Posted inଜାତୀୟ

ପରିବର୍ତ୍ତନ ନା ଧ୍ରୁବୀକରଣ

କୋଲକାତା/ନୂଆଦିଲ୍ଲୀ,୬ା୨: ତାରିଖ ଘୋଷଣା ହୋଇନି, ବିଗୁଲ ବଜାରୁ ତାତି କାହିଁରେ କ’ଣ । ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଶାସକ ଟିଏମ୍‌ସିର ଉଇକେଟ ନେଇ ରନ୍‌ ସଂଗ୍ରହରେ ବ୍ୟସ୍ତ ଭାଜପା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଜୟ ରଥକୁ ରୋକି କ୍ଷମତା ରଥରେ ଚଢ଼ିବା ପାଇଁ ଭାଜପା ଆୟୋଜନ କରିଛି ପରିବର୍ତ୍ତନ ଯାତ୍ରା । ସାମ୍ପ୍ରଦାୟିକ ଉତ୍ତେଜନା ଆଶଙ୍କା ଥିବା ଦର୍ଶାଇ ଭାଜପାର ରଥ ଗଡ଼ିବାକୁ ନ ଦେବା ପାଇଁ କାଲକାଟା ହାଇକୋର୍ଟରେ ଦାଏର ହୋଇଛି ଜନସ୍ବାର୍ଥ ମାମଲା । ଶେଷ ମୁହୂର୍ତ୍ତରେ ନଦୀୟା ଜିଲା ପ୍ରଶାସନ ପକ୍ଷରୁ ରଥଯାତ୍ରାକୁ ମିଳିଛି ସସର୍ତ୍ତ ଅନୁମତି । ସର୍ବାଧିକ ଲୋକଙ୍କ ପାଖରେ ପହଞ୍ଚତ୍ବା ପାଇଁ ସମସ୍ତ ୨୯୪ ନିର୍ବାଚନମଣ୍ଡଳୀରେ ରଥ ବୁଲାଇବା ନିମନ୍ତେ ପ୍ରସ୍ତୁତ ହୋଇଛି ରଣନୀତି । ଦଳର ୫ଟି ସାଙ୍ଗଠନିକ ଜୋନ୍‌ରେ ୫ ଯାତ୍ରାର ଆୟୋଜନ କରାଯାଇଛି । ବୈଷ୍ଣବ ସନ୍ଥ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରୁ ଭାଜପା ମୁଖିଆ ଜଗତ୍‌ ପ୍ରକାଶ ନଡ୍ଡା ଶନିବାର ଏହି ମେଗା ଇଭେଣ୍ଟର ଶୁଭାରମ୍ଭ କରିବେ । ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ୧୧ ତାରିଖରେ କୁଚ୍‌ବିହାର ଯାଇ ପରିବର୍ତ୍ତନର ହୁଙ୍କାର ଦେବେ । ଇତିମଧ୍ୟରେ ପଶ୍ଚିମବଙ୍ଗ ଭାଜପା ରାଜ୍ୟରେ ନିରପେକ୍ଷ ଭୋଟ କରାଇବା ପାଇଁ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି । ହେଲେ ମମତା କହୁଛନ୍ତି, ନେତା ସିନା ଦଳ ଡେଉଁଛନ୍ତି, ଲୋକେ କିନ୍ତୁ ସବୁବେଳେ ତାଙ୍କ ସହ ଅଛନ୍ତି ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଉତ୍ତେଜନା ସେତିକି ବଢ଼ିବାରେ ଲାଗିଛି। ପରସ୍ପରକୁ କାଦୁଅଫିଙ୍ଗା, ହିଂସା ଓ ବଡ଼ ବ୍ୟବଧାନରେ ବିଜୟୀ ହେବାର ଦାବି ଗୋଳିଆ ପରିସ୍ଥିତି ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖରେ ଏବେ ୨୨୨ ଆସନ ଥିବାବେଳେ ନିର୍ବାଚନରେ ୨୦୦ରୁ ଅଧିକ ସିଟ୍‌ ଜିତିବା ନେଇ ଭାଜପା ଦୃଢ଼ୋକ୍ତି ବାଢ଼ିଛି। ତେବେ ଗୈରିକ ଦଳ ଦୁଇଅଙ୍କ ବିଶିଷ୍ଟ ସଂଖ୍ୟା ଅତିକ୍ରମ କରିପାରିବ ନାହିଁ ବୋଲି ତୃଣମୂଳ କଂଗ୍ରେସ (ଟିଏମ୍‌ସି) କହିସାରିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ୨୫ ଦିନିଆ ରଥଯାତ୍ରା ହେବ। ପ୍ରଶାସନଠାରୁ ଅନୁମତି ନେବାକୁ ସରକାର କହିବା ପରେ ରାଜନୀତି ଆରମ୍ଭ ହୋଇଛି। କୋଭିଡ୍‌-୧୯ ସଙ୍କଟ ବଢ଼ିବା ଓ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ରଥଯାତ୍ରା ବନ୍ଦ ପାଇଁ ଆଇନଜୀବୀ ରାମପ୍ରସାଦ ସର୍କାର କାଲକାଟା ହାଇକେର୍ଟରେ ଏକ ପିଆଇଏଲ୍‌ ଦାଏର କରିଥିଲେ, ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ରେ ହେବ। ଇତିମଧ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭାଜପା ଚିଠି ଲେଖି ଅନୁମତି ମାଗିଥିଲା। ସ୍ଥାନୀୟ ପ୍ରଶାସନର ଅନୁମତି ଲୋଡ଼ିବାକୁ ସରକାର କହିଥିଲେ। ଏହାକୁ ନେଇ ଭାଜପା ପକ୍ଷରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଛି। ଜବାବରେ ଶାସକ ତୃଣମୂଳ କଂଗ୍ରେସ ଟୁଇଟ୍‌ କରିଛି, ରାଜ୍ୟ ସରକାର ଭାଜପା କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିବାକୁ ମନା କରିନାହାନ୍ତି। ସେମାନେ ମନ୍ଦ ଉଦ୍ଦେଶ୍ୟ ରଖି ଭିତ୍ତିହୀନ ଓ ଅସତ୍ୟ ପ୍ରଚାର କରୁଛନ୍ତି। ଭାଜପା ପରିବର୍ତ୍ତନ ନାମରେ ଭୋଟ ଧ୍ରୁବୀକରଣ ଉଦ୍ୟମ ଚଳାଇଥିବା ଟିଏମ୍‌ସିର ଅନେକ ନେତା କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

‘ମୁଁ ଫୋନ୍ କରୁଥିଲି କିନ୍ତୁ…’… ବିରାଟ କୋହଲିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ DCର କୋଚ୍

ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିରୋଧରେ ପୁଣିଥରେ ଏକ ବଡ଼ ଅଭିଯୋଗ ଆସିଛି। ପୂର୍ବତନ ଭାରତୀୟ ସ୍ପିନର୍…

୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୯ ମୋବାଇଲ ଜବତ, ୭ ଜୁଆଡ଼ିଙ୍କୁ ଗିରଫ କରି…

ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଇରାଶି ପଞ୍ଚାୟତ ବରପଲ୍ଲୀ ଓ ଭୁଆଁଭୂଇଁ ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିରଠାରେ ଜୁଆଆଡ୍ଡା ଚାଲିଥିବାବେଳେ ରମ୍ଭା…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ, ମୋବାଇଲ କଲିଂ ଓ ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୪।୧୦: ଦେଶ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ଆସନ୍ତା ୧ ନଭେମ୍ୱର ୨୦୨୬ରୁ ସାଧାରଣ ଜନତାଙ୍କ ଜୀବନ ସହିତ ଜଡ଼ିତ ଅନେକ ବଡ଼ ପରିବର୍ତ୍ତନ ଲାଗୁ…

ନା ବ୍ୟାଟ ବୁଲାଇଲେ, ନା ବୋଲିଂ କଲେ; ତଥାପି ତିଲକ ବର୍ମା ରେକର୍ଡ ବୁକରେ ନମ୍ବର ଓ୍ବାନ ସ୍ଥାନ ହାସଲ କଲେ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୪।୧୦: ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତିଲକ ବର୍ମା ଶନିବାର ରେକର୍ଡ ବୁକରେ ନିଜର ଏକ ସ୍ଥାନ ସୃଷ୍ଟି କରିଛନ୍ତି। ସେ ଏକ ନିର୍ଦ୍ଦିଷ୍ଟ ବର୍ଗରେ ଏକ…

IND VS NZ: ୪ ୱିକେଟରେ ବାଜି ମାରିଲା ଟିମ୍‌ ଇଣ୍ଡିଆ, ଚର୍ଚ୍ଚାରେ ତିଲକ ବର୍ମା-ନୀତୀଶ ରେଡ୍ଡୀ

ନୂଆଦିଲ୍ଲୀ,୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ, ଭାରତୀୟ କ୍ରିକେଟ ଦଳ ଏକ ଖରାପ ଆରମ୍ଭ ସତ୍ତ୍ୱେ ଚମତ୍କାର ପ୍ରଦର୍ଶନ କରି ୪ ୱିକେଟରେ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?