Home Middle

ଜାପୋରିଝିଆରେ ରକେଟ୍‌ ମାଡ଼: ୧୭ ମୃତ

ଜାପୋରିଝିଆ, ୧୦ା୧୦: ରୁଷିଆକୁ କ୍ରିମିଆ ଉପଦ୍ୱୀପ ସହ ଯୋଡ଼ୁଥିବା ୟୁରୋପର ଦୀର୍ଘତମ କେରଚ୍‌ ବ୍ରିଜ୍‌ ଶନିବାର ବିସ୍ଫୋରଣରେ କ୍ଷତିଗ୍ରସ୍ତ ହେବା ପରେ ମସ୍କୋ ୟୁକ୍ରେନ୍‌ର ଜାପୋରିଝିଆ ସହର ଉପରେ ରକେଟ ମାଡ଼ କରିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଜାପୋରିଝିଆକୁ…

ବୈଷୟିକ ଶିକ୍ଷାରେ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଭାରତର ପ୍ରଗତିକୁ ଗତିଶୀଳ କରାଇବ

ଚଣ୍ଡିଗଡ଼,୧୦।୧୦(ପି.ଟି.): ଦେଶର ବିକାଶକୁ ତ୍ୱରାନ୍ବିତ କରିବାକୁ ହେଲେ ଅଧିକରୁ ଅଧିକ ଛାତ୍ରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖାଇବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରବିବାର ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ଇଞ୍ଜିନିୟରିଂ କଲେଜ୍‌ (ପିଇସି)ର ୫୨ତମ ସମାବର୍ତ୍ତନ ଉତ୍ସବ ଏବଂ ଶତବାର୍ଷିକୀର ଉଦ୍‌ଯାପନୀ…

‘ମୋ ସ୍ତ୍ରୀଙ୍କୁ ମାରନାହିଁ, ସେ ଗର୍ଭବତୀ’

ତେହରାନ,୧୦ା୧୦: ଇରାନର ରଫସାନଜାନ୍‌ ସହରରେ ଜଣେ ବ୍ୟକ୍ତି ପୋଲିସ ବର୍ବରତାରୁ ନିଜ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଚିତ୍କାର କରୁଛନ୍ତି, ମୋ ସ୍ତ୍ରୀଙ୍କୁ ମାରନାହିଁ, ସେ ଗର୍ଭବତୀ ଅଛନ୍ତି। ରାଜଧାନୀ ତେହରାନସ୍ଥିତ ଏକ ହାଇସ୍କୁଲରେ ସୁରକ୍ଷା ବଳ ଛାତ୍ରୀମାନଙ୍କ ଉପରେ ଦମନଲୀଳା…

ଗର୍ଭପାତ ଅଧିକାର ଫେରାଇଦିଅ

ନ୍ୟୁୟର୍କ,୧୦।୧୦: ନଭେମ୍ବର ୮ରେ ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ବିକ୍ଷୋଭକାରୀମାନେ ନିଜ ଶରୀର ସମ୍ପର୍କିତ ନିଷ୍ପତ୍ତି ନିଜେ ନେବା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। କଂଗ୍ରେସ ଉପରେ ଶାସକ ଡେମୋକ୍ରାଟମାନେ ନିଜ ନିୟନ୍ତ୍ରଣକୁ ମଜଭୁତ କରିବା ପାଇଁ…

ଗର୍ଭବତୀ ପୀଡ଼ିତାଙ୍କୁ ଜାଳିଦେଲେ

ଲକ୍ଷ୍ନୌ/ଜୟପୁର,୧୦।୧୦: ଉତ୍ତରପ୍ରଦେଶର ମୈନପୁରୀ ଜିଲାରେ ଜଣେ ଗର୍ଭବତୀ ଝିଅଙ୍କୁ ପୋଡ଼ି ମାରିଦିଆଯାଇଛି। ସେ ୩ ମାସ ପୂର୍ବରୁ ବଳାତ୍କାରର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ପୋଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୀଡ଼ିତାଙ୍କ ମା’ଙ୍କ କହିବା…

ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୟୁପିରେ ବି ସ୍ଥିତି ଅସମ୍ଭାଳ, ୨୩ ରାଜ୍ୟକୁ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୦ ।୧୦: ବିଦାୟ ନେଲାଣି ମୌସୁମୀ । ହେଲେ ଅଦିନିଆ ବର୍ଷା ଅଧିକାଂଶ ରାଜ୍ୟର ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଦିଲ୍ଲୀରେ ହୋଇଥିବା ବର୍ଷା ଗତ ୧୫ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟାରେ ରବିବାର…

ଆଖିରୁ ଜଣାପଡ଼ିବ ହୃଦ୍‌ଘାତ ଆଶଙ୍କା

ଲଣ୍ଡନ, ୧୦ା୧୦: ବିଶ୍ୱରେ ହୃଦ୍‌ଘାତଜନିତ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ପ୍ରତିବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟୁଛି। ଭାରତରେ ଯୁବବର୍ଗଙ୍କଠାରେ ଏଭଳି ସ୍ବାସ୍ଥ୍ୟସଙ୍କଟ ଚିନ୍ତାର କାରଣ ପାଲଟିଥିବାବେଳେ…

ଭାରତରେ ୪୬୨ ବିଷାକ୍ତ ଔଷଧ

ନୂଆଦିଲ୍ଲୀ,୧୦ା୧୦: ୨୦୧୯-୨୦ରେ ଭାରତରେ ମୋଟ ୮୧,୩୨୯ ଔଷଧର ନମୁନା ଯାଞ୍ଚ କରାଯାଇଥିଲା। ସେଥିରୁ ୨,୪୯୭ ନମୁନା ଉପଯୁକ୍ତ ମାନର ହୋଇ ନ ଥିବା ଜଣାପଡ଼ିଥିଲା। ୧୯୯ ଔଷଧର ନମୁନାରେ ବିଷାକ୍ତ ପଦାର୍ଥ ଥିବା ସ୍ପଷ୍ଟ ହୋଇଥିଲା। ସେହିପରି ୨୦୨୦-୨୧ରେ ଯାଞ୍ଚ କରାଯାଇଥିବା…

ମଧ୍ୟ ଭେନେଜୁଏଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ୨୨ ମୃତ ୫୦ରୁ ଊର୍ଦ୍ଧ୍ୱ; ନିଖୋଜ

କାରାକାସ,୧୦ ।୧୦: ଦକ୍ଷିଣ ଆମେରିକା ଦେଶ ଭେନେଜୁଏଲାରେ ବର୍ଷା ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି । କିଛିଦିନ ହେବ ସେଠାରେ ବର୍ଷା ଲାଗି ରହିଛି । ଇତିମଧ୍ୟରେ ମଧ୍ୟ ଭେନେଜୁଏଲାରେ ପ୍ରବଳ ବର୍ଷା ହୋଗୁ ଭୂସ୍ଖଳନ ହୋଇଛି । ବନ୍ୟା ବି…

ଶେୟସ୍‌ ଆୟରଙ୍କ ଶତକ: ୭ ଉଇକେଟ୍‌ରେ ଜିତିଲା ଭାରତ

ରାଞ୍ଚି,୯।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ୨୭୯ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଭାରତ ୪୫.୫ ଓଭରରେ ମାତ୍ର ୩…

ରୁଷିଆକୁ ଡରୁଛି ଜର୍ମାନୀ

ବର୍ଲିନ,୯ା୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ୟୁରୋପକୁ ଏକ ଶକ୍ତି ସଙ୍କଟର ଆହ୍ବାନ ଦେଇଥିବାବେଳେ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏହି କାରଣରୁ ନାଟୋ ସଦସ୍ୟ ଜର୍ମାନୀ କହିଛି, ଏହି ସାମରିକ ସହଯୋଗୀ ଦଳ ଆଗକୁ ଯାଇ ଅନ୍ୟ…

ଧାମନଗର ଉପନିର୍ବାଚନ: ସୂର୍ଯ୍ୟବଂଶୀ ସୂରଜ ଭାଜପା ପ୍ରାର୍ଥୀ

ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ଘୋଷଣା କରିଛି ଭାଜପା। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି। ତେବେ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାଜପା କେନ୍ଦ୍ରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?