Posted inଜାତୀୟ

ମହାପଞ୍ଚାୟତରୁ ମହାସଂଗ୍ରାମ

ନୂଆଦିଲ୍ଲୀ,୭ା୨: ଅନଶନରେ ବସିବି। ଗାଁରୁ ପାଣି ନ ଆସିବା ଯାଏ ଜଳ ସ୍ପର୍ଶ କରିିବି ନାହିଁ। ଜାନୁୟାରୀ ୨୮ରେ ଗାଜିପୁର ସୀମାରେ କୃଷକ ନେତା ରାକେଶ ଟିକାଏତ୍‌ ଦେଇଥିବା ଏହି ଆବେଗପୂର୍ଣ୍ଣ ଆହ୍ବାନ ପରେ ଚାରିଆଡ଼ୁ ପାଣିର ସୁଅ ଛୁଟିଥିଲା ଆନ୍ଦୋଳନସ୍ଥଳକୁ। କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ୭୭ ଦିନ ଧରି ପ୍ରାୟ ୪୦ ସଙ୍ଗଠନ ଉଦ୍ୟମ ଚଳାଇଥିଲେ ହେଁ ଏହି ଆନ୍ଦୋଳନର ସବୁଠୁ ବଡ଼ ଚେହେରା ଭାବେ ସାମ୍ନାକୁ ଆସିଛନ୍ତି ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖପାତ୍ର ରାକେଶ ଟିକାଏତ୍‌। କୃଷି ଆଇନ ନ ହଟିବା ଯାଏ ଘରକୁ ଫେରିବା ନାହିଁ ବୋଲି ମହାପଞ୍ଚାୟତଗୁଡ଼ିକରେ ରାକେଶଙ୍କ ହୁଙ୍କାର କୃଷକ ଆନ୍ଦୋଳନକୁ ନୂଆ ରୂପ ଦେଇଛି। ମୋଟାମୋଟି ଭାବେ ଦେଖିଲେ ମହାପଞ୍ଚାୟତ କୃଷି ଆଇନ ବିରୋଧରେ ମହାସଂଗ୍ରାମର ଡାକରା ଦେଇଛି।
ପ୍ରତିଷ୍ଠାତା ମହେନ୍ଦ୍ର ଟିକାଏତ୍‌ଙ୍କ ସାନପୁଅ ରାକେଶ ଟିକାଏତ୍‌ ଗତ ୨୯ ତାରିଖରେ ଉତ୍ତରପ୍ରଦେଶର ମୁଜାଫରନଗରରେ ମହାପଞ୍ଚାୟତର ଆୟୋଜନ କରିଥିଲେ। ଏହି ମହାପଞ୍ଚାୟତରେ ହୋଇଥିବା ଅଭୂତପୂର୍ବ ଜନସମାଗମ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକଙ୍କ ଶକ୍ତି ପ୍ରଦର୍ଶନ କରିଥିଲା। ସେବେଠୁ ସପ୍ତାହେ ଧରି ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ମହାପଞ୍ଚାୟତର ଆୟୋଜନ କରାଯାଉଛି। ବିଶେଷକରି ଶାମ୍‌ଲି, ମିରଟ, ବିଜ୍‌ନୋର, ବାଗ୍‌ପତ, ଦଉସା ଓ ଜିନ୍ଦ୍‌ର ମହାପଞ୍ଚାୟତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ସହ ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ଓ କୃଷକ ନେତା ଗୁର୍‌ନାମ ସିଂ ଚାରୁନି ରବିବାର ହରିୟାଣା-ରାଜସ୍ଥାନ ସୀମାର ନୁହରେ ଏକ ବିଶାଳ କିଷାନ ମହାପଞ୍ଚାୟତକୁ ସମ୍ବୋଧିତ କରିବେ। କୃଷି ଆଇନ ପ୍ରତ୍ୟାହାର ଲାଗି ଭବିଷ୍ୟତ କାର୍ଯ୍ୟପନ୍ଥା ଓ ରଣନୀତି ଏଇଠୁ ସ୍ଥିର ହେବ ବୋଲି କୁହାଯାଉଛି। ମହାପଞ୍ଚାୟତଗୁଡ଼ିକରେ
ଏବେ ବିରୋଧୀ ଦଳଗୁଡ଼ିକର ନେତାଙ୍କ ଉପସ୍ଥିତି ଭବିଷ୍ୟତ ରାଜନୀତି ପାଇଁ ଭିନ୍ନ ସଙ୍କେତ ଦେଉଛି। ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମଧ୍ୟ ମହାପଞ୍ଚାୟତର ବଡ଼ ପ୍ରାସଙ୍ଗିକତା ରହିବା ନେଇ ବିବେଚନା କରାଯାଉଛି।

ମହାପଞ୍ଚାୟତ କ’ଣ

ପଶ୍ଚିମ ଉତ୍ତରପ୍ରଦେଶ ଓ ହରିୟାଣାରେ ମହାପଞ୍ଚାୟତଗୁଡ଼ିକୁ ପବିତ୍ର ଓ ଅଲଂଘନୀୟ ବିବେଚନା କରାଯାଏ। ଏହି ଦୁଇ ରାଜ୍ୟର ରାଜନୀତିକୁ ମଧ୍ୟ ମହାପଞ୍ଚାୟତ ବହୁଳ ଭାବେ ପ୍ରଭାବିତ କରିଥାଏ। ପଞ୍ଚାୟତ ହେଉଛି ୫ ଗ୍ରାମର ବୟୋଜ୍ୟେଷ୍ଠ ନେତାଙ୍କୁ ନେଇ ବସୁଥିବା ବୈଠକ, ଯେଉଁଠି କୃଷି, ସାମାଜିକ ଓ ନିର୍ବାଚନୀ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ। ସେହିପରି ମହାପଞ୍ଚାୟତ କହିଲେ ୧୦-୧୨ ଗ୍ରାମର ଲୋକଙ୍କ ସମ୍ମିଳନୀକୁ ବୁଝାଏ। ଖାପ୍‌ ପଞ୍ଚାୟତଗୁଡ଼ିକ ପକ୍ଷରୁ ମହାପଞ୍ଚାୟତର ବୈଠକ ଆୟୋଜନ ହୋଇଥାଏ। ଖାପ୍‌ ପଞ୍ଚାୟତର କଠୋର ନିୟମକୁ ନେଇ ସୁପ୍ରିମକୋର୍ଟ ଏହାକୁ ବେଆଇନ ଘୋଷଣା କରିଥିବାବେଳେ କୃଷି ଆଇନ ବିରୋଧୀ ଆନ୍ଦୋଳନ ନୂଆ ପରିଚୟ ଦେଇଛି। ୨୦୧୩ ମୁଜାଫରନଗର ସାମ୍ପ୍ରଦାୟିକ ଦଙ୍ଗା ବେଳେ ମଧ୍ୟ ଖାପ୍‌ ପଞ୍ଚାୟତ ସକାରାମତ୍କ ଭୂମିକା ନେଇଥିଲା। ଖାପ୍‌ ଯାହା ନିଷ୍ପତ୍ତି ନେଇଥାଏ ଆମ ଲୋକେ ତାକୁ ସମ୍ମାନର ସହ ମାନିନିଅନ୍ତି ବୋଲି ବିକେୟୁ ନେତା ବୀରେନ୍ଦ୍ର ଡଗର କହିଛନ୍ତି।

ସମାଗମରୁ ସମର୍ଥନ

କିଷାନ ଶକ୍ତି ସଂଘ ନେତା ପୁଷ୍ପେନ୍ଦ୍ର ଚୌଧରୀଙ୍କ ମତରେ ମହାପଞ୍ଚାୟତ କୃଷକମାନଙ୍କୁ ଏକତ୍ରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଚାଷୀଙ୍କୁ ଦିଲ୍ଲୀ ଯିବାକୁ ଦିଆଯାଉ ନ ଥିବାରୁ ଆଞ୍ଚଳିକ ସ୍ତରରେ ଆୟୋଜିତ ମହାପଞ୍ଚାୟତଗୁଡ଼ିକ କୃଷି ଆଇନ ବିରୋଧରେ ସମର୍ଥନ ଯୋଗାଡ଼ କରିବାରେ ସହାୟକ ହେଉଛି। ପ୍ରତି ମହାପଞ୍ଚାୟତରେ ଲକ୍ଷାଧିକ ଜନସମାଗମ ହେଉଥିବା ପୁଷ୍ପେନ୍ଦ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?