ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ୍‌ ନେଇଛି ୧୨ ଲକ୍ଷରୁ ଅଧିକଙ୍କ ଜୀବନ…

ଓ୍ବାଶିଂଟନ, ୧୯।୧ : ମେଡ଼ିବାଲ ପତ୍ରିକା ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୨୦୧୯ରେ ପୃଥିବୀରେ ଆଣ୍ଟିବାୟୋଟିକ-ରେଜିଷ୍ଟାନ୍ସ୍‌ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ୧୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସମ୍ପ୍ରତି ଗୋଟିଏ ଦିନରେ ଏହାଯୋଗୁ ୩,୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି।

ପୃଥିବୀର ୨୦୪ ଦେଶ ଏବଂ ଅଞ୍ଚଳରେ ହୋଇଥିବା ସର୍ଭେରୁ ଜଣାପଡିଛି ଯେ ଆଣ୍ଟିମାଇକ୍ରୋବାୟଲ ରିଜିଷ୍ଟାନ୍ସ୍‌ (ଏଏମ୍‌ଆର୍‌) ପୃଥିବୀରେ ମୃତ୍ୟୁର ଏକ ପ୍ରମୁଖ କାରର ପାଲଟିଛି। ଏଥିରେ ହେଉଥିବା ମୃତ୍ୟୁ ସଂଖ୍ୟା ଏଚଆଇଭି ଏଡସ କିମ୍ବା ମ୍ୟାଲେରିଆ ତୁଳନାରେ ଅଧିକ ରହିଛି।

ଏହାର ପ୍ରଭାବରେ ଶ୍ୱାସନଳୀ ଏବଂ ରକ୍ତ ପ୍ରବାହ ନଳୀରେ ସଂକ୍ରମଣ ଯୋଗୁ ବହୁ ଲୋକଙକ୍କ ମୃତ୍ୟୁ ଘଟିବାରେ ଲରାଗିଛି। ଏହି ରିପୋର୍ଟରେ ଏଏମ୍‌ଆର୍‌ର ମୁକାବିଲା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହା ଅନ୍ତର୍ଗତ ସମ୍ପ୍ରତି ଉପଲବ୍ଧ ଆଣ୍ଟିବାୟୋଟିକ ବ୍ୟବହାରକୁ ଅପ୍ଟିମାଇଜ କରିବା, ସଂକ୍ରମଣ ଉପରେ ନଜର ରଖିବା ଏବଂ ନିୟନ୍ତ୍ରଣ କରିବା ପାଇଁ ଅଧିକ ପଦକ୍ଷେପ ନେବା ଏବଂ ନୂତନ ଆଣ୍ଟିବାୟୋଟିକ ଏବଂ ଚିକିତ୍ସା ବିକାଶ ପାଇଁ ଅଧିକ ଅର୍ଥ ପ୍ରଦାନ କରିବା ଆଦି ପଦକ୍ଷେପକୁ ଅନ୍ତର୍ଭୁକ୍ତ କରିବା ଲାଗି କୁହାଯାଇଛି।

ରିପୋର୍ଟରେ ବିଶ୍ୱ ବ୍ୟାପି ଆଣ୍ଟିମାଇକ୍ରୋବାୟଲ ରେଜିଷ୍ଟାନ୍ସ୍‌ର ପ୍ରକୃତ ମାନକ ପ୍ରକାଶ କରାଯିବା ସହିତ ବିପଦର ମୁକାବିଲା କରିବା ପାଇଁ ଆମକୁ ବର୍ତ୍ତମାନ କାର୍ଯ୍ୟ କରିବାକୁ ପଡିବ ବୋଲି ଏକ ସ୍ପଷ୍ଟ ସଙ୍କେତ ପ୍ରଦାନ କରାଯାଇଛି। ପୂର୍ବ ଆକଳନ କରାଯାଇଥିଲା ଯେ, ୨୦୫୦ ସୁଦ୍ଧା ଆଣ୍ଟିମାଇକ୍ରୋବାୟଲ ରେଜିଷ୍ଟାନ୍ସ୍‌ ଦ୍ୱାରା ବାର୍ଷିକ ୧୦ ନିୟୁତ ମୃତ୍ୟୁ ଘଟିବ। କିନ୍ତୁ ଆମେ ବର୍ତ୍ତମାନ ନିଶ୍ଚିତ ଭାବରେ ଜାଣିଛୁ ଯେ ଧାର୍ଯ୍ୟ ଆକଳନର ଅଧିକ ନିକଟତର ହେବାରେ ଲାଗିଛୁ। ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଥିବା ୱାଶିଂଟନ ବିଶ୍ୱବିଦ୍ୟାଳୟର ହେଲଥ୍‌ ମ୍ୟାଟ୍ରିକ୍ସ୍‌ ଏବଂ ଇଭାଲ୍ୟୁଶନର କ୍ରିସ ମୁରେ କହିଛନ୍ତି।

ଗ୍ଲୋବାଲ ରିସର୍ଚ୍ଚ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୯ରେ ୨୦୪ ଦେଶ ତଥା ଅଞ୍ଚଳରେ ୨୩ ପାଥୋଜେନ ଏବଂ ୮୮ ପ୍ୟାଥୋଜେନ-ଡ୍ରଗ ମିଶ୍ରଣ ଯୋଗୁ ଅଧିକ ମୃତ୍ୟୁ ଘଟିଛି। ସର୍ଭେରେ ଡାକ୍ତରଖାନା ପ୍ରଣାଳୀ, ନିରୀକ୍ଷଣ ପ୍ରଣାଳୀ ଏବଂ ଅନ୍ୟାନ୍ୟ ତଥ୍ୟ ଉତ୍ସରୁ ୪୭୧ ନିୟୁତ ଲୋକଙ୍କର ବ୍ୟକ୍ତିଗତ ରେକର୍ଡକୁ ବ୍ୟବହାର କରାଯାଇଥିଲା।

ଏଏମ୍‌ଆର୍‌ ଦ୍ୱାରା ଘଟିଥିବା ମୃତ୍ୟୁ ସଂଖ୍ୟା ଗୁଡିକ ଗଣନା ୨୧ ବିଶ୍ୱସ୍ତରୀୟ ଅଞ୍ଚଳ ଏବଂ ସାତଟି ସୁପର-ଅଞ୍ଚଳରେ ସମ୍ପନ୍ନ କରାଯାଇଥିଲା। ଆଣ୍ଟିମାଇକ୍ରୋବାୟଲ ରେଜିଷ୍ଟାନ୍ସ୍‌ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟାର ମୁକାବିଲା ପାଇଁ କ୍ଲିନିକ ଏବଂ ନୀତି ନିର୍ଣ୍ଣୟକାରୀଙ୍କୁ ଉପଯୁକ୍ତ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି ଅଧ୍ୟୟନରେ ସାମିଲ ହୋଇଥିବା ଖ୍ରୀଷ୍ଟିଆନ ଡୋଲେସେକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri