Posted inଖେଳ

ଶିବସୁନ୍ଦରଙ୍କୁ ଜାତୀୟ ଦଳର ଦାୟିତ୍ୱ

ଭୁବନେଶ୍ୱର, ୧୭।୫(କ୍ରୀଡ଼ା ପ୍ରତିନିଧି) – ଓଡ଼ିଶା କ୍ରିକେଟ ପାଇଁ ସୋମବାର ଆସିଛି ଏକ ଖୁସି ଖବର। ରାଜ୍ୟର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ କରାଯାଇଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଟେଷ୍ଟ ଓପନର ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜରେ ଗୁରୁଦାୟିତ୍ୱ ସମ୍ପାଦନ କରିବେ। ପୂର୍ବତନ ଦିଲ୍ଲୀ ଉଇକେଟ କିପର ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍‌ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବରୋଦା ମହିଳା ଚୟନ ପ୍ୟାନେଲ ମୁଖ୍ୟ ଥିବା ରାଜକୁମାରଦେବୀ ଗାଏକ୍ୱାଡ ଟିମ୍‌ ମ୍ୟାନେଜର ନିଯୁକ୍ତ ହୋଇଛନ୍ତି। ଦୀର୍ଘଦିନଧରି ଏହି ଦାୟିତ୍ୱ ତୁଲାଇ ଆସୁଥିବା ତୃପ୍ତି ଭଟ୍ଟାଚାର୍ଯ୍ୟଙ୍କ ସ୍ଥାନ ନେଇଛନ୍ତି ଗାଏକ୍ୱାଡ। କିଛିଦିନ ପୂର୍ବରୁ ରମେଶ ପାଓ୍ବାର ଦଳର ମୁଖ୍ୟ କୋଚ୍‌ ପଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଶିବ ସୁନ୍ଦର ପୂର୍ବରୁ ଭାରତୀୟ ମହିଳା ‘ଏ’ ଦଳ ସହିତ କାର୍ଯ୍ୟ କରିଥିଲେ। ”ପ୍ରଥମ ଥର ପାଇଁ ମୁଁ ଭାରତୀୟ ମହିଳା ଜାତୀୟ ଦଳ ସହ କାର୍ଯ୍ୟ କରିବାକୁ ଯାଉଛି। ନୂଆ ଦାୟିତ୍ୱ ପାଇ ମୁଁ ବହୁତ ଖସୀ। ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କାରଣ ମୁଁ ପୂର୍ବରୁ ଜଣେ ଖେଳାଳି ଭାବେ ଇଂଲଣ୍ଡ ଯାଇଛି ଏବଂ ସେଠାରେ ଅନେକ ଲିଗ୍‌ କ୍ରିକେଟ ଖେଳିଛି। ପରିବେଶ ସହିତ ମୁଁ କିଛି ପରିମାଣରେ ଅଭ୍ୟସ୍ତ ମଧ୍ୟ ଅଛି। ତେଣୁ ମୁଁ ମୋ ଅନୁଭବକୁ ଖେଳାଳିଙ୍କ ସହ ବାଣ୍ଟି ପାରିବି। ମୁଁ ଇଂଲଣ୍ଡ ଗସ୍ତକୁ ଭଲ ପାଏ। ତେଣୁ ମୁଁ ଏହା ଉପରେ ଫୋକସ କରୁଛି“ ବୋଲି ନିଜ ପ୍ରତିକ୍ରିୟାରେ ଶିବ ସୁନ୍ଦର କହିଛନ୍ତି।

ଶିବ ସୁନ୍ଦର ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ କ୍ୟାରିୟରରେ ୨୩ଟି ଟେଷ୍ଟ ଖେଳିଥିଲେ। ପାଖାପାଖି ୩୫ ଆଭରେଜରେ ୧୩୦୦ରୁ ଊର୍ଦ୍ଧ୍ୱ ରନ ତାଙ୍କ ନାମରେ ରହିଛି। ଏଥିରେ ୨ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ସାମିଲ। ବର୍ତ୍ତମାନର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଶିବସୁନ୍ଦର ଜାତୀୟ କ୍ରିକେଟ ଏକାଡେମୀରେ ରାହୁଲ ଡ୍ରାଭିଡଙ୍କ ତତ୍ତ୍ୱାବଧାନରେ ବ୍ୟାଟିଂ କୋଚ୍‌ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri