ଜିଲାପାଳମାନେ କରୋନା ଲଢ଼େଇର ଫିଲ୍ଡ୍‌ କମାଣ୍ଡର: ମୋଦି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ରାଜ୍ୟର ୪୬ ଜିଲାପାଳ ଏବଂ ଚଣ୍ଡିଗଡ଼ ପ୍ରଶାସନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ କରିଛନ୍ତି। ଜିଲାପାଳମାନେ କରୋନା ଲଢ଼େଇର ଫିଲ୍ଡ୍‌ କମାଣ୍ଡର। ସେମାନଙ୍କର ସୁଚିନ୍ତିତ ରଣନୀତି ମାଧ୍ୟମରେ କରୋନା ମହାମାରୀକୁ ହରାଇବାକୁ ପଡ଼ିବ। ଏହି ଲଢ଼େଇରେ ଜିଲା ଜିତିରେ ଦେଶ ମଧ୍ୟ ଜିତିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ପ୍ରତି ଜିଲାର କାର୍ଯ୍ୟ ପ୍ରଣାଳୀ ଭିନ୍ନ ଭିନ୍ନ। ଜିଲାପାଳମାନେ ଏସବୁ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଜାଣିଛନ୍ତି। ତେଣୁ ସେମାନେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧ ଭାବେ କରୋନା ସଂକ୍ରମଣର ମୁକାବିଲା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଲୋକାଲ କଣ୍ଟେନମେଣ୍ଟ୍‌ ଜୋନ୍‌, ଅଧିକ ଟେଷ୍ଟିଂ ଏବଂ ଲୋକଙ୍କୁ ସଚେତନ କରାଇବା କରୋନା ଲଢ଼େଇର ମୁଖ୍ୟ ଅସ୍ତ୍ର ବୋଲି ମୋଦି କହିଛନ୍ତି। ଲକ୍‌ଡାଉନ୍‌ ସମୟରେ ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବାରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଚାଳକ ହେବାର ସ୍ବପ୍ନ ଦେଖିଥିଲେ, ଏମିତି ଉପହାର ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଣେ ସ୍କୁଲ ଛାତ୍ରଙ୍କୁ ରେସିଂ ସାଇକେଲ ଦେଇଛନ୍ତି। ରିୟାଜ୍‌ ନାମକ ଜଣେ ସ୍କୁଲ ଛାତ୍ର ସାଇକେଲିଷ୍ଟ ହେବାକୁ ସ୍ବପ୍ନ ଦେଖିଥିଲେ।...

ହୋମ୍‌ କ୍ୱାରାଣ୍ଟାଇନ୍‌ ପାଳନ ନ କରିି ଯମ କୋଳକୁ ଯାଉଛନ୍ତି: ବାଗ୍‌ଚୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଲୋକମାନଙ୍କ ମଧ୍ୟରେ ଭୟ ଓ ସଚେତନତା କମିଯାଉଥିବା ଦେଖିବାକୁ ମିଳୁଛି। ଏହାକୁ...

ସୋମବାରଠାରୁ ଗଞ୍ଜାମରେ କୋଭାକ୍ସିନ ଟିକାକରଣ

ଛତ୍ରପୁର,୪ା୭(ଡି.ଏନ୍‌.ଏ.): ଭୁବନେଶ୍ୱର ପରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲାରେ କୋଭାକ୍ସିନ ପହଞ୍ଚିଛି। ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲା ପାଇଁ ୧ ଲକ୍ଷ ୪୦...

ସିଏଏ ହିଂସା: ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇପାରନ୍ତି ଯୋଗୀ ସରକାର

ଲକ୍ଷ୍ନୌ,୧୦।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତରପ୍ରଦେଶରେ ଉପୁଜିଥିବା ହିଂସାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଏକ ପୋଷ୍ଟର ଯୋଗୀ ଆଦିତ୍ୟନାଥଙ୍କ ସରକାର ଜାରି କରିଥିଲେ। ଗୋଟିଏ...

ଭୁବନେଶ୍ୱରରେ ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ଘରୁ ବାହାରିବା ମନା

ଭୁବନେଶ୍ୱର,୪ା୫ (ବ୍ୟୁରୋ):ରାଜଧାନୀକୁ ରେଡ୍‌ଜୋନରେ ଘୋଷିତ କରାଯିବା ପରେ ପ୍ରଶାସନ ପକ୍ଷରୁ କିଛିଟା କଟକଣା କରାଯାଉଛି। ଦିନରେ ପରିବା ବେପାରୀଙ୍କଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା...

ବଢ଼ିଲା ରେପୋ ରେଟ୍‌, ଷ୍ଟକ୍‌ ବଜାର ତଳମୁହାଁ…

ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ଏହା ୪.୪୦ ପ୍ରତିଶତ କରାଯାଇଛି। ଗଭର୍ନର...

କରୋନାକୁ ଡରିଲେ ‘ବାହୁବଳୀ’: ଆଇସୋଲେଶନରେ ୧୪ ଦିନ

ମୁମ୍ବାଇ: କରୋନା ଭୟ ଏବେ ସମସ୍ତଙ୍କୁ। ସାରା ବିଶ୍ୱରେ ଏହା କାୟା ବିସ୍ତାର କରି ସାରିଥିବା ବେଳେ ଭାରତରେ ବି କରୋନା ତା’ର ଉପସ୍ଥିତି ଜାହିର...

ଥରିଲା ଦିଲ୍ଲୀ: ଆତଙ୍କିତ ହୋଇ ଘରୁ ବାହାରିଲେ ଲୋକେ

ନୂଆଦିଲ୍ଲୀ,୧୨।୪: ଦିଲ୍ଲୀରେ ରବିବାର ଅପରାହ୍ନ ୫ଟା ୪୫ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଜାତୀୟ ଭୂକମ୍ପ ଗବେଷଣା...

Advertisement
Archives

Model This Week