ଲାହୋରରେ ବଡ ଧରଣର ବିସ୍ଫୋରଣ: ଜଣେ ଶିଶୁ ସମେତ ୨ ମୃତ, ୨୫ ଆହତ

ଲାହୋର,୨୦ ।୧: ପାକିସ୍ତାନର ଲାହୋରରେ ଲୋହାରୀ ଗେଟ ନିକଟରେ ଗୁରୁବାର ବଡ ଧରଣର ବିସ୍ଫୋରଣ ହୋଇଛି । ମିଳିଥିବା ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨୫ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ବିସ୍ଫୋରଣ ଦ୍ୱିପ୍ରହରରେ ହୋଇଥିବା ବେଳେ ଏହା ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖର ଦୋକାନ, ଘର ଆଦିର କବାଟ ,ଝରକା କାଚ ଆଦି ଭାଙ୍ଗି ଯାଇଛି । ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିସ୍ଫୋରଣ ସ୍ଥାନରେ ୧.୫ ଫୁଟର ଫାଟ ସୃଷ୍ଟି ହୋଇଛି । ଆହତଙ୍କୁ ନିକଟସ୍ଥ ମାୟୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ସ୍ଥାନଟି ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ସେଠାକୁ ପ୍ରତିଦିନ ଶହ ଶହ ଲୋକଙ୍କର ଯାତାୟତ ରହିଥାଏ । ଏଠାରେ ବିଭିନ୍ନ ପ୍ରକାର ଦୋକାନ ବଜାର ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥିବା କୁହାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆହତଙ୍କ ମଧ୍ୟରେ ୪ ଜଣ ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ ପାରିତ

ଓ୍ବାଶିଂଟନ,୩୦ା୬: ଆମେରିକା ସଂସଦରେ ଭାରତରେ କୋଭିଡ-୧୯ର ଭୟଙ୍କର ପ୍ରଭାବକୁ ଦୃଷ୍ଟିରେ ରଖି ଏକ ପ୍ରସ୍ତାବ ପାରିତ ହୋଇ ଭାରତକୁ ତୁରନ୍ତ ସହାୟତା କରିବାକୁ ବାଇଡେନ ପ୍ରଶାସନକୁ...

ଦିନେ ଭୁଟାନର ବୈଜ୍ଞାନିକ ବି ନିର୍ମାଣ କରିବେ ଉପଗ୍ରହ: ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରେ ଯାଇ ସ୍ଥାନୀୟ ରୟାଲ ୟୁନିଭର୍ସିଟିର ଶିକ୍ଷାର୍ଥୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଦିନେ...

ଶେଷ ହୋଇନି ମହାମାରୀ, ସତର୍କତା ଜରୁରୀ…

ବର୍ଲିନ,୨୫।୧୦: ପୃଥିବୀରୁ କରୋନା ମହାମାରୀ ଶେଷ ହୋଇନି। ଯେଭଳି ସଂକ୍ରମଣ ନ ହେବ ସେ ନେଇ ସଭିଏଁ ସତର୍କ ରହିବା ଜରୁରୀ। କରୋନା ମାର୍ଗଦର୍ଶିକା ପାଳନ...

ବାଂଲାଦେଶରେ ଟ୍ରେନ୍‌ ଦୁର୍ଘଟଣା:୧୫ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ଢାକା,୧୨।୧୧: ବାଂଲାଦେଶରେ ଏକ ବଡ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ବ୍ରହ୍ମାନବରିଆ ଜିଲାର ମଙ୍ଗଳବାର ଦୁଇଟି ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ...

ଚାଇନାରେ ଖାଦ୍ୟାଭାବ: ସୋସିଆଲ ମିଡିଆରେ କ୍ରୋଧ ପ୍ରକାଶ କଲେ ଲୋକେ

ବେଜିଂ,୨୦ା୧: ଚାଇନାରେ କରୋନାକୁ ରୋକିବା ପାଇଁ କଡ଼ା ଲକ୍‌ଡାଉନ୍‌ ହେତୁ ଦେଶର ଲକ୍ଷଲକ୍ଷ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାକୁ ସଂଘର୍ଷ କରୁଛନ୍ତି। ଚାଇନାର ସ୍ଥାନୀୟ ଗଣମାଧ୍ୟମ...

ମୋଦିଙ୍କ ଆମେରିକା ଗସ୍ତ: ଶକ୍ତି କ୍ଷେତ୍ରରେ ୫ ନିୟୁତ ଟନ୍‌ ଏଲ୍‌ଏନ୍‌ଜି ପାଇଁ ଚୁକ୍ତି

ହ୍ୟୁଷ୍ଟନ,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଟେକ୍ସାସ୍‌ର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି। ଆମେରିକା ଗସ୍ତର ପ୍ରଥମ ଦିନରେ ଶକ୍ତି କ୍ଷେତ୍ରରେ ବୃହତ୍‌ ବୁଝାମଣା ହୋଇଛି। ଏନେଇ ଆୟୋଜିତ...

ଜେଲେନସ୍କି-ଜନସନ୍‌ ସାଙ୍ଗ ହୋଇ ରାସ୍ତାରେ ବୁଲିଲେ…

କ୍ୱିଭ୍‌, ୧୦।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ହଠାତ୍‌ ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କ୍ୱିଭ୍‌ର ରାସ୍ତାରେ ଜନସନ୍‌ ବୁଲୁଥିବାର...

ସତ କହିବା ପଡ଼ିଲା ମହଙ୍ଗା: ଅୟାଜ ସିଦ୍ଧିକ୍‌ଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ

ଇସଲାମାବାଦ,୧।୧୧: କୁହାଯାଏ ସତ କହିବା ସବୁବେଳେ ଭଲ। ମାତ୍ର ପାକିସ୍ତାନରେ ସତ କହିଥିବା ସାଂସଦ ଅୟାଜ ସିଦ୍ଧିକ୍‌ଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍‌...

Advertisement
Archives

Model This Week