ଅବସ୍ଥା କହୁଛି ନେତୃତ୍ୱ କେମିତି

ନୂଆଦିଲ୍ଲୀ,୧୯ା୫: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ନିକଟରେ କୋଭିଡ୍‌-୧୯ ମହାମାରୀକୁ ଦେଶ ପାଇଁ ସ୍ବାଧୀନତା ପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଅଭିହିତ କରିଥିଲେ। ଏହାସହ ଦେଶର ନେତୃତ୍ୱ କେମିତି ରହିଛି ତାହା ସାମ୍ପ୍ରତିକ ଅବସ୍ଥାରୁ ଜଣାପଡ଼ିଥାଏ ବୋଲି କହିଥିଲେ। ଏହି ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ମନ୍ତବ୍ୟ ସାମ୍ପ୍ରତିକ ସ୍ଥିତିରେ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ମନେକରାଯାଏ। ବିଶେଷକରି ଯେତେବେଳେ କରୋନା ଭାଇରସ୍‌ ୨୪ ଘଣ୍ଟା ମଧ୍ୟରେ ୪,୩୨୯ ଜଣଙ୍କ ଜୀବନ ନେବାରେ ସକ୍ଷମ ହୋଇଛି ଭାରତୀୟଙ୍କ ମନରେ ଦେଶର ନେତୃତ୍ୱ ପ୍ରତି ସନ୍ଦେହ ଜାତ ହେବା ଅସ୍ବାଭାବିକ ନୁହେଁ। କାରଣ ଭୂତାଣୁ ମାଡ଼ରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଦୟନୀୟ ଚିତ୍ର ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି। ପୋଲିସ ପ୍ରଶାସନ, ସରକାର ସମସ୍ତେ ଅସହାୟ। ସତେଯେମିତି ଟୋଟାଲ ସିଷ୍ଟମ୍‌ ଆଣ୍ଠେଇ ପଡ଼ିଛି ଅଦୃଶ୍ୟ ଭୂତାଣୁର ଦ୍ୱିତୀୟ ଲହର ଆଗରେ। ଶ୍ମାଶାନରେ ନିଆଁ ଲିଭୁନାହିଁ। ଆତ୍ମୀୟଙ୍କ ଆଖିରୁ ଲୁହ ଶୁଖୁନାହିଁ। ସର୍ବତ୍ର ମୃତ୍ୟୁର ଆତଙ୍କ।
ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସକାଳ ୮ଟାରେ କୋଭିଡ୍‌ ଡାଟା ଅପ୍‌ଡେଟ୍‌ କରିଛି। ଏଥିରେ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୩୨୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଭୂତାଣୁ ଆସିବା ପରଠାରୁ କୌଣସି ଦିନ ଏତେ ସଂଖ୍ୟକ ସଂକ୍ରମିତଙ୍କ ଜୀବନ ଯାଇ ନ ଥିଲା। ଏଥିସହ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୨,୭୮,୭୧୯ରେ ପହଞ୍ଚତ୍ଥିବା କୁହାଯାଉଛି, ଯାହାକୁ ବିଶେଷଜ୍ଞମାନେ ଗ୍ରହଣ କରିପାରୁ ନାହାନ୍ତି। ପ୍ରକୃତ ସଂଖ୍ୟା ଢେର ଅଧିକ ବୋଲି ବିଭିନ୍ନ ମହଲରେ କୁହାଯାଉଛି। ସରକାରୀ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୧,୦୦୦, କର୍ନାଟକ ୪୭୬, ଦିଲ୍ଲୀରେ ୩୪୦, ତାମିଲନାଡୁ ୨୭୨, ଉତ୍ତରପ୍ରଦେଶରେ ୨୨୩ ଜଣ ଦିନକ ମଧ୍ୟରେ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ ୨୪ ଘଣ୍ଟାରେ ୨.୬୩ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ୨୮ ଦିନ ମଧ୍ୟରେ ସର୍ବନିମ୍ନ ସଂକ୍ରମଣ ବୋଲି କୁହାଯାଉଛି। ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୫୨,୨୮,୯୯୬ରେ ପହଞ୍ଚତ୍ଛି।
ସେହିପରି ଦିନକରେ ୪.୨୨ ଲକ୍ଷ ସଂକ୍ରମିତ ଆରୋଗ୍ୟ ହେବା ଏକ ବଡ଼ ଉପଲବ୍ଧି ବୋଲି କେନ୍ଦ୍ର ସରକାର ବିବେଚନା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?