୮ ମାସର ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ଏବେ ୩ ଲକ୍ଷ ଟପିବା ସହିତ ଗତ ୮ ମାସ ତଳର ରେକର୍ଡ ଭାଙ୍ଗିଛି।

ଗତ ୨୪ ଘଣ୍ଟାରେ ୩ ଲକ୍ଷ ୧୭ ହଜାର ୫୩୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ପୂର୍ବରୁ ୨୦୨୧ ମେ’୧୫ରେ ଦୈନିକ ସଂକ୍ରମଣ ୩ ଲକ୍ଷ ୧୧ ହଜାର ୭୭ ଥିଲା। ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ୩ ଲକ୍ଷରେ ପହଞ୍ଚିବା ପାଇଁ ୬୦ ଦିନ ଲାଗିଥିବାବେଳେ ତୃତୀୟ ଲହରରେ ମାତ୍ର ୨୩ ଦିନରେ ଏହା ସମ୍ଭବ ହୋଇଛି।

ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୯୧ ମୃତ୍ୟୁ ସଂଖ୍ୟା ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ୨ ଲକ୍ଷ ୨୩ ହଜାର ୯୯୦ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୧୯ ଲକ୍ଷ ୨୪ ହଜାର ୫୧ ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୧୬.୪୧ ପ୍ରତିଶତ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୩ କୋଟି ୮୨ ଲକ୍ଷ ୧୮ ହଜାର ୭୭୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ କୋଟି ୫୮ ଲକ୍ଷ ୭ ହଜାର ୧୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୧୫୯ କୋଟି ୬୭ଲକ୍ଷ ୫୫ ହଜାର ୮୭୯ ଜଣଙ୍କୁ ଟିକାଦାନ କରାଯାଇଛି।

ସେଥିମଧ୍ୟରେ ୮୮ କୋଟି ୧୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୬୭ କୋଟି ୧୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଇତିମଧ୍ୟରେ ଦେଶର ୨୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଟପିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୮୭ ଛୁଇଁଛି। ଦୈନିକ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ୩.୬୩ ପ୍ରତିଶତ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିଥିଙ୍କ ଦେହରେ ଅଇଁଠା ପ୍ଲେଟ୍‌ ବାଜିବାରୁ ଓ୍ବେଟରଙ୍କୁ ପିଟିପିଟି ହତ୍ୟା: ୩ ଅଭିଯୁକ୍ତ ଚିହ୍ନଟ

ଗାଜିଆବାଦ,୭ା୧୨: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଅଇଁଠା ପ୍ଲେଟ୍‌ ଥିବା ଏକ ଟ୍ରେ ଅତିଥିମାନଙ୍କ ଦେହରେ ବାଯିବାରୁ ଜଣେ ୨୬ ବର୍ଷୀୟ ଓ୍ବେଟରଙ୍କୁ...

‘ଭାଜପାର ସଫଳତା ହାର ୫୬ ପ୍ରତିଶତ, କଂଗ୍ରେସର…’: ମୋଦି

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସଂସଦୀୟ ଦଳ ବୈଠକରେ ଉଦବୋଧନ ଦେଇ କହିଛନ୍ତି ଯେ ସରକାର ଚଳାଇବା ପାଇଁ ଭାଜପା ଲୋକଙ୍କ ପ୍ରିୟ ପାଲଟିଛି।...

ରେଣୁକା ସିଂ ହେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ!

ରାୟପୁର,୭।୧୨: ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଭରତପୁର-ସୋନହତ ଆସନରୁ ନିର୍ବାଚନରେ ବିଜୟୀ ହୋଇଥିବା ରେଣୁକା ସିଂ ଗୁରୁବାର ଭାଜପା...

‘ନଓ୍ବାବ ମଲିକଙ୍କୁ ମେଣ୍ଟରେ ନେବା ଠିକ ହେବ ନାହିଁ’, ଅଜିତ ପାଓ୍ବାରଙ୍କୁ ଚିଠି ଲେଖିଲେ ଫଡନାଭିସ

ମୁମ୍ବାଇ,୭।୧୨: ମନି ଲଣ୍ଡରିଂ ମାମଲାରେ ୧୮ମାସ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଜାତୀୟତାବାଦୀ କଂଗ୍ରେସ...

କ୍ଷମା ମାଗିଲେ ଭାଜପା ଏମପି

ନୂଆଦିଲ୍ଲୀ,୭।୧୨: ବିଏସପି ଏମପି ଦାନିଶ ଅଲିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପା ଏମପି ରମେଶ ବିଧୁରୀ କ୍ଷମା ମାଗିଛନ୍ତି। ପିଟିଆଇ ସୂତ୍ରରୁ ପ୍ରକାଶ ଯେ...

ଘର-ଜମି କିଣିବା ପୂର୍ବରୁ କରାଇ ନିଅନ୍ତୁ ଆଧାର ସହ ପାନ ଲିଙ୍କ: ନ ହେଲେ କଟିବ ଅଧିକ ଟିଡିଏସ…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ନାଗରିକଙ୍କ ପାଇଁ ଆଧାର ଏବଂ ପାନ କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଗତ କିଛି ବର୍ଷ ଧରି ଏହି ଦୁଇକୁ ଲିଙ୍କ...

ନିଜ ପତ୍ନୀଙ୍କ ଠାରୁ ଗରିବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ...

ଗିରିରାଜ ସିଂଙ୍କ ବିବାଦୀୟ ବୟାନ, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ

ନୂଆଦିଲ୍ଲୀ,୭।୧୨: ଭାରତୀୟ ଜନତା ପାର୍ଟି ଏମପି ଗିରିରାଜ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri