ଆମେରିକା-ରୁଷିଆ ମୁହାଁମୁହିଁ,ବାଇଡେନ୍‌ଙ୍କ ଚେତାବନୀ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିବ। ହ୍ବାଇଟ ହାଉସ୍‌ କହିଛି ଯେ ୟୁକ୍ରେନ ଉପରେ କୌଣସି ଆକ୍ରମଣକୁ ସହ୍ୟ କରାଯିବ ନାହିଁ ଏବଂ ଏହାର ପ୍ରତିଶୋଧ ନିଆଯିବ।

ପ୍ରେସ ସଚିବ ଜେନ ପାସାକି ଏକ ବିବୃତ୍ତିରେ କହିଛନ୍ତି ଯେ ଯଦି ରୁଷିଆର ସାମରିକ ବାହିନୀ ୟୁକ୍ରେନ ସୀମା ଅତିକ୍ରମ କରନ୍ତି ତେବେ ଏହା ଏକ ଆକ୍ରମଣ ବୋଲି ବିବେଚନା କରାଯିବ। ଏଥିପାଇଁ ରୁଷିଆକୁ ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁ ପଡିବ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆକୁ ଏନେଇ ଚେତାବନୀ ଦେଇଛନ୍ତି ଯେ ଯଦି ରୁଷୀୟ ସୈନ୍ୟମାନେ ୟୁକ୍ରେନରେ ପ୍ରବେଶ କରନ୍ତି ତେବେ ରୁଷିଆକୁ ଆର୍ଥିକ ପ୍ରତିବନ୍ଧକ ଏବଂ ଅନ୍ୟାନ୍ୟ ପରିଣାମର ସମ୍ମୁଖୀନ ହେବାକୁ ପଡିବ। ୟୁକ୍ରେନ ପ୍ରସଙ୍ଗରେ ଉତ୍ତେଜନାକୁ ଦୂର କରିବା ପାଇଁ ପ୍ରୟାସର ଏକ ଅଂଶ ଭାବରେ ଆମେରିକା ଏବଂ ରୁଷିଆର ଅଧିକାରୀମାନେ ଗତ କିଛି ସପ୍ତାହ ଧରି ଆଲୋଚନା କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଚୁକ୍ତିନାମା ହୋଇ ନ ଥିବା ଜଣାପଡିଛି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ୟୁକ୍ରେନ ଗସ୍ତ ମଧ୍ୟରେ ବାଇଡେନ ପ୍ରଶାସନ ବୁଧବାର କହିଛି ଯେ ରୁଷିଆର ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ୟୁକ୍ରେନକୁ ଅତିରିକ୍ତ ୨୦୦ ମିଲିୟନ ଡଲାରର ସାମରିକ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନରେ ୫୦ ଲକ୍ଷ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ: ଦେଶରେ ୮ ହଜାର କରୋନା ଆକ୍ରାନ୍ତ. ସୋମବାରଠାରୁ ଟିକାକରଣ…

ଲଣ୍ଡନ,୧।୪ : ଇଂଲଣ୍ଡର ସ୍ବାସ୍ଥ୍ୟ ବିଭାଗ ଶନିବାର କହିଛି ଯେ ଚଳିତ ବସନ୍ତ ଋତୁରେ ଦେଶରେ ୫୦ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜଚ ଦିଆଯିବ। ୭୫...

ବ୍ରିଟେନର ପ୍ରସିଦ୍ଧ ସଂଗ୍ରହାଳୟରେ ଚୋରି, ଭାରତ ସମେତ ବହୁ ପ୍ରାଚୀନ କଳାକୃତି ହେଲା ଗାଏବ

ଲଣ୍ଡନ,୧୭।୮: ବ୍ରିଟେନର ଏକ ସଂଗ୍ରହାଳୟରୁ ବହୁ ମୂଲ୍ୟବାନ ଐତିହାସିକ ବସ୍ତୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ସଂଗ୍ରହାଳୟରେ ଶହ ଶହ ବର୍ଷର ଇତିହାସକୁ...

ମାଳଦ୍ୱୀପରେ ଇଣ୍ଡିଆ ଆଉଟ୍‌ ଅଭିଯାନ ବନ୍ଦ…

ମାଲେ, ୨୮।୬ : ମାଲଦ୍ୱୀପର ସଂସଦ ଜୁନ ୨୭ରେ ଇଣ୍ଡିଆ ଆଉଟ ଅଭିଯାନ ସମେତ ମାଳଦ୍ୱୀପର କୂଟନୈତିକ ସ୍ବାର୍ଥକୁ କ୍ଷତି ପହଞ୍ଚାଉଥିବା ଅପରାଧକୁ ଅପରାଧୀକରଣ କରିବା...

ବାଇଡେନ୍‌ଙ୍କ ଘନିଷ୍ଠ ଏରିକ୍‌ ହେବେ ଭାରତର ରାଷ୍ଟ୍ରଦୂତ

ଓ୍ବାଶିଂଟନ, ୧୬ା୩ : ଏରିକ୍‌ ଗାର୍‌ସେଟ୍ଟୀ ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ ହେବାସ୍ପଷ୍ଟ ହୋଇଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଏରିକ୍‌ଙ୍କ ଘନିଷ୍ଠ ସମ୍ପର୍କ ଥିବାରୁ...

ପୁଟିନ୍‌ଙ୍କ ଚେତାବନୀ, ରୁଷିଆକୁ ଘେରିବା ପାଇଁ ୟୁକ୍ରେନ୍‌ର ବ୍ୟବହାର କରୁଛି ଆମେରିକା…

ନୂଆଦିଲ୍ଲୀ, ୨।୨: ୟୁକ୍ରେନ ଏବଂ ନାଟୋ ଦେଶମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ନେଇ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଆମେରିକାକୁ ଚେତାବନୀ ଦେଇଛନ୍ତି। ରୁଷିଆକୁ...

ଆପତ୍ତିଜନକ ପୋଷାକ ପିନ୍ଧିଲେ ଲାଗିବ ଜରିମାନା: ଜିନପିଙ୍ଗ ପ୍ରଶାସନ ନେବେ ନୂଆ ପଦକ୍ଷେପ…

ବେଜିଂ,୧୦।୯ : ଏକ ନିଆରା ପଦକ୍ଷେପରେ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ପ୍ରଶାସନ ଏକ ନୂତନ ନିୟମ ଉପରେ ବିଚାର କରୁଛନ୍ତି। ଯେଉଁଥିରେ କମ୍ୟୁନିଷ୍ଟ ସରକାରଙ୍କ ପ୍ରତି...

ହୋସ୍‌ନି ମୁବାରକ୍‌ଙ୍କ ପରଲୋକ

କାଇରୋ, ୨୬ା୨(ପି.ଟି.): ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ହୋସ୍‌ନି ମୁବାରକ୍‌ଙ୍କ ମଙ୍ଗଳବାର କାଇରୋ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୩୦...

‘ଭାରତ ଆମେରିକାର କେବଳ ସହଯୋଗୀ ନୁହେଁ, ଏକ ବଡ଼ ଶକ୍ତି’

ଓ୍ବାଶିଂଟନ,୯ା୧୨: ଆମେରିକାର ହ୍ବାଇଟ୍‌ ହାଉସ ବିଶ୍ୱରେ ଭାରତର ପ୍ରଭାବ ଉପରେ ପ୍ରତିକ୍ରିୟା ରଖିଛି। ହ୍ବାଇଟ୍‌ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତ ଆମେରିକାର ସହଯୋଗୀ...

Advertisement
Archives

Model This Week