Home Middle

ଅବସ୍ଥା କହୁଛି ନେତୃତ୍ୱ କେମିତି

ନୂଆଦିଲ୍ଲୀ,୧୯ା୫: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ନିକଟରେ କୋଭିଡ୍‌-୧୯ ମହାମାରୀକୁ ଦେଶ ପାଇଁ ସ୍ବାଧୀନତା ପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଅଭିହିତ କରିଥିଲେ। ଏହାସହ ଦେଶର ନେତୃତ୍ୱ କେମିତି ରହିଛି ତାହା ସାମ୍ପ୍ରତିକ ଅବସ୍ଥାରୁ…

ସିଙ୍ଗାପୁର ଷ୍ଟ୍ରେନ୍‌ରେ ତୃତୀୟ ଲହର ଆଶଙ୍କା

ନୂଆଦିଲ୍ଲୀ, ୧୯ା୫: ସିଙ୍ଗାପୁରରେ ଚିହ୍ନଟ ହୋଇଥିବା କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ଭାରତରେ ତୃତୀୟ ଲହରକୁ ଡାକିଆଣିପାରେ। ତେଣୁ ତୁରନ୍ତ ପଦକ୍ଷେପ ନିଆଯାଇ ସିଙ୍ଗାପୁର ସହ ସମସ୍ତ ବିମାନ ଚଳାଚଳ ବନ୍ଦ କରାଯାଉ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦାବି…

ନୈତିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ଲିଭ୍‌-ଇନ୍‌ ସମ୍ପର୍କ

ଚଣ୍ଡିଗଡ଼,୧୯ା୫: ଲିଭ୍‌-ଇନ୍‌ ରିଲେଶନଶିପ୍‌ ନୈତିକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚିତ୍ର ଟିପ୍ପଣୀ ଦେଇଛନ୍ତି। ଏହାସହ ଆବେଦନକାରୀ ଯୋଡ଼ିଙ୍କୁ ସୁରକ୍ଷା ଦେବାକୁ ମନା କରି ସେମାନଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଏଭଳି…

୩୦୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ନେଲାଣି କରୋନା…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କରୋନା ଯୋଦ୍ଧା ପାଲଟିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରୁ ଇତିମଧ୍ୟରେ ୩୦୦ ଜଣଙ୍କ ଜୀବନ କରୋନା ନେଇ ସାରିଲାଣି। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଅଧିକ ଗଣମାଧ୍ୟମ ପ୍ରତିନିଧି କରୋନାରେ…

କରୋନାକୁ ହରାଇବା ଯୋଜନା: ପ୍ରତିଦିନ ହେବ ୪୫ ଲକ୍ଷ ଟେଷ୍ଟ୍‌…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀକୁ ହରାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନମୁନା ଟେଷ୍ଟ୍‌ ଉପରେ ଗୁରୁତ୍ୱାରୋପ କରାଯାଇଛି। ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବାର ଆଶଙ୍କା ନେଇ ବିଶେଷଜ୍ଞ କମିଟିର ଚେତାବନୀ ପରେ ସରକାର କରୋନା ସଂକ୍ରମଣ ରୋକିବା…

ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ମଧ୍ୟରେ ବଢୁଛି କରୋନା ସଂକ୍ରମଣ: ୧୫ ଦିନରେ ୧୯ ହଜାରରୁ ଅଧିକ ଆକ୍ରାନ୍ତ…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତୃତୀୟ ଲହରରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ। ଏବେ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ତେବେ ତୃତୀୟ ଲହର ପୂର୍ବରୁ…

ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍‌: ଜାଣନ୍ତୁ କମିଲା କ’ଣ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ିଛି। ଜୁନ ୧ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ ବଢ଼ାଇ ଦେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଢ଼ି ଚାଲିଥିବାରୁ ମେ’ ୫ରୁ…

ଜିଲାପାଳମାନେ କରୋନା ଲଢ଼େଇର ଫିଲ୍ଡ୍‌ କମାଣ୍ଡର: ମୋଦି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ରାଜ୍ୟର ୪୬ ଜିଲାପାଳ ଏବଂ ଚଣ୍ଡିଗଡ଼ ପ୍ରଶାସନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ କରିଛନ୍ତି। ଜିଲାପାଳମାନେ କରୋନା…

କରୋନା ଚିକିତ୍ସାରୁ ହଟିଲା ପ୍ଲାଜ୍‌ମା ଥେରାପି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ଚିକିତ୍ସା ମାର୍ଗଦର୍ଶିକାରୁ କନଭାଲସେଣ୍ଟ୍‌ ପ୍ଲାଜ୍‌ମା ଥେରାପିକୁ ହଟାଇ ଦିଆଯାଇଛି। ଆଇସିଏମ୍‌ଆର ପକ୍ଷରୁ ଏହି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏଥିରୁ ସୁଫଳ ମିଳୁ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଗତବର୍ଷ ୪୦୦ଜଣଙ୍କ ଠାରେ ଆଇସିଏମ୍‌ଆର୍‌ ପକ୍ଷରୁ ପରୀକ୍ଷା…

ଟିକା ନେବା ପରେ ଏଭଳି ଲକ୍ଷଣ ବିପଦର ସଙ୍କେତ: ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଟ୍ରେନରେ ଆଷ୍ଟ୍ରାଜେନିକା-ଅକ୍ସଫୋର୍ଡ ଟିକା ଭଳି ଭାରତରେ ଦିଆ ଯାଉଥିବା କୋଭିଶିଲ୍ଡ ଟିକାରେ ମଧ୍ୟ ସମାନ ପ୍ରକାର ରକ୍ତ ଜମାଟ…

ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ପୂର୍ବପରି ବଢ଼ିବାରେ ଲାଗିଛି।…

ଶିବସୁନ୍ଦରଙ୍କୁ ଜାତୀୟ ଦଳର ଦାୟିତ୍ୱ

ଭୁବନେଶ୍ୱର, ୧୭।୫(କ୍ରୀଡ଼ା ପ୍ରତିନିଧି) – ଓଡ଼ିଶା କ୍ରିକେଟ ପାଇଁ ସୋମବାର ଆସିଛି ଏକ ଖୁସି ଖବର। ରାଜ୍ୟର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ କରାଯାଇଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଟେଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?