Posted inଜାତୀୟ

ଚକା ଜାମ୍‌ କରିବେ ଚାଷୀ

ଭୁବନେଶ୍ୱର,(ବ୍ୟୁରୋ)/ନୂଆଦିଲ୍ଲୀ, ୬।୨(ପି.ଟି.): କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ଶନିବାର ଦେଶବ୍ୟାପୀ ‘ଚକା ଜାମ୍‌’ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆନ୍ଦୋଳନ ସ୍ଥଳଗୁଡ଼ିକରେ ଅତିରିକ୍ତ ପୋଲିସ ବଳ ମୁତୟନ ହେବା ସହ ରାସ୍ତାରେ ବହୁସ୍ତରୀୟ ବ୍ୟାରିକେଡ୍‌ କରାଯାଇଛି। ଏହାବ୍ୟତୀତ ରାସ୍ତାରେ ତାରବାଡ଼ ଲଗାଯିବା ସହ କଣ୍ଟା ପୋତାଯାଇଛି। ଦିଲ୍ଲୀ ପୋଲିସ କମିଶନର ଏସ୍‌.ଏନ୍‌. ଶ୍ରୀବାସ୍ତବ ବରିଷ୍ଠ ଅଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଗୁଜବ ପ୍ରଚାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ଲାଗି ପୋଲିସ ସୋସିଆଲ ମିଡିଆ ବିଷୟବସ୍ତୁ ଉପରେ କଡ଼ା ନଜର ରଖିଛି।
୬ ତାରିଖରେ ଦେଶବ୍ୟାପୀ ଚକା ଜାମ୍‌ ଆନ୍ଦୋଳନ ପାଇଁ ସୋମବାର ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଥିଲା। ଆନ୍ଦୋଳନକାରୀମାନେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକୁ ଅବରୋଧ କରିବେ। ବନ୍ଦ ଯୋଗୁ ଯେପରି ଆଇନ ଶୃଙ୍ଖଳା ସ୍ଥିତି ନ ଉପୁଜେ ଓ ସାଧାରଣ ଜୀବନଯାତ୍ରା ବ୍ୟାହତ ନ ହୁଏ, ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସିଙ୍ଘୁ ସୀମାରେ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିବାବେଳେ ଶନିବାର ପାଇଁ ଏହାକୁ ଆହୁରି ବଢ଼ାଇ ଦିଆଯାଇଛି।
ଦେଶବ୍ୟାପୀ ଚକା ଜାମ୍‌ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବ ବୋଲି ଶୁକ୍ରବାର ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି। ତେବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ-ଏନ୍‌ସିଆର୍‌ରେ ଚକା ଜାମ୍‌ ଆନ୍ଦୋଳନ ନ କରିବାକୁ କୃଷକ ସଂଗଠନ ନିଷ୍ପତ୍ତି ନେଇଛି। ଏହା ବଦଳରେ ସମ୍ପୃକ୍ତ ଅଞ୍ଚଳର ଜିଲା ଅଧିକାରୀଙ୍କୁ ଚାଷୀମାନେ ଏକ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ଟିକାୟତ କହିଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ଚକା ଜାମ୍‌ ଭଳି ସ୍ଥିତିରେ ରହିଥିବାରୁ ସେଠାରେ ରାସ୍ତା ଅବରୋଧ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣତନ୍ତ୍ର ଦିବସ ହିଂସା ପରେ କୃଷକ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ଶନିବାର ଚକା ଜାମ୍‌ ଆନ୍ଦୋଳନର ଉଦ୍ଦେଶ୍ୟ।
ଆନ୍ଦୋଳନ ଯେପରି ଶାନ୍ତିପୂର୍ଣ୍ଣ ହେବ ସେଥିପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଗାଇଡ୍‌ଲାଇନ ଅନୁଯାୟୀ ମଧ୍ୟାହ୍ନ ୧୨ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କେବଳ ଜାତୀୟ ଓ ରାଜ୍ୟ ରାଜପଥକୁ ବନ୍ଦ କରାଯିବ। ସେହି ସମୟରେ ଆମ୍ବୁଲାନ୍ସ, ସ୍କୁଲ ବସ୍‌ ଆଦି ଜରୁରୀ ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ି ଦିଆଯିବ। ଆନ୍ଦୋଳନ ଯେପରି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଅହିଂସା ହେବ ତାହା ସୁନିଶ୍ଚିତ କରିବାକୁ କୃଷକ ଓ ଅନ୍ୟ ଆନ୍ଦୋଳନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କର୍ମଚାରୀ କିମ୍ବା ସାଧାରଣ ଜନତାଙ୍କ ସହ କୌଣସି ବିବାଦରେ ସାମିଲ ନ ହେବାକୁ ପରାମର୍ଶ ଦିଆଯାଇଛି। ୩ଟାରେ ଚକା ଜାମ୍‌ ଆନ୍ଦୋଳନ ଶେଷ ହେବା ବେଳେ ଚାଷୀଙ୍କ ମଧ୍ୟରେ ଏକତାର ନିଦର୍ଶନ ସ୍ବରୂପ ୧ ମିନିଟ୍‌ ପାଇଁ ଗାଡ଼ିଗୁଡ଼ିକର ହର୍ନ ବଜାଯିବ। ଏଥିରେ ଅନ୍ୟମାନେ ସାମିଲ ହୋଇ ଆମର ଅନ୍ନଦାତାମାନଙ୍କୁ ସମର୍ଥନ ଜଣାଇବା ପାଇଁ କୃଷକ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି। କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଡାକରାକୁ ମଧ୍ୟ ଓଡ଼ିଶାର କୃଷକ ସଂଗଠନଗୁଡ଼ିକ ସମର୍ଥନ କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟ ଓ ଜାତୀୟ ରାଜପଥରେ କୃଷକମାନେ ଆନ୍ଦୋଳନ କରିବେ ବୋଲି ନବ ନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି। ଏହି ଆନ୍ଦୋଳନକୁ ଓଡ଼ିଶା କଂଗ୍ରେସ ମଧ୍ୟ ସମର୍ଥନ କରିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କୃଷି ଉପରେ ଦେଶର ଶତକଡ଼ା ୭୦ ଭାଗ ଲୋକ ନିର୍ଭର କରୁଛନ୍ତି। ସେମାନଙ୍କର ଦାବି ପାଇଁ କଂଗ୍ରେସ ସମର୍ଥନ ଦେଇ ଆସିଛି। ଶନିବାର ହେବାକୁ ଥିବା ଆନ୍ଦୋଳନକୁ ମଧ୍ୟ କଂଗ୍ରେସ ସମର୍ଥନ କରୁଛି ବୋଲି ସେ କହିଛନ୍ତି। ଚକାଜାମକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରାଜ୍ୟର ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ନିଷ୍ପତ୍ତି ନେଇଛି। ଏ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?