Posted inଜାତୀୟ

ସିଙ୍ଗାପୁର ଷ୍ଟ୍ରେନ୍‌ରେ ତୃତୀୟ ଲହର ଆଶଙ୍କା

ନୂଆଦିଲ୍ଲୀ, ୧୯ା୫: ସିଙ୍ଗାପୁରରେ ଚିହ୍ନଟ ହୋଇଥିବା କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ଭାରତରେ ତୃତୀୟ ଲହରକୁ ଡାକିଆଣିପାରେ। ତେଣୁ ତୁରନ୍ତ ପଦକ୍ଷେପ ନିଆଯାଇ ସିଙ୍ଗାପୁର ସହ ସମସ୍ତ ବିମାନ ଚଳାଚଳ ବନ୍ଦ କରାଯାଉ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦାବି କରିଛନ୍ତି।
କେଜ୍‌ରିଓ୍ବ୍‌ାଲଙ୍କ ମତରେ ସିଙ୍ଗାପୁର ଷ୍ଟ୍ରେନ୍‌ରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ପିଲାମାନଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ଭାକ୍ସିନ ପ୍ରସ୍ତୁତ କରନ୍ତୁ ବୋଲି ସେ ଟୁଇଟ୍‌ କରିଛନ୍ତି। ସିଙ୍ଗାପୁରରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଦେଖାଯିବା ପରେ ଏଥିରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବା ସେଠାକାର ଶିକ୍ଷା ମନ୍ତ୍ରୀ ଚାନ୍‌ ଚୁନ୍‌ ସିଙ୍ଗ୍‌ ମାନିଛନ୍ତି। ତେଣୁ ବୁଧବାରଠାରୁ ମେ ୨୮ ପର୍ଯ୍ୟନ୍ତ ସେଠାରେ ସମସ୍ତ ସ୍କୁଲ ବନ୍ଦ କରାଯିବାକୁ ଘୋଷଣା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତରୁ ସିଙ୍ଗାପୁର ଯାଉଥିବା ଓ ସେଠାରୁ ଆସୁଥିବା ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ କେଜ୍‌ରିଓ୍ବାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନସିଆରରେ ଶୀତ ସହ ବଢିଲାଣି ବାୟୁ ପ୍ରଦୂଷଣର ପ୍ରକୋପ

ନୂଆଦିଲ୍ଲୀ,୧୭ ।୧୦: ବଦଳିଲାଣି ଦିଲ୍ଲୀ-ଏନସିଆରର ପାଣିପାଗ । ଏଠାରେ ସକାଳେ ଓ ସନ୍ଧ୍ୟାରେ ସାମନ୍ୟ ଥଣ୍ଡା ଅନୁଭୁତ ହେଲାଣି । ଏହାସହ ଦିନରେ ଖରାର ତାତି...

ଇଭି-ଯାତ୍ରା ପୋର୍ଟାଲ ଉନ୍ମୋଚନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସି (ବିଇଇ) ଦ୍ୱାରା ବିକଶିତ ଇଭି-ଯାତ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। ଏହି ପ୍ଲାଟଫର୍ମ ଇଭି...

ଅଭିଯୁକ୍ତ ଶଙ୍କରଙ୍କ ଯୁକ୍ତି: ବିମାନରେ ସେ ନୁହନ୍ତି, ବରଂ ମହିଳା ନିଜେ ନିଜ ଉପରେ କରିଥିଲେ ପରିସ୍ରା…

ନୂଆଦିଲ୍ଲୀ,୧୩।୧: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ମାମଲାରେ ନୂଆ ମୋଡ। ଅଭିଯୁକ୍ତ ଶଙ୍କର ମିଶ୍ର କୋର୍ଟରେ ଭିନ୍ନ କାହାଣୀ ଉପସ୍ଥାପନ...

ସମାଧାନ ରାସ୍ତାରେ ହୁଏ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ,୧୪।୧୨: ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ବୁଧବାର ଦିଲ୍ଲୀର ସଂସଦ ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର...

ଜମ୍ମୁ-କଶ୍ମୀର ପାଇଁ ପ୍ରୋଟୋକଲ୍‌ ଭାଙ୍ଗିବେ ଶାହା

ଶ୍ରୀନଗର, ୨୫।୧୦: ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପୁଲ୍‌ଓ୍ବାମା ଜିଲାର ଶହୀଦ ସ୍ମାରକଠାରେ ସିଆର୍‌ପିଏଫ୍‌ ଯବାନମାନଙ୍କ ସହ ରାତି କଟାଇବାକୁ...

କରୋନା ମହାମାରୀ ସମ୍ପର୍କିତ ଦୁର୍ନୀତି: କେନ୍ଦ୍ର ସରକାରଙ୍କ ପାଖରେ ୪୦ ହଜାର ଅଭିଯୋଗ

ନୂଆଦିଲ୍ଲୀ,୭।୧୨: କରୋନା ମହାମାରୀ ଦେଶରେ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ଚିକିତ୍ସା ତଥା ଅନ୍ୟ କେତେକ କ୍ଷେତ୍ରରେ ଦୁର୍ନୀତି ବଢ଼ିବାରେ ଲାଗିଛି। କରୋନା ମହାମାରୀକୁ ନେଇ...

ମଣିପୁରରେ ମୈତେଇ-କୁକି-ନାଗା ସମ୍ପ୍ରଦାୟର ସଂଘର୍ଷ କେବେଠାରୁ ହୋଇଥିଲା ଆରମ୍ଭ, ଜାଣନ୍ତୁ ତା’ର ଇତିହାସ

ଇମ୍ଫାଲ,୩୧।୫:ମାସେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ସେନା କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୪୦ଉଗ୍ରପନ୍ଥୀ ନିହତ ହେବା ନେଇ...

ଭବାନୀପୁର ଉପ ନିର୍ବାଚନ ପ୍ରଚାର ବେଳେ ଭାଜପା ମୁଖ୍ୟଙ୍କୁ ସେକିଲେ

କୋଲାକାତା,୨୭।୯: ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ଭବାନୀପୁର ଉପ ନିର୍ବାଚନ ଲାଗି ସୋମବାର ଘରରୁ ଘର ପ୍ରଚାରବେଳେ ଭାଜପାର ଜାତୀୟ ଉପ ସଭାପତି ଦୀଲିପ...

Advertisement
Archives

Model This Week