Posted inଜାତୀୟ

ହଲାଇଦେଲା ଟୁଇଟ୍‌

ନୂଆଦିଲ୍ଲୀ,୬ା୨: କୃଷି ଆଇନ ପ୍ରତ୍ୟାହାର ଦାବିରେ ଧାରଣାରେ ବସିଥିବା କୃଷକମାନଙ୍କୁ କଣ୍ଟକିତ ତାରବାଡ଼ ଦେଇ ଘେରିବା ଭାରତକୁ ଅନ୍ତର୍ଜାତୀୟ ଲଜ୍ଜା ଆଣିଦେଇଥିବାବେଳେ ସେଲିବ୍ରିଟିଙ୍କ ଟୁଇଟ୍‌ କେନ୍ଦ୍ର ସରକାରଙ୍କୁ ହଲାଇଦେଇଛି। ବିକ୍ଷୋଭକାରୀ ଚାଷୀଙ୍କ ମଧ୍ୟରେ ସରକାର ବିରୋଧୀ ହିଂସାର ବିଷମଞ୍ଜି ବୁଣିବା ପାଇଁ ଉଦ୍ଦିଷ୍ଟ ଆକ୍ଟିଭିଷ୍ଟ, ନୂଆ ଗ୍ରୁପ୍‌ ଓ କଳାକାରଙ୍କ ଆକାଉଣ୍ଟ ବନ୍ଦ କରିବା ଲାଗି ଟୁଇଟରକୁ କେନ୍ଦ୍ରର ନିର୍ଦ୍ଦେଶରୁ ଏହା ସ୍ପଷ୍ଟ ହେଉଛି। ଏତିକି ନୁହେଁ, ଖୋଦ୍‌ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ମଧ୍ୟ ମୁହଁ ଖୋଲିବାକୁ ପଡ଼ିଲା। ବହିର୍ବ୍ୟାପାର ମନ୍ତ୍ରଣାଳୟ ଆଉ ଗୋଟିଏ ପାଦ ଆଗକୁ ଯାଇ ନ୍ୟୁଜ୍‌ ଚ୍ୟାନେଲ ଭଳି ହାସ୍‌ଟ୍ୟାଗ୍‌ ଲଗାଇ ଟୁଇଟ୍‌ କରିବାକୁ ବାଧ୍ୟହେଲା, ଯାହାକି ଆଦୌ ଶୋଭନୀୟ ନୁହେଁ ବୋଲି ଅନେକେ ମତ ଦେଇଛନ୍ତି।
କୃଷକ ଆନ୍ଦୋଳନକୁ ଦମନ ଉଦ୍ୟମ ନେଇ ବିବାଦ ବଢ଼ିବାରୁ ଗୁରୁବାର ଆମେରିକାର ବାଇଡେନ୍‌ ପ୍ରଶାସନ ପକ୍ଷରୁ ମନ୍ତବ୍ୟ ଆସିବା ପରେ ଭାରତ କ୍ୟାପିଟୋଲ୍‌ ହିଲ୍‌ କଥା ସ୍ମରଣ କରାଇଦେଲା। ଆମେରିକା ପରରାଷ୍ଟ୍ର ବିଭାଗର ଜଣେ ମୁଖପାତ୍ର ବୁଧବାର ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲକୁ କହିଥିଲେ, ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହେଉଛି ଏକ ସମୃଦ୍ଧ ଗଣତନ୍ତ୍ରର ପରିଚାୟକ, ଯାହାକୁ ବାଇଡେନ୍‌ ପ୍ରଶାସନ ସ୍ବୀକୃତି ଦେଇଥାଏ। ଭାରତର ସୁପ୍ରିମକୋର୍ଟ ମଧ୍ୟ ସମାନ କଥା କହିଥିବା ସେ ପ୍ରକାଶ କରିଥିଲେ। ଏହାର ଜବାବ ଦେବାକୁ ଯାଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କୃଷକ ଆନ୍ଦୋଳନକୁ ଜାନୁୟାରୀ ୬ରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଭିଆଇଥିବା କ୍ୟାପିଟୋଲ ହିଲ ଦଙ୍ଗା ସହ ତୁଳନା କଲେ। ଚାଷୀ ଆନ୍ଦୋଳନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଏଥିରେ ବାହ୍ୟ ରାଷ୍ଟ୍ରଗୁଡ଼ିକ ମୁଣ୍ଡ ନ ଖେଳାଇବାକୁ ସରକାରଙ୍କ ପକ୍ଷରୁ ତାଗିଦ କରାଯାଇଛି। ଏଠାରେ ମନେରଖିବା ଉଚିତ ଯେ, କ୍ୟାପିଟୋଲ ହିଲ୍‌ ହିଂସାକୁ ନିନ୍ଦା କରିବା ପାଇଁ ଭାରତୀୟ କ୍ରିକେଟର, ସେଲିବ୍ରିଟି ଓ ରାଜନେତାମାନେ ମୁଖର ହୋଇଯାଇଥିଲେ। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କ୍ୟାପିଟୋଲ ସଂଘର୍ଷ ପରିପ୍ରେକ୍ଷୀରେ ଟୁଇଟ୍‌ କରିଥିଲେ, ଦଙ୍ଗା ଓ ହିଂସାକାଣ୍ଡ ସମ୍ପର୍କିତ ଖବର ତାଙ୍କୁ ବ୍ୟଥିତ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ହେଉ ବୋଲି ସେ କାମନା କରିଥିଲେ। ସେତେବେଳେ ଏହି ବହୁଚର୍ଚ୍ଚିତ ଘଟଣାକୁ ଆମେରିକାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କେହି ମୁଣ୍ଡ ଖେଳାଇବା ବନ୍ଦ କରି ନ ଥିଲେ।
ପ୍ରକାଶ ଯେ, ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ୨ ମାସରୁ ଅଧିକ ସମୟ ଧରି କୃଷକ ଆନ୍ଦୋଳନ ଚାଲିଛି। କୃଷକଙ୍କ ଆନ୍ଦୋଳନସ୍ଥଳକୁ ଦିଲ୍ଲୀ ପୋଲିସ କଣ୍ଟାର ତାରବାଡ଼ ଦେଇ ସିମେଣ୍ଟ କଂକ୍ରିଟ୍‌ରେ ଆବଦ୍ଧ କରିଛି। ଏହି ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବିକୁ ମଳିନ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଥିଲେ। ବୁଧବାର ପପ୍‌ ଷ୍ଟାର ରିହାନାଙ୍କ ପରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌ ଓ ପୂର୍ବତନ ପର୍ନ ଷ୍ଟାର ମିଆ ଖଲିଫାଙ୍କ ସମେତ ଅନେକ ସେଲିବ୍ରିଟି ଚାଷୀ ଆନ୍ଦୋଳନ ସମର୍ଥନରେ ଟୁଇଟ୍‌ କରିଥିଲେ। ଏହାକୁ ନେଇ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଏପରି କି କେତେକ ସରକାର ସପକ୍ଷବାଦୀ ନ୍ୟୁଜ୍‌ ଚ୍ୟାନେଲ ରିହାନାଙ୍କୁ ‘ପର୍ନ ଷ୍ଟାର’ କହିବାକୁ ମଧ୍ୟ ପଛାଇ ନ ଥିଲେ। ସେହିପରି ଗ୍ରେଟା ଥନ୍‌ବର୍ଗ ଟୁଇଟ୍‌ କରିଥିବା ଟୁଲକିଟ୍‌ ନିର୍ମାତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ଦାଏର କରିଛି। ଏହାସତ୍ତ୍ୱେ ଭୟଭୀତ ନ ହୋଇ କୃଷକଙ୍କୁ ସମର୍ଥନ ଜାରି ରଖିବେ ବୋଲି ଗ୍ରେଟା ଟୁଇଟ୍‌ କରିଛନ୍ତି।

ସମର୍ଥନ ଜାରି ରଖିବେ ମିଆ
ସମାଲୋଚନା ଓ ବିରୋଧ ସତ୍ତ୍ୱେ କୃଷକ ଆନ୍ଦୋଳନକୁ ସମର୍ଥନ ଜାରି ରହିବ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି ପୂର୍ବତନ ଆଡଲ୍ଟ ଷ୍ଟାର ମିଆ ଖଲିଫା। ୨୭ ବର୍ଷୀୟା ମିଆ ଏକ ନୂଆ ଟୁଇଟ୍‌ କରିଛନ୍ତି। ଏଥିରେ କେତେଜଣ ବିକ୍ଷୋଭକାରୀ ହାତରେ ପ୍ଲାକାର୍ଡ ଧରିଥିବା ଦେଖାଯାଉଛି। ପ୍ଲାକାର୍ଡରେ ମିଆଙ୍କ ସହ ପପ୍‌ ଷ୍ଟାର ରିହାନା ଓ ସ୍ବିଡେନର କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ଫଟୋ ରହିଛି। କ୍ୟାପ୍ସନ ଲେଖିଛନ୍ତି, ବାସ୍ତବରେ ମୁଁ ଏବେ ସଚେତ ହୋଇଛି। ଆପଣମାନେ ଚିନ୍ତା କରିଥିବାରୁ ଧନ୍ୟବାଦ, ଯଦିଓ ତାହା ଅନାବଶ୍ୟକ ଥିଲା। ଏବେ ବି କୃଷକମାନଙ୍କ ସହ ଛିଡ଼ା ହୋଇଛି ବୋଲି ମିଆ କହିଛନ୍ତି।
ସ୍କାନରରେ ରିହାନାଙ୍କ ସୌନ୍ଦର୍ଯ୍ୟ
କୃଷକ ଆନ୍ଦୋଳନକୁ ସମର୍ଥନ କରି କେନ୍ଦ୍ର ସରକାରଙ୍କୁ ହଲାଇ ଦେଇଥିବା ଇଣ୍ଟରନ୍ୟାଶନାଲ ପପ୍‌ ଷ୍ଟାର ରିହାନାଙ୍କ ସୌନ୍ଦର୍ଯ୍ୟ ଏବେ ଶିଶୁ ଅଧିକାର ସୁରକ୍ଷା ପାଇଁ ଜାତୀୟ ଆୟୋଗ (ଏନ୍‌ସିପିସିଆର୍‌) ସ୍କାନରରେ। ରିହାନାଙ୍କ ବିରୋଧରେ ଅଭିଯୋଗ ହେଲା ସେ ବ୍ୟବହାର କରୁଥିବା ଫେଣ୍ଟି ବ୍ୟୁଟି କସ୍‌ମେଟିକ୍‌ ବ୍ରାଣ୍ଡ୍‌ ଯେଉଁ ରକ୍ତ ଅଭ୍ରରେ ତିଆରି ତାହା ବେଆଇନ ଭାବେ ଭାରତୀୟ ଖଣିରୁ ଖନନ କରାଯାଇଛି। ଝାଡ଼ଖଣ୍ଡର ଅଭ୍ର ଖଣିରେ ଖନନ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ଦୟନୀୟ ଅବସ୍ଥାରେ ନିୟୋଜିତ କରାଯାଇଥାଏ।
ଏନ୍‌ସିପିସିଆର୍‌ ଅଧ୍ୟକ୍ଷ ପ୍ରିୟଙ୍କ କାନୁନ୍‌ଗୋ କହିଛନ୍ତି, ଏନ୍‌ଜିଓ ଲିଗାଲ୍‌ ରାଇଟ୍ସ ଅବ୍‌ଜର୍ଭେଟୋରି (ଏଲ୍‌ଆର୍‌ଓ) ପକ୍ଷରୁ ଶୁକ୍ରବାର ଅଭିଯୋଗ ମିଳିଛି। ଏହାକୁ ଅନୁଧ୍ୟାନ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ରେସ୍‌ପନ୍ସିବଲ ମିକା ଇନିସିଏଟିଭ୍‌ (ଆର୍‌ଏମ୍‌ଆଇ)ଠାରୁ ସ୍ପଷ୍ଟୀକରଣ ମଗାଯାଇଥିଲା। ତେବେ ଫେଣ୍ଟି ବ୍ୟୁଟିକୁ ଅଭ୍ର ଯୋଗାଉଥିବା ଯୋଗାଣ ଶୃଙ୍ଖଳ ଆର୍‌ଏମ୍‌ଆଇ ନିକଟରେ ପଞ୍ଜୀକୃତ ହୋଇ ନ ଥିବା ନେଇ ଆର୍‌ଏମ୍‌ଆଇ ପକ୍ଷରୁ ଏକ ଇ-ମେଲ୍‌ ମିଳିଛି।

ଚୁପ୍‌ ବସିବିନି: ମୀନା ହାରିସ୍‌

ଆମେରିକୀୟ ଆଇନଜୀବୀ, ଲେଖିକା ତଥା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌ କୃଷକ ଆନ୍ଦୋଳନକୁ ନେଇ ଭାରତରେ ସମାଲୋଚନା ପରେ ମଧ୍ୟ ଚୁପ୍‌ ବସିବେ ନାହିଁ ବୋଲି କହିଛନ୍ତି। ଏହି ଅବସରରେ ସେ ବିକ୍ଷୋଭକାରୀମାନଙ୍କ ଏକ ଫଟୋକୁ ଟୁଇଟ୍‌ କରିଛନ୍ତି। ଅନ୍ୟ ଏକ ଟୁଇଟ୍‌ରେ ମୀନା ଲେଖିଛନ୍ତି, ଡରିଯିବି ନାହଁ କି ନୀରବ ରହିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri