Posted inଜାତୀୟ

ମହାପଞ୍ଚାୟତରୁ ମହାସଂଗ୍ରାମ

ନୂଆଦିଲ୍ଲୀ,୭ା୨: ଅନଶନରେ ବସିବି। ଗାଁରୁ ପାଣି ନ ଆସିବା ଯାଏ ଜଳ ସ୍ପର୍ଶ କରିିବି ନାହିଁ। ଜାନୁୟାରୀ ୨୮ରେ ଗାଜିପୁର ସୀମାରେ କୃଷକ ନେତା ରାକେଶ ଟିକାଏତ୍‌ ଦେଇଥିବା ଏହି ଆବେଗପୂର୍ଣ୍ଣ ଆହ୍ବାନ ପରେ ଚାରିଆଡ଼ୁ ପାଣିର ସୁଅ ଛୁଟିଥିଲା ଆନ୍ଦୋଳନସ୍ଥଳକୁ। କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ୭୭ ଦିନ ଧରି ପ୍ରାୟ ୪୦ ସଙ୍ଗଠନ ଉଦ୍ୟମ ଚଳାଇଥିଲେ ହେଁ ଏହି ଆନ୍ଦୋଳନର ସବୁଠୁ ବଡ଼ ଚେହେରା ଭାବେ ସାମ୍ନାକୁ ଆସିଛନ୍ତି ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖପାତ୍ର ରାକେଶ ଟିକାଏତ୍‌। କୃଷି ଆଇନ ନ ହଟିବା ଯାଏ ଘରକୁ ଫେରିବା ନାହିଁ ବୋଲି ମହାପଞ୍ଚାୟତଗୁଡ଼ିକରେ ରାକେଶଙ୍କ ହୁଙ୍କାର କୃଷକ ଆନ୍ଦୋଳନକୁ ନୂଆ ରୂପ ଦେଇଛି। ମୋଟାମୋଟି ଭାବେ ଦେଖିଲେ ମହାପଞ୍ଚାୟତ କୃଷି ଆଇନ ବିରୋଧରେ ମହାସଂଗ୍ରାମର ଡାକରା ଦେଇଛି।
ପ୍ରତିଷ୍ଠାତା ମହେନ୍ଦ୍ର ଟିକାଏତ୍‌ଙ୍କ ସାନପୁଅ ରାକେଶ ଟିକାଏତ୍‌ ଗତ ୨୯ ତାରିଖରେ ଉତ୍ତରପ୍ରଦେଶର ମୁଜାଫରନଗରରେ ମହାପଞ୍ଚାୟତର ଆୟୋଜନ କରିଥିଲେ। ଏହି ମହାପଞ୍ଚାୟତରେ ହୋଇଥିବା ଅଭୂତପୂର୍ବ ଜନସମାଗମ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକଙ୍କ ଶକ୍ତି ପ୍ରଦର୍ଶନ କରିଥିଲା। ସେବେଠୁ ସପ୍ତାହେ ଧରି ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ମହାପଞ୍ଚାୟତର ଆୟୋଜନ କରାଯାଉଛି। ବିଶେଷକରି ଶାମ୍‌ଲି, ମିରଟ, ବିଜ୍‌ନୋର, ବାଗ୍‌ପତ, ଦଉସା ଓ ଜିନ୍ଦ୍‌ର ମହାପଞ୍ଚାୟତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ସହ ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ଓ କୃଷକ ନେତା ଗୁର୍‌ନାମ ସିଂ ଚାରୁନି ରବିବାର ହରିୟାଣା-ରାଜସ୍ଥାନ ସୀମାର ନୁହରେ ଏକ ବିଶାଳ କିଷାନ ମହାପଞ୍ଚାୟତକୁ ସମ୍ବୋଧିତ କରିବେ। କୃଷି ଆଇନ ପ୍ରତ୍ୟାହାର ଲାଗି ଭବିଷ୍ୟତ କାର୍ଯ୍ୟପନ୍ଥା ଓ ରଣନୀତି ଏଇଠୁ ସ୍ଥିର ହେବ ବୋଲି କୁହାଯାଉଛି। ମହାପଞ୍ଚାୟତଗୁଡ଼ିକରେ
ଏବେ ବିରୋଧୀ ଦଳଗୁଡ଼ିକର ନେତାଙ୍କ ଉପସ୍ଥିତି ଭବିଷ୍ୟତ ରାଜନୀତି ପାଇଁ ଭିନ୍ନ ସଙ୍କେତ ଦେଉଛି। ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମଧ୍ୟ ମହାପଞ୍ଚାୟତର ବଡ଼ ପ୍ରାସଙ୍ଗିକତା ରହିବା ନେଇ ବିବେଚନା କରାଯାଉଛି।

ମହାପଞ୍ଚାୟତ କ’ଣ

ପଶ୍ଚିମ ଉତ୍ତରପ୍ରଦେଶ ଓ ହରିୟାଣାରେ ମହାପଞ୍ଚାୟତଗୁଡ଼ିକୁ ପବିତ୍ର ଓ ଅଲଂଘନୀୟ ବିବେଚନା କରାଯାଏ। ଏହି ଦୁଇ ରାଜ୍ୟର ରାଜନୀତିକୁ ମଧ୍ୟ ମହାପଞ୍ଚାୟତ ବହୁଳ ଭାବେ ପ୍ରଭାବିତ କରିଥାଏ। ପଞ୍ଚାୟତ ହେଉଛି ୫ ଗ୍ରାମର ବୟୋଜ୍ୟେଷ୍ଠ ନେତାଙ୍କୁ ନେଇ ବସୁଥିବା ବୈଠକ, ଯେଉଁଠି କୃଷି, ସାମାଜିକ ଓ ନିର୍ବାଚନୀ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ। ସେହିପରି ମହାପଞ୍ଚାୟତ କହିଲେ ୧୦-୧୨ ଗ୍ରାମର ଲୋକଙ୍କ ସମ୍ମିଳନୀକୁ ବୁଝାଏ। ଖାପ୍‌ ପଞ୍ଚାୟତଗୁଡ଼ିକ ପକ୍ଷରୁ ମହାପଞ୍ଚାୟତର ବୈଠକ ଆୟୋଜନ ହୋଇଥାଏ। ଖାପ୍‌ ପଞ୍ଚାୟତର କଠୋର ନିୟମକୁ ନେଇ ସୁପ୍ରିମକୋର୍ଟ ଏହାକୁ ବେଆଇନ ଘୋଷଣା କରିଥିବାବେଳେ କୃଷି ଆଇନ ବିରୋଧୀ ଆନ୍ଦୋଳନ ନୂଆ ପରିଚୟ ଦେଇଛି। ୨୦୧୩ ମୁଜାଫରନଗର ସାମ୍ପ୍ରଦାୟିକ ଦଙ୍ଗା ବେଳେ ମଧ୍ୟ ଖାପ୍‌ ପଞ୍ଚାୟତ ସକାରାମତ୍କ ଭୂମିକା ନେଇଥିଲା। ଖାପ୍‌ ଯାହା ନିଷ୍ପତ୍ତି ନେଇଥାଏ ଆମ ଲୋକେ ତାକୁ ସମ୍ମାନର ସହ ମାନିନିଅନ୍ତି ବୋଲି ବିକେୟୁ ନେତା ବୀରେନ୍ଦ୍ର ଡଗର କହିଛନ୍ତି।

ସମାଗମରୁ ସମର୍ଥନ

କିଷାନ ଶକ୍ତି ସଂଘ ନେତା ପୁଷ୍ପେନ୍ଦ୍ର ଚୌଧରୀଙ୍କ ମତରେ ମହାପଞ୍ଚାୟତ କୃଷକମାନଙ୍କୁ ଏକତ୍ରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଚାଷୀଙ୍କୁ ଦିଲ୍ଲୀ ଯିବାକୁ ଦିଆଯାଉ ନ ଥିବାରୁ ଆଞ୍ଚଳିକ ସ୍ତରରେ ଆୟୋଜିତ ମହାପଞ୍ଚାୟତଗୁଡ଼ିକ କୃଷି ଆଇନ ବିରୋଧରେ ସମର୍ଥନ ଯୋଗାଡ଼ କରିବାରେ ସହାୟକ ହେଉଛି। ପ୍ରତି ମହାପଞ୍ଚାୟତରେ ଲକ୍ଷାଧିକ ଜନସମାଗମ ହେଉଥିବା ପୁଷ୍ପେନ୍ଦ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri