଁରେ କ’ଣ । ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଶାସକ ଟିଏମ୍ସିର ଉଇକେଟ ନେଇ ରନ୍ ସଂଗ୍ରହରେ ବ୍ୟସ୍ତ ଭାଜପା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଜୟ ରଥକୁ ରୋକି…
ହଲାଇଦେଲା ଟୁଇଟ୍
ନୂଆଦିଲ୍ଲୀ,୬ା୨: କୃଷି ଆଇନ ପ୍ରତ୍ୟାହାର ଦାବିରେ ଧାରଣାରେ ବସିଥିବା କୃଷକମାନଙ୍କୁ କଣ୍ଟକିତ ତାରବାଡ଼ ଦେଇ ଘେରିବା ଭାରତକୁ ଅନ୍ତର୍ଜାତୀୟ ଲଜ୍ଜା ଆଣିଦେଇଥିବାବେଳେ ସେଲିବ୍ରିଟିଙ୍କ ଟୁଇଟ୍ କେନ୍ଦ୍ର ସରକାରଙ୍କୁ ହଲାଇଦେଇଛି। ବିକ୍ଷୋଭକାରୀ ଚାଷୀଙ୍କ ମଧ୍ୟରେ ସରକାର ବିରୋଧୀ ହିଂସାର ବିଷମଞ୍ଜି ବୁଣିବା ପାଇଁ…
ଚକା ଜାମ୍ କରିବେ ଚାଷୀ
ଭୁବନେଶ୍ୱର,(ବ୍ୟୁରୋ)/ନୂଆଦିଲ୍ଲୀ, ୬।୨(ପି.ଟି.): କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ଶନିବାର ଦେଶବ୍ୟାପୀ ‘ଚକା ଜାମ୍’ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆନ୍ଦୋଳନ ସ୍ଥଳଗୁଡ଼ିକରେ ଅତିରିକ୍ତ…
ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୫।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ମୁଦ୍ରା ନୀତି କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଖବରଦାତା ସମ୍ମିଳନୀ କରି କମିଟି ନେଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ…

