ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ କରୋନା ମୃତକଙ୍କ ସଂଖ୍ୟା, ଭାରତରେ ୫୦ ଲକ୍ଷ…

ଓ୍ବାଶିଂଟନ, ୧୯।୧ : ପୃଥିବୀର ବିଭିନ୍ନ ଦେଶରେ ଘଟିଥିବା କରୋନା ଆକ୍ରାନ୍ତଙ୍କ ପ୍ରକୃତ ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ ରହିଛି। ସରକାରୀ ଆକଳନ ଅନୁଯାୟୀ ମହାମାରୀ ଯୋଗୁ ୫୫ ନିୟୁତରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

କିନ୍ତୁ ନେଚର ପ୍ରକ୍ଷରୁ ପ୍ରକାଶିତ ଏକ ନୂତନ ରିପୋର୍ଟରେ ଦାବି କରାଯାଇଛି ଯେ, ପ୍ରକୃତ ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ବହୁଗୁଣା ହେବାର ଯଥେଷ୍ଟ ଆଶଙ୍କା ରହିଛି। ବିଶ୍ୱସ୍ତରରେ ନିଜର ଭାବମୂର୍ତ୍ତିକୁ ନିର୍ମଳ ରଖିବା ବହୁ ଦେଶ ସେମାନଙ୍କର ପ୍ରକୃତ କରୋନା ମୃତ୍ୟୁସଂଖ୍ୟାକୁ ଲୁଚାଇଛନ୍ତି କି ନାହିଁ ଏହାକୁ ନେଇ ଏକ ବିତର୍କ ଚାଲିଥିବାବେଳେ ନେଚରରେ ପ୍ରକାଶିତ ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି। ଲଣ୍ଡନର ଦ ଇକୋନୋମିଷ୍ଟ ପତ୍ରିକା ଦ୍ୱାରା ବ୍ୟବହୃତ ଏକ ମେସିନ ଲର୍ଣ୍ଣିଂ ପଦ୍ଧତିକୁ ଧ୍ୟାନରେ ରଖି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସରକାରୀ ମୃତ୍ୟୁ ତଥ୍ୟ ତୁଳନାରେ ପ୍ରକୃତ ସଂଖ୍ୟା ଦୁଇ ଅବା ଚାରି ଗୁଣା ଅଧିକ ହୋଇପାରେ ବୋଲି ଏଥିରେ ଦର୍ଶାଯାଇଛି। ବିଶ୍ୱର ବିଭିନ୍ନ ଦେଶ କିପରି କରୋନା ମୃତ୍ୟୁ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ତାହାର ଉଦାହରଣ ଏଥିରେ ପ୍ରଦାନ କରାଯାଇଛି।

ଏଥିରେ କୁହାଯାଇଛି ଯେ ନେଦରଲାଣ୍ଡରେ ସରକାର ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ସଂକ୍ରମିତ ହେବା ପରେ ଡାକ୍ତରଖାନାରେ ମୃତ୍ୟୁ ଘଟି ଥିବା ଆକ୍ରନ୍ତଙ୍କୁ ଗଣନା କରିଥିଲେ।

ଅପରପକ୍ଷରେ, ବେଲଜିୟମରେ ଆକ୍ରାନ୍ତଙ୍କୁ ପରୀକ୍ଷା ନକରି ପ୍ରବଳ ଥଣ୍ଡା ଯୋଗୁ ମୃତ୍ୟୁ ଘଟିଛି ବୋଲି କୁହାଯାଇଥିବା ଦର୍ଶାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ଧନୀ ଦେଶମାନଙ୍କରେ ମୃତ୍ୟୁ ସଂଖ୍ୟା ଅଧିକ ଥିବାବେଳେ ଗରିବ ଦେଶରେ ଏହା କମ ରହିଛି। ୧୧୬ ଟି ଦେଶର ୱାଲର୍‌ଡ ମୋର୍ଟାଲିଟି ଡାଟାବେସ (ଡବ୍ଲ୍ୟଏମ୍‌ ଡି) ର ଏକ ବିଶ୍ଳେଷଣରେ କୁହାଯାଇଛି ଯେ ଗରିବ ଦେଶମାନଙ୍କରେ କମ ମୃତ୍ୟୁ ଘଟିଛି।

ଡାଟା ମଡେଲିଂ ଅନୁଯାୟୀ, ଧନୀ ଦେଶମାନଙ୍କରେ ପ୍ରକୃତ ମୃତ୍ୟୁ ସଂଖ୍ୟା ବର୍ତ୍ତମାନର ପରିସଂଖ୍ୟାନଠାରୁ ଏକ ତୃତୀୟାଂଶ ଅଧିକ ହୋଇପାରେ । ସେହିପରି ଗରିବ ଦେଶମାନଙ୍କରେ ପ୍ରକୃତ ମୃତ୍ୟୁ ସରକାରୀ ରିପୋର୍ଟ ତୁଳନାରେ ୨୦ ଗୁଣା ଅଧିକ ହେବାର ଆଶଙ୍କା ରହିଛି।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଶୀଘ୍ର ମୃତ୍ୟୁ ସମ୍ପର୍କରେ ଏହାର ପ୍ରଥମ ପରିସଂଖ୍ୟାନ ପ୍ରକାଶ କରିବାର ଆଶା ରହିଛି। ଡବ୍ଲ୍ୟଏମ୍‌ଡି ମଡେଲ ଅନୁଯାୟୀ, ୨୦୨୧ ଶେଷ ସୁଦ୍ଧା ରୁୁଷିଆରେ ୩୦୦,୦୦୦ ରୁ ଅଧିକ ଲୋକ କୋଭିଡ -୧୯ରେ ଆକ୍ରାନ୍ତ ହୋଇଥିଲେ। ସେହି ସମୟ ମଧ୍ୟରେ ସର୍ବାଧିକ ମୃତ୍ୟୁ ଏକ ଲକ୍ଷ ଅତିକ୍ରମ କରିଥିବାର ଆଶଙ୍କା ରହିଛି।

ଚାଇନା, ଭାରତ ଏବଂ ଆଫ୍ରିକାର ଅନେକ ଦେଶ ସମେତ ୧୦୦ରୁ ଅଧିକ ଦେଶରେ ଡବ୍ଲ୍ୟଏମ୍‌ଡି ରିପୋର୍ଟରେ ସଠିକ୍‌ ମୃତ୍ୟୁ ଆକଳନ କରାଯାଇ ନ ଥିବା କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଏସବୁ ଦେଶର ସରକାର ମୃତ୍ୟୁ ସଂଖ୍ୟା ସଂଗ୍ରହ କରୁନାହାଁନ୍ତି କିମ୍ବା ଏହାକୁ ଶୀଘ୍ର ପ୍ରକାଶ କରୁନାହାଁନ୍ତି। ତେବେ, କୋଭିଡ-୧୯ ଯୋଗୁ ଏସବୁ ଦେଶଗୁଡ଼ିକରେ ମଧ୍ୟ ଲକ୍ଷ ଲକ୍ଷ ମୃତ୍ୟୁ ଘଟିଛି।

ଗତ ବର୍ଷ କୋଭିଡ-୧୯ର ଦ୍ୱିତୀୟ ଲହର ସମୟରେ ଭାରତ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ମହାମାରୀ ଆରମ୍ଭରୁ ଇତିମଧ୍ୟରେ ୪ ୮୭,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଉଛି। ଡବ୍ଲ୍ୟଏମ୍‌ଡି ପକ୍ଷରୁ ଗ୍ରହଣ କରାଯାଇଥିବା ମଡେଲ ଅନୁସାରେ ଦେଶରେ ପ୍ରାୟ ୫୦ ଲକ୍ଷ ମୃତ୍ୟୁ ଘଟିଛି।

ସେହିଭଳି ଚାଇନାରେ, ଇକୋନୋମିଷ୍ଟର ମଡେଲ ଆଧାରରେ ୭୫୦,୦୦୦ରୁ ଅଧିକ ମୃତ୍ୟୁ ଘଟି ଥିବା କୁହାଯାଉଛି। ଏହି ସଂଖ୍ୟା ଚାଇନାର ସରକାରୀ ରିପୋର୍ଟଠାରୁ ୧୫୦ ଗୁଣା ଅଧିକ। ଚାଇନା ସରକାର ମୃତ୍ୟୁ ସଂଖ୍ୟା ୪,୬୦୦ ଦର୍ଶାଇଥିବା ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?