କିଟ୍କାଟ ପ୍ୟାକ୍ରୁ ହଟିଲା ଜଗନ୍ନାଥଙ୍କ ଫଟୋ
ନୂଆଦିଲ୍ଲୀ,୨୦।୧: ଲୋକପ୍ରିୟ ଚୋକେଲେଟ୍ ବ୍ରାଣ୍ଡ କିଟ୍କାଟ ପ୍ୟାକର ର଼୍ୟାପରରୁ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଫଟୋ ହଟାଇ ଦିଆଯାଇଛି। ଏ ନେଇ ନେସଲେ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗୁରୁବାର କୁହାଯାଇଛି। କିଟ୍କାଟ ଚକୋଲେଟ ର଼୍ୟାପରରେ ଭଗବାନଙ୍କ ଫଟୋ ପାଇଁ…
ଲାହୋରରେ ବଡ ଧରଣର ବିସ୍ଫୋରଣ: ଜଣେ ଶିଶୁ ସମେତ ୨ ମୃତ, ୨୫ ଆହତ
ଲାହୋର,୨୦ ।୧: ପାକିସ୍ତାନର ଲାହୋରରେ ଲୋହାରୀ ଗେଟ ନିକଟରେ ଗୁରୁବାର ବଡ ଧରଣର ବିସ୍ଫୋରଣ ହୋଇଛି । ମିଳିଥିବା ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨୫ ଲୋକ ଆହତ ହୋଇଛନ୍ତି । ମୃତକଙ୍କ…
ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ
ନୂଆଦିଲ୍ଲୀ,୨୦ା୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ସହାୟତାର ହାତ ବଢ଼ାଇଛି। ବୈଦେଶିକ ଋଣ ଦେୟ ଏବଂ ବାଣିଜ୍ୟରେ ଆର୍ଥିକ ପ୍ରତିବନ୍ଧକ ହଟାଇବାରେ ଭାରତ ଶ୍ରୀଲଙ୍କାକୁ ୨.୪୧୫ ବିଲିୟନ ଡଲାର ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଏହାପୂର୍ବରୁ ଶନିବାର…
‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୦ା୧: ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ଗୁରୁବାର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁର ପରିକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ଆଜି ପୂର୍ବାହ୍ନ ୧୦ଟା ୪୦ ମିନିଟ୍ରେ ଏହି ପରୀକ୍ଷା କରାଯାଇଛି। ପୂର୍ବରୁ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କ୍ଷମତା…
ସଂସ୍କୃତ ଭାଷା ପ୍ରତି ବୈମାତୃକ ମନୋଭାବ ରଖାଯାଉଛି, ହାଇକୋର୍ଟଙ୍କ ଟିପ୍ପଣୀ…
ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶରେ ସଂସ୍କୃତ ଭାଷା ପ୍ରତି ବୈମାତୃକ ମନୋଭାବ ରଖାଯାଉଛି। ତେଣୁ ରାଜ୍ୟରେ ସଂସ୍କୃତ ଶିକ୍ଷକଙ୍କୁ ନିୟମିତ କରାଯାଉ ନାହିଁ। ସେହିପରି କଲେଜରେ କୌଣସି ସ୍ବୀକୃତିପ୍ରାପ୍ତ ପଦବୀ ମଧ୍ୟ ନାହିଁ। ହିନ୍ଦୀ ଶିକ୍ଷକଙ୍କୁ ସଂସ୍କୃତ ପଢ଼ାଇବାକୁ କୁହାଯାଉଥିବା ନେଇ…
କର୍ତ୍ତବ୍ୟ ନିଷ୍ଠା ହିଁ ସର୍ବୋପରି, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ…
ନୂଆଦିଲ୍ଲୀ, ୧୯।୧ : ଦେଶ ପାଇଁ ପ୍ରତି ନାଗରିକଙ୍କ କର୍ତ୍ତବ୍ୟ ନିଷ୍ଠା ହିଁ ସର୍ବୋପରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆଜାଦି କେ ଅମୃତ ମହୋତ୍ସବ ସେ ସ୍ବର୍ଣ୍ଣିମ ଭାରତ କେ ଔର’ କାର୍ଯ୍ୟକ୍ରମକୁ ଉଦଘାଟନ କରି…
ନାରାୟଣପାଟଣାରୁ ପ୍ରାର୍ଥିପତ୍ର ଦାଖଲ କଲେ ନାଚିକା ଲିଙ୍ଗା, ପୁଅ ରବିନାଚିକା
କୋରାପୁଟ,୨୦।୧(ସ୍ବ.ପ୍ର.) ନାମାଙ୍କନପତ୍ର ଦାଖଲର ତୃତୀୟ ଦିନରେ କୋରାପୁଟ ଜିଲାରେ ମୋଟ ୧୫୪୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିଲାରେ ଜିଲା ପରିଷଦ ଜୋନ ପାଇଁ ୧୫ ଜଣ , ସମିତିସଭ୍ୟ ପାଇଁ ୨୨୫ ଜଣ, ସରପଞ୍ଚ ପାଇଁ ୩୦୪ ଜଣ ଏବଂ ୱାଡସଭ୍ୟ…
ବିବାହ ପାଇଁ ଚାଲି ଚାଲି ଯାଆନ୍ତି ବରକନ୍ୟା
ବାଲେଶ୍ୱର ଅଫିସ, ୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀ ଅଞ୍ଚଳବାସୀଙ୍କ ଗମନାଗମନରେ ବାଧକ ସାଜିଛି। କାହିଁ କେଉଁ ଆବାହମାନ କାଳରୁ ବରବାଙ୍କ ଗ୍ରାମର ଶତାଧିକ ପରିବାର ନଦୀ ଉପରେ ଏକ ବାଉଁଶ ପୋଲ…
ସରକାରୀ ରିପୋର୍ଟଠାରୁ ଢ଼େର୍ ଅଧିକ କରୋନା ମୃତକଙ୍କ ସଂଖ୍ୟା, ଭାରତରେ ୫୦ ଲକ୍ଷ…
ଓ୍ବାଶିଂଟନ, ୧୯।୧ : ପୃଥିବୀର ବିଭିନ୍ନ ଦେଶରେ ଘଟିଥିବା କରୋନା ଆକ୍ରାନ୍ତଙ୍କ ପ୍ରକୃତ ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢ଼େର୍ ଅଧିକ ରହିଛି। ସରକାରୀ ଆକଳନ ଅନୁଯାୟୀ ମହାମାରୀ ଯୋଗୁ ୫୫ ନିୟୁତରୁ ଅଧିକ ଲୋକଙ୍କ ଜୀବନ ଯାଇଛି। କିନ୍ତୁ ନେଚର…
ଆଣ୍ଟିବାୟୋଟିକ୍ ରେଜିଷ୍ଟାନ୍ସ୍ ନେଇଛି ୧୨ ଲକ୍ଷରୁ ଅଧିକଙ୍କ ଜୀବନ…
ଓ୍ବାଶିଂଟନ, ୧୯।୧ : ମେଡ଼ିବାଲ ପତ୍ରିକା ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୨୦୧୯ରେ ପୃଥିବୀରେ ଆଣ୍ଟିବାୟୋଟିକ-ରେଜିଷ୍ଟାନ୍ସ୍ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ୧୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସମ୍ପ୍ରତି ଗୋଟିଏ ଦିନରେ ଏହାଯୋଗୁ ୩,୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ…
୮ ମାସର ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ଏବେ ୩ ଲକ୍ଷ ଟପିବା ସହିତ ଗତ ୮…
ଆମେରିକା-ରୁଷିଆ ମୁହାଁମୁହିଁ,ବାଇଡେନ୍ଙ୍କ ଚେତାବନୀ…
ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କଲେ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିବ। ହ୍ବାଇଟ ହାଉସ୍ କହିଛି ଯେ ୟୁକ୍ରେନ…
Archives


