Posted inଜାତୀୟ

ପରିବର୍ତ୍ତନ ନା ଧ୍ରୁବୀକରଣ

କୋଲକାତା/ନୂଆଦିଲ୍ଲୀ,୬ା୨: ତାରିଖ ଘୋଷଣା ହୋଇନି, ବିଗୁଲ ବଜାରୁ ତାତି କାହିଁରେ କ’ଣ । ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଶାସକ ଟିଏମ୍‌ସିର ଉଇକେଟ ନେଇ ରନ୍‌ ସଂଗ୍ରହରେ ବ୍ୟସ୍ତ ଭାଜପା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଜୟ ରଥକୁ ରୋକି କ୍ଷମତା ରଥରେ ଚଢ଼ିବା ପାଇଁ ଭାଜପା ଆୟୋଜନ କରିଛି ପରିବର୍ତ୍ତନ ଯାତ୍ରା । ସାମ୍ପ୍ରଦାୟିକ ଉତ୍ତେଜନା ଆଶଙ୍କା ଥିବା ଦର୍ଶାଇ ଭାଜପାର ରଥ ଗଡ଼ିବାକୁ ନ ଦେବା ପାଇଁ କାଲକାଟା ହାଇକୋର୍ଟରେ ଦାଏର ହୋଇଛି ଜନସ୍ବାର୍ଥ ମାମଲା । ଶେଷ ମୁହୂର୍ତ୍ତରେ ନଦୀୟା ଜିଲା ପ୍ରଶାସନ ପକ୍ଷରୁ ରଥଯାତ୍ରାକୁ ମିଳିଛି ସସର୍ତ୍ତ ଅନୁମତି । ସର୍ବାଧିକ ଲୋକଙ୍କ ପାଖରେ ପହଞ୍ଚତ୍ବା ପାଇଁ ସମସ୍ତ ୨୯୪ ନିର୍ବାଚନମଣ୍ଡଳୀରେ ରଥ ବୁଲାଇବା ନିମନ୍ତେ ପ୍ରସ୍ତୁତ ହୋଇଛି ରଣନୀତି । ଦଳର ୫ଟି ସାଙ୍ଗଠନିକ ଜୋନ୍‌ରେ ୫ ଯାତ୍ରାର ଆୟୋଜନ କରାଯାଇଛି । ବୈଷ୍ଣବ ସନ୍ଥ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରୁ ଭାଜପା ମୁଖିଆ ଜଗତ୍‌ ପ୍ରକାଶ ନଡ୍ଡା ଶନିବାର ଏହି ମେଗା ଇଭେଣ୍ଟର ଶୁଭାରମ୍ଭ କରିବେ । ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ୧୧ ତାରିଖରେ କୁଚ୍‌ବିହାର ଯାଇ ପରିବର୍ତ୍ତନର ହୁଙ୍କାର ଦେବେ । ଇତିମଧ୍ୟରେ ପଶ୍ଚିମବଙ୍ଗ ଭାଜପା ରାଜ୍ୟରେ ନିରପେକ୍ଷ ଭୋଟ କରାଇବା ପାଇଁ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି । ହେଲେ ମମତା କହୁଛନ୍ତି, ନେତା ସିନା ଦଳ ଡେଉଁଛନ୍ତି, ଲୋକେ କିନ୍ତୁ ସବୁବେଳେ ତାଙ୍କ ସହ ଅଛନ୍ତି ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଉତ୍ତେଜନା ସେତିକି ବଢ଼ିବାରେ ଲାଗିଛି। ପରସ୍ପରକୁ କାଦୁଅଫିଙ୍ଗା, ହିଂସା ଓ ବଡ଼ ବ୍ୟବଧାନରେ ବିଜୟୀ ହେବାର ଦାବି ଗୋଳିଆ ପରିସ୍ଥିତି ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖରେ ଏବେ ୨୨୨ ଆସନ ଥିବାବେଳେ ନିର୍ବାଚନରେ ୨୦୦ରୁ ଅଧିକ ସିଟ୍‌ ଜିତିବା ନେଇ ଭାଜପା ଦୃଢ଼ୋକ୍ତି ବାଢ଼ିଛି। ତେବେ ଗୈରିକ ଦଳ ଦୁଇଅଙ୍କ ବିଶିଷ୍ଟ ସଂଖ୍ୟା ଅତିକ୍ରମ କରିପାରିବ ନାହିଁ ବୋଲି ତୃଣମୂଳ କଂଗ୍ରେସ (ଟିଏମ୍‌ସି) କହିସାରିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ୨୫ ଦିନିଆ ରଥଯାତ୍ରା ହେବ। ପ୍ରଶାସନଠାରୁ ଅନୁମତି ନେବାକୁ ସରକାର କହିବା ପରେ ରାଜନୀତି ଆରମ୍ଭ ହୋଇଛି। କୋଭିଡ୍‌-୧୯ ସଙ୍କଟ ବଢ଼ିବା ଓ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ରଥଯାତ୍ରା ବନ୍ଦ ପାଇଁ ଆଇନଜୀବୀ ରାମପ୍ରସାଦ ସର୍କାର କାଲକାଟା ହାଇକେର୍ଟରେ ଏକ ପିଆଇଏଲ୍‌ ଦାଏର କରିଥିଲେ, ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ରେ ହେବ। ଇତିମଧ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭାଜପା ଚିଠି ଲେଖି ଅନୁମତି ମାଗିଥିଲା। ସ୍ଥାନୀୟ ପ୍ରଶାସନର ଅନୁମତି ଲୋଡ଼ିବାକୁ ସରକାର କହିଥିଲେ। ଏହାକୁ ନେଇ ଭାଜପା ପକ୍ଷରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଛି। ଜବାବରେ ଶାସକ ତୃଣମୂଳ କଂଗ୍ରେସ ଟୁଇଟ୍‌ କରିଛି, ରାଜ୍ୟ ସରକାର ଭାଜପା କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିବାକୁ ମନା କରିନାହାନ୍ତି। ସେମାନେ ମନ୍ଦ ଉଦ୍ଦେଶ୍ୟ ରଖି ଭିତ୍ତିହୀନ ଓ ଅସତ୍ୟ ପ୍ରଚାର କରୁଛନ୍ତି। ଭାଜପା ପରିବର୍ତ୍ତନ ନାମରେ ଭୋଟ ଧ୍ରୁବୀକରଣ ଉଦ୍ୟମ ଚଳାଇଥିବା ଟିଏମ୍‌ସିର ଅନେକ ନେତା କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri