୩୦୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ନେଲାଣି କରୋନା…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କରୋନା ଯୋଦ୍ଧା ପାଲଟିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରୁ ଇତିମଧ୍ୟରେ ୩୦୦ ଜଣଙ୍କ ଜୀବନ କରୋନା ନେଇ ସାରିଲାଣି। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଅଧିକ ଗଣମାଧ୍ୟମ ପ୍ରତିନିଧି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମାତ୍ର ସେମାନେ କରୋନା ବିରୋଧରେ ଯୁଦ୍ଧ ଜାରି ରଖିଛନ୍ତି। ଗ୍ରାଉଣ୍ଡ୍‌ ରିପୋର୍ଟିଂ ପୂର୍ବ ଭଳି ସମ୍ପନ୍ନ ହେଉଛି। ଦିଲ୍ଲୀସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପରସେସ୍ପଶନ୍‌ ଷ୍ଟଡିଜ୍‌ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୨୦ ଏପ୍ରିଲ୍‌ରୁ ୨୦୨୧ ମେ’ ୧୬ ମଧ୍ୟରେ ମୃତ୍ୟୁ ଘଟିଥିବା ୩୦୦ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରୁ ୨୩୮ ଜଣଙ୍କର ରିପୋର୍ଟ ଭେରିଫାଏ କରାଯାଇଛି। ଅପରପକ୍ଷରେ ୮୨ ଜଣଙ୍କର ତଥ୍ୟ ଭେରିଫାଏ ଜାରି ରହିଛି। ସେମାନଙ୍କ ସଂଖ୍ୟା ମିଶିଲେ ମୃତ ଗଣମାଧ୍ୟମ ପ୍ରତିନିଧିଙ୍କ ସଂଖ୍ୟା ୩୨୦ ଛୁଇଁବ। ୨୦୨୧ ଏପ୍ରିଲ୍‌ ମାସରେ ପ୍ରତିଦିନ ୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଥିବାବେଳେ ମେ’ ମାସରେ ଏହା ବୃଦ୍ଧି ପାଇ ୪ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ତେଲଙ୍ଗାନାରେ ସର୍ବାଧିକ ୩୯ ଜଣ ଗଣମାଧ୍ୟମ ପ୍ରତିନିଧି ରହିଥିବାବେଳେ ଉତ୍ତରପ୍ରଦେଶର ୩୭ ଜଣ ରହିଛନ୍ତି। ସେହିପରି ଦିଲ୍ଲୀରେ ୩୦, ଓଡ଼ିଶାରେ ୨୬,  ମହାରାଷ୍ଟ୍ରରେ ୨୪, ମଧ୍ୟପ୍ରଦେଶରେ ୧୯ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ସର୍ବାଧିକ ୪୧ରୁ ୫୦ ବର୍ଷ ବୟସ୍କ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଛି। ସେମାନଙ୍କ ମୃତ୍ୟୁ ହାର ୩୧ ପ୍ରତିଶତ ରହିଛି। ମୃତକଙ୍କମଧ୍ୟରେ ୫୫ ପ୍ରତିଶତ ପ୍ରିଣ୍ଟ୍‌ ମିଡ଼ିଆର ଥିବାବେଳେ ୨୫ ପ୍ରତିଶତ ଟିଭି ଓ ଡିଜିଟାଲ ମିଡ଼ିଆର ପ୍ରତିନିଧି ରହିଛନ୍ତି। ସେହିପରି ୧୯ ପ୍ରତିଶତ ଫ୍ରିଲାନ୍ସର ରହିଛନ୍ତି। ମୃତ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ମେଟ୍ରୋ ସହରର ୩୫ ପ୍ରତିଶତ ଅର୍ଥାତ୍‌ ୮୫ ଜଣ ରହିଛନ୍ତି। ଅପରପକ୍ଷରେ ୬୪ ପ୍ରତିଶତ ଅର୍ଥାତ୍‌ ୧୫୩ ଜଣ ଅଣ-ମେଟ୍ରୋ ସହରର ରହିଥିବା ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶିକ ଡ. କୋଟା ନିଲିମା ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?