Posted inଜାତୀୟ

ନୈତିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ଲିଭ୍‌-ଇନ୍‌ ସମ୍ପର୍କ

ଚଣ୍ଡିଗଡ଼,୧୯ା୫: ଲିଭ୍‌-ଇନ୍‌ ରିଲେଶନଶିପ୍‌ ନୈତିକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚିତ୍ର ଟିପ୍ପଣୀ ଦେଇଛନ୍ତି। ଏହାସହ ଆବେଦନକାରୀ ଯୋଡ଼ିଙ୍କୁ ସୁରକ୍ଷା ଦେବାକୁ ମନା କରି ସେମାନଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଏଭଳି ରକ୍ଷଣଶୀଳ ଓ ପୁରୁଣାକାଳିଆ ଆଭିମୁଖ୍ୟକୁ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ କରାଯାଇଛି। ଟୁଇଟରରେ କେତେଜଣ ୟୁଜର୍ସ ହାଇକୋର୍ଟଙ୍କୁ ଖାପ୍‌ ପଞ୍ଚାୟତ ସହ ତୁଳନା କରିଛନ୍ତି।
ଉତ୍ତରପ୍ରଦେଶର ଜଣେ ୧୯ ବର୍ଷୀୟ ଯୁବତୀ ଓ ପଞ୍ଜାବର ୨୨ ବର୍ଷୀୟ ଯୁବକ ଲିଭ୍‌-ଇନ୍‌ ସମ୍ପର୍କରେ ରହୁଥିଲେ। ଯୁବତୀଙ୍କ ପରିବାର ପକ୍ଷରୁ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଉଭୟେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁରକ୍ଷିତ ଭାବେ ଏକାଠି ରହିବା ପାଇଁ ସ୍ବାଧୀନତା ପ୍ରଦାନ ନିମନ୍ତେ ପଞ୍ଜାବ ପୋଲିସକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ ଯୋଡ଼ି ହାଇକୋର୍ଟଙ୍କୁ ନିବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ପିଟିଶନ ଦାଏର କରି ଆଇନଜୀବୀ ଜେ.ଏସ୍‌. ଠାକୁର ଦର୍ଶାଇଥିଲେ ଯେ, ଉଭୟେ ୪ ବର୍ଷ ହେଲା ଲିଭ୍‌-ଇନ୍‌ ସମ୍ପର୍କରେ ରହିଆସୁଛନ୍ତି। ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ଯୁବତୀଙ୍କ ପରିବାର ଏହାକୁ ବିରୋଧ କରୁଛି। ଏପରି କି ତାଙ୍କ ପରିବାର ଲୋକେ ସେମାନଙ୍କୁ ଧମକ ମଧ୍ୟ ଦେଇଛନ୍ତି। ଜୀବନ ଭୟରେ ସେ ଘର ଛାଡ଼ି ପଳାଇଆସିଛନ୍ତି। ଏନେଇ ଗତ ଏପ୍ରିଲରେ ଏହି ଯୋଡ଼ି ପଞ୍ଜାବ ପୋଲିସକୁ ଇ-ମେଲ୍‌ ଜରିଆରେ ଗୁହାରି କରିଥିଲେ। ଦୁହେଁ ପରସ୍ପରକୁ ବିବାହ କରିବାକୁ ଚାହୁଁଥିବାରୁ ସେମାନଙ୍କୁ ଆଇନତଃ ସୁରକ୍ଷା ଦିଆଯାଉ। ଜଷ୍ଟିସ୍‌ ଏଚ୍‌.ଏସ୍‌. ମଦାନଙ୍କ ଜଣିକିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ
ଶୁଣାଣି କରି କହିଛନ୍ତି, ଆବେଦନକାରୀ ଦ୍ୱୟ କେବଳ ନିଜ ସମ୍ପର୍କକୁ ସ୍ବୀକୃତି ପ୍ରଦାନ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି, ଯାହାକି ନୈତିକ ଓ ସାମାଜିକ ରୂପେ ଗ୍ରହଣୀୟ ନୁହେଁ। ବାସ୍ତବରେ ଆବେଦନକାରୀ ବର୍ତ୍ତମାନ ପିଟିଶନ ଦାଏର କରିବା ଆଳରେ ନିଜ ଲିଭ୍‌-ଇନ୍‌ ରିଲେଶନ୍‌ଶିପ୍‌ ଉପରେ ସ୍ବୀକୃତିର ମୋହର ଲଗାଇବାକୁ ଦାବି କରୁଛନ୍ତି। ତେଣୁ ଏହି ପିଟିଶନରେ କୌଣସି ସୁରକ୍ଷା ଆଦେଶ ଦିଆଯାଇ ପାରିବ ନାହିଁ। ଏଭଳି ଟିପ୍ପଣୀ ଦେବା ସହ ହାଇକୋର୍ଟ ସେମାନଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ପ୍ରକାଶ ଯେ, ମାତ୍ର ୬ ଦିନ ପୂର୍ବରୁ ଜଷ୍ଟିସ୍‌ ଅନିଲ କ୍ଷେତ୍ରପାଳଙ୍କ ଖଣ୍ଡପୀଠ ଅନ୍ୟ ଏକ ଲିଭ୍‌-ଇନ୍‌ ଯୋଡ଼ିଙ୍କ ସୁରକ୍ଷା ପିଟିଶନକୁ ଖାରଜ କରିଦେଇଥିଲେ। ଯଦି ଏଭଳି ଭାବେ ସୁରକ୍ଷା ମାଗୁଥିବା ଯୋଡ଼ିଙ୍କୁ ଅନୁମତି ଦିଆଯାଏ ତେବେ ସମାଜର ସମରସତା ବିଗିଡ଼ିଯିବ ବୋଲି ହାଇକୋର୍ଟ ଦର୍ଶାଇଥିଲେ।

ସୋସିଆଲ ମିଡିଆରେ ନିନ୍ଦା

ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ସଦ୍ୟ ରାୟକୁ ଟୁଇଟରରେ ବିରୋଧ କରିଛନ୍ତି ୟୁଜର୍ସ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜୀବନ ଧାରଣ ଓ ସ୍ବାଧୀନତାର ମୌଳିକ ଅଧିକାର ଦେଇଛି। କିନ୍ତୁ ଆମ ଅଦାଲତ ଏଭଳି ଆଇନକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନ ଥିବା ସାକେତ ଗୋଖଲେ ନାମକ ଜଣେ ସାମାଜିକ କର୍ମୀ ଟୁଇଟ୍‌ କରିଛନ୍ତି। ନୂଆଦିଲ୍ଲୀର କୁନାଲ କୁମାରଙ୍କ ମତରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଆଲ୍ଲାହାବାଦ ହାଇକୋର୍ଟଙ୍କଠାରୁ ଶିକ୍ଷାଲାଭ କରିବା ଉଚିତ। ସେମାନେ ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଟିପ୍ପଣୀ ଦେବା ଆଗରୁ ପୂର୍ବ ରାୟଗୁଡ଼ିକ ସମ୍ପର୍କରେ ଭଲ ଭାବେ ଅନୁଧ୍ୟାନ ଓ ବିଚାର କରିବା ଉଚିତ। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ହାଇକୋର୍ଟ ସୁପ୍ରିମକୋର୍ଟଙ୍କ ଏସମ୍ପର୍କିତ ରାୟକୁ ଅବଜ୍ଞା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri