ଆମେରିକା-ରୁଷିଆ ମୁହାଁମୁହିଁ,ବାଇଡେନ୍‌ଙ୍କ ଚେତାବନୀ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିବ। ହ୍ବାଇଟ ହାଉସ୍‌ କହିଛି ଯେ ୟୁକ୍ରେନ ଉପରେ କୌଣସି ଆକ୍ରମଣକୁ ସହ୍ୟ କରାଯିବ ନାହିଁ ଏବଂ ଏହାର ପ୍ରତିଶୋଧ ନିଆଯିବ।

ପ୍ରେସ ସଚିବ ଜେନ ପାସାକି ଏକ ବିବୃତ୍ତିରେ କହିଛନ୍ତି ଯେ ଯଦି ରୁଷିଆର ସାମରିକ ବାହିନୀ ୟୁକ୍ରେନ ସୀମା ଅତିକ୍ରମ କରନ୍ତି ତେବେ ଏହା ଏକ ଆକ୍ରମଣ ବୋଲି ବିବେଚନା କରାଯିବ। ଏଥିପାଇଁ ରୁଷିଆକୁ ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁ ପଡିବ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆକୁ ଏନେଇ ଚେତାବନୀ ଦେଇଛନ୍ତି ଯେ ଯଦି ରୁଷୀୟ ସୈନ୍ୟମାନେ ୟୁକ୍ରେନରେ ପ୍ରବେଶ କରନ୍ତି ତେବେ ରୁଷିଆକୁ ଆର୍ଥିକ ପ୍ରତିବନ୍ଧକ ଏବଂ ଅନ୍ୟାନ୍ୟ ପରିଣାମର ସମ୍ମୁଖୀନ ହେବାକୁ ପଡିବ। ୟୁକ୍ରେନ ପ୍ରସଙ୍ଗରେ ଉତ୍ତେଜନାକୁ ଦୂର କରିବା ପାଇଁ ପ୍ରୟାସର ଏକ ଅଂଶ ଭାବରେ ଆମେରିକା ଏବଂ ରୁଷିଆର ଅଧିକାରୀମାନେ ଗତ କିଛି ସପ୍ତାହ ଧରି ଆଲୋଚନା କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଚୁକ୍ତିନାମା ହୋଇ ନ ଥିବା ଜଣାପଡିଛି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ୟୁକ୍ରେନ ଗସ୍ତ ମଧ୍ୟରେ ବାଇଡେନ ପ୍ରଶାସନ ବୁଧବାର କହିଛି ଯେ ରୁଷିଆର ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ୟୁକ୍ରେନକୁ ଅତିରିକ୍ତ ୨୦୦ ମିଲିୟନ ଡଲାରର ସାମରିକ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

‘ମୁହୂର୍ତ୍ତରେ ଶେଷ ହୋଇଯିବ ଆମେରିକା-ଇରାନ ଯୁଦ୍ଧ ’: ଯୁଦ୍ଧର ମୁକାବିଲା ପାଇଁ ଜେଫ୍ରିସ ପ୍ରକାଶ କଲେ ମେଗା ଯୋଜନା!

ତେହରାନ,୨୨।୫: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ବିବାଦ, ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ଅସ୍ଥିରତା ସହିତ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକାତା,୨୨।୫: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ପଶ୍ଚିମବଙ୍ଗର ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି: ମାଗଣା ବସ ଯାତ୍ରା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଭାଜପା…

ଟ୍ବିଶା ମାମଲାରେ ହାଇକୋର୍ଟଙ୍କ ପ୍ରମୁଖ ରାୟ: ପୁଣିଥରେ ପୋଷ୍ଟମର୍ଟମ କରିବେ AIIMS ଦିଲ୍ଲୀ ଟିମ୍‌

ଜବଲପୁର,୨୨।୫: ଭୋପାଳରେ ହୋଇଥିବା ବହୁଚର୍ଚ୍ଚିତ ଟ୍ବିଶା ମୃତ୍ୟୁ ମାମଲା ସମ୍ପର୍କରେ ହାଇକୋର୍ଟଙ୍କ ଶୁଣାଣି ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଶୁଣାଣି ସମୟରେ, ସମର୍ଥ ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା…

ଏବେ ପାକିସ୍ତାନ ରାଜନୀତିରେ ‘ଅସରପା’ଙ୍କ ଏଣ୍ଟ୍ରି! ଆରମ୍ଭ ହେଲା ‘କକ୍ରୋଚ ଆୱାମୀ ପାର୍ଟି’

ଇସଲାମବାଦ,୨୨।୫: ଭାରତର ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା “କକ୍ରୋଚ ଜନତା ପାର୍ଟି” (CJP) ବର୍ତ୍ତମାନ ପଡ଼ୋଶୀ ଦେଶ ପାକିସ୍ତାନରେ ପହଞ୍ଚିଛି। ଭାରତରେ ଆରମ୍ଭ ହୋଇଥିବା ଏହି…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri