Posted inଜାତୀୟ

ନୈତିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ଲିଭ୍‌-ଇନ୍‌ ସମ୍ପର୍କ

ଚଣ୍ଡିଗଡ଼,୧୯ା୫: ଲିଭ୍‌-ଇନ୍‌ ରିଲେଶନଶିପ୍‌ ନୈତିକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚିତ୍ର ଟିପ୍ପଣୀ ଦେଇଛନ୍ତି। ଏହାସହ ଆବେଦନକାରୀ ଯୋଡ଼ିଙ୍କୁ ସୁରକ୍ଷା ଦେବାକୁ ମନା କରି ସେମାନଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ଏଭଳି ରକ୍ଷଣଶୀଳ ଓ ପୁରୁଣାକାଳିଆ ଆଭିମୁଖ୍ୟକୁ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ କରାଯାଇଛି। ଟୁଇଟରରେ କେତେଜଣ ୟୁଜର୍ସ ହାଇକୋର୍ଟଙ୍କୁ ଖାପ୍‌ ପଞ୍ଚାୟତ ସହ ତୁଳନା କରିଛନ୍ତି।
ଉତ୍ତରପ୍ରଦେଶର ଜଣେ ୧୯ ବର୍ଷୀୟ ଯୁବତୀ ଓ ପଞ୍ଜାବର ୨୨ ବର୍ଷୀୟ ଯୁବକ ଲିଭ୍‌-ଇନ୍‌ ସମ୍ପର୍କରେ ରହୁଥିଲେ। ଯୁବତୀଙ୍କ ପରିବାର ପକ୍ଷରୁ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଉଭୟେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁରକ୍ଷିତ ଭାବେ ଏକାଠି ରହିବା ପାଇଁ ସ୍ବାଧୀନତା ପ୍ରଦାନ ନିମନ୍ତେ ପଞ୍ଜାବ ପୋଲିସକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ ଯୋଡ଼ି ହାଇକୋର୍ଟଙ୍କୁ ନିବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ପିଟିଶନ ଦାଏର କରି ଆଇନଜୀବୀ ଜେ.ଏସ୍‌. ଠାକୁର ଦର୍ଶାଇଥିଲେ ଯେ, ଉଭୟେ ୪ ବର୍ଷ ହେଲା ଲିଭ୍‌-ଇନ୍‌ ସମ୍ପର୍କରେ ରହିଆସୁଛନ୍ତି। ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ଯୁବତୀଙ୍କ ପରିବାର ଏହାକୁ ବିରୋଧ କରୁଛି। ଏପରି କି ତାଙ୍କ ପରିବାର ଲୋକେ ସେମାନଙ୍କୁ ଧମକ ମଧ୍ୟ ଦେଇଛନ୍ତି। ଜୀବନ ଭୟରେ ସେ ଘର ଛାଡ଼ି ପଳାଇଆସିଛନ୍ତି। ଏନେଇ ଗତ ଏପ୍ରିଲରେ ଏହି ଯୋଡ଼ି ପଞ୍ଜାବ ପୋଲିସକୁ ଇ-ମେଲ୍‌ ଜରିଆରେ ଗୁହାରି କରିଥିଲେ। ଦୁହେଁ ପରସ୍ପରକୁ ବିବାହ କରିବାକୁ ଚାହୁଁଥିବାରୁ ସେମାନଙ୍କୁ ଆଇନତଃ ସୁରକ୍ଷା ଦିଆଯାଉ। ଜଷ୍ଟିସ୍‌ ଏଚ୍‌.ଏସ୍‌. ମଦାନଙ୍କ ଜଣିକିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ
ଶୁଣାଣି କରି କହିଛନ୍ତି, ଆବେଦନକାରୀ ଦ୍ୱୟ କେବଳ ନିଜ ସମ୍ପର୍କକୁ ସ୍ବୀକୃତି ପ୍ରଦାନ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି, ଯାହାକି ନୈତିକ ଓ ସାମାଜିକ ରୂପେ ଗ୍ରହଣୀୟ ନୁହେଁ। ବାସ୍ତବରେ ଆବେଦନକାରୀ ବର୍ତ୍ତମାନ ପିଟିଶନ ଦାଏର କରିବା ଆଳରେ ନିଜ ଲିଭ୍‌-ଇନ୍‌ ରିଲେଶନ୍‌ଶିପ୍‌ ଉପରେ ସ୍ବୀକୃତିର ମୋହର ଲଗାଇବାକୁ ଦାବି କରୁଛନ୍ତି। ତେଣୁ ଏହି ପିଟିଶନରେ କୌଣସି ସୁରକ୍ଷା ଆଦେଶ ଦିଆଯାଇ ପାରିବ ନାହିଁ। ଏଭଳି ଟିପ୍ପଣୀ ଦେବା ସହ ହାଇକୋର୍ଟ ସେମାନଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ପ୍ରକାଶ ଯେ, ମାତ୍ର ୬ ଦିନ ପୂର୍ବରୁ ଜଷ୍ଟିସ୍‌ ଅନିଲ କ୍ଷେତ୍ରପାଳଙ୍କ ଖଣ୍ଡପୀଠ ଅନ୍ୟ ଏକ ଲିଭ୍‌-ଇନ୍‌ ଯୋଡ଼ିଙ୍କ ସୁରକ୍ଷା ପିଟିଶନକୁ ଖାରଜ କରିଦେଇଥିଲେ। ଯଦି ଏଭଳି ଭାବେ ସୁରକ୍ଷା ମାଗୁଥିବା ଯୋଡ଼ିଙ୍କୁ ଅନୁମତି ଦିଆଯାଏ ତେବେ ସମାଜର ସମରସତା ବିଗିଡ଼ିଯିବ ବୋଲି ହାଇକୋର୍ଟ ଦର୍ଶାଇଥିଲେ।

ସୋସିଆଲ ମିଡିଆରେ ନିନ୍ଦା

ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ସଦ୍ୟ ରାୟକୁ ଟୁଇଟରରେ ବିରୋଧ କରିଛନ୍ତି ୟୁଜର୍ସ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜୀବନ ଧାରଣ ଓ ସ୍ବାଧୀନତାର ମୌଳିକ ଅଧିକାର ଦେଇଛି। କିନ୍ତୁ ଆମ ଅଦାଲତ ଏଭଳି ଆଇନକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନ ଥିବା ସାକେତ ଗୋଖଲେ ନାମକ ଜଣେ ସାମାଜିକ କର୍ମୀ ଟୁଇଟ୍‌ କରିଛନ୍ତି। ନୂଆଦିଲ୍ଲୀର କୁନାଲ କୁମାରଙ୍କ ମତରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଆଲ୍ଲାହାବାଦ ହାଇକୋର୍ଟଙ୍କଠାରୁ ଶିକ୍ଷାଲାଭ କରିବା ଉଚିତ। ସେମାନେ ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଟିପ୍ପଣୀ ଦେବା ଆଗରୁ ପୂର୍ବ ରାୟଗୁଡ଼ିକ ସମ୍ପର୍କରେ ଭଲ ଭାବେ ଅନୁଧ୍ୟାନ ଓ ବିଚାର କରିବା ଉଚିତ। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ହାଇକୋର୍ଟ ସୁପ୍ରିମକୋର୍ଟଙ୍କ ଏସମ୍ପର୍କିତ ରାୟକୁ ଅବଜ୍ଞା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri