Posted inଜାତୀୟ

ଗର୍ଭବତୀ ପୀଡ଼ିତାଙ୍କୁ ଜାଳିଦେଲେ

ଲକ୍ଷ୍ନୌ/ଜୟପୁର,୧୦।୧୦: ଉତ୍ତରପ୍ରଦେଶର ମୈନପୁରୀ ଜିଲାରେ ଜଣେ ଗର୍ଭବତୀ ଝିଅଙ୍କୁ ପୋଡ଼ି ମାରିଦିଆଯାଇଛି। ସେ ୩ ମାସ ପୂର୍ବରୁ ବଳାତ୍କାରର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ପୋଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୀଡ଼ିତାଙ୍କ ମା’ଙ୍କ କହିବା ଅନୁଯାୟୀ ୩ ମାସ ତଳେ ତାଙ୍କ ଝିଅଙ୍କୁ ଅଭିଷେକ ନାମକ ଯୁବକ ବଳାତ୍କାର କରିଥିଲେ। ଝିଅ ଏନେଇ ଘରେ ଜଣାଇ ନ ଥିଲେ। ପେଟରେ ଯନ୍ତ୍ରଣା ହେବାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଗତ ୬ ତାରିଖରେ ପଞ୍ଚାୟତ ବସି ପୀଡ଼ିତାଙ୍କୁ ବିବାହ କରିବା ପାଇଁ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ଅଭିଯୁକ୍ତଙ୍କ ମା’ ପୀଡ଼ିତାଙ୍କୁ ନିଜ ଘରକୁ ନେଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲା ହସ୍ପିଟାଲ ଓ ପରେ ସଇଫାଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଆଇପିସିର ଦଫା ୩୦୭, ୩୭୬ ଏବଂ ପୋକ୍ସୋ ଆଇନରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି। ସେହିପରି ସୁଲତାନପୁର ଅନ୍ତର୍ଗତ ଜୟସିଂପୁର ଅଞ୍ଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଚଳନ୍ତା କାର୍‌ରେ ବଳାତ୍କାର କରାଯାଇଛି। ୨୩ ବର୍ଷୀୟା ବି.ଟେକ୍‌ ଛାତ୍ରୀ ଶୁକ୍ରବାର ସନ୍ଧ୍ୟାରେ ଘରକୁ ଫେରିବା ପାଇଁ ରାସ୍ତାରେ ଏକ ଏସ୍‌ୟୁଭିକୁ ଲିଫ୍ଟ ମାଗିଥିଲେ। ଡ୍ରାଇଭର ତାଙ୍କୁ କାର୍‌ ଭିତରେ ବଳାତ୍କାର କରି ଏକ କେନାଲକୁ ଫିଙ୍ଗିଦେଇଥିଲେ। ଅନ୍ୟ ଏକ ଘଟଣାରେ ଫିରୋଜାବାଦ ଜିଲା କିଥାଉତ୍‌ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ତାଙ୍କ ପ୍ରେମିକାଙ୍କ କଙ୍କାଳ ରବିବାର ଜବତ ହୋଇଛି। ୨୦୨୦ ନଭେମ୍ବର ୨୦ରେ ନିଜ ୨୨ ବର୍ଷୀୟା ଝିଅ ନିଖୋଜ ହୋଇଯାଇଥିବା ନେଇ ବିକ୍ରମ ସିଂ ଥାନାରେ ଏତଲା ଦେଇଥିଲେ। ସେବେଠୁ ଝିଅ ଓ ତାଙ୍କ ପ୍ରେମିକ ଗୌରବଙ୍କୁ ପୋଲିସ ଖୋଜୁଥିଲା। ଶନିବାର ଗୌରବ ଗିରଫ ହେବା ପରେ ନିଜ ଦୋଷ ମାନିଛନ୍ତି। ପ୍ରେମିକା ବିବାହ ପାଇଁ ତାଙ୍କ ଉପରେ ଚାପ ପକାଉଥିବାରୁ ସେ ତାଙ୍କୁ ଅପହରଣର ଦିନକ ପରେ ବିଷଦେଇ ହତ୍ୟା କରିଥିଲେ। ତାଙ୍କ ମୃତଦେହକୁ ନିଜ ଘର ଭିତରେ ପୋତିଦେଇ ଫେରାର ହୋଇଯାଇଥିବା ସ୍ବୀକାର କରିଛନ୍ତି। ରାଜସ୍ଥାନରେ ମଧ୍ୟ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ଆଜମେରରେ ଜଣେ ୨୫ ବର୍ଷୀୟା ଦଳିତ ମହିଳାଙ୍କୁ କିଛିଦିନ ଧରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂଜକ ଅଛନ୍ତି। ମହିଳାଙ୍କୁ ଅନେକ ଦିନ ଧରି ଏକ ଘରେ ଅଟକ ରଖାଯାଇଥିଲା। ପୀଡ଼ିତାଙ୍କ ପରିବାରର ପୁରୋହିତ ସଞ୍ଜୟ ଶର୍ମା ଅପରାଧ ଘଟଣାର ଭିଡିଓ ରେକର୍ଡିଂ କରାଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ ମହିଳା ଜଣକ ଘରେ ଏକାକୀ ଥିତ୍ବାବେଳେ ସଞ୍ଜୟ ପ୍ରଥମେ ବଳାତ୍କାର କରି ଏହାର ଭିଡିଓ ରେକର୍ଡିଂ କରାଇଥିଲେ। ପରେ ସେ ଉକ୍ତ ଭିଡିଓ ଦେଖାଇ ପୀଡ଼ିତାଙ୍କୁ ବ୍ଲାକ୍‌ମେଲିଂ କରିବା ସହ ଅର୍ଥ ଆଦାୟ କରୁଥିଲେ। ସେ ପୁଣିଥରେ କେତେଜଣଙ୍କ ସହ ମିଶି ପୀଡ଼ିତାଙ୍କୁ ନିଶା ଦେଇ ଗଣବଳାତ୍କାର କରିଥିବା ଆଜମେର ନର୍ଥର ଡିଏସ୍‌ପି ଛବି ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ପ୍ରଥମ କିନ୍ନର ସାଲୁନ…

ମୁମ୍ବାଇ,୨୫।୩ : କିନ୍ନରଙ୍କୁ ଏବେ ମଧ୍ୟ ବହୁ ଭେଦଭାବର ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କର ଅସ୍ତିତ୍ୱ ଏବଂ ସମାନ ଅଧିକାର ପାଇଁ କ୍ରମାଗତ ଭାବରେ ସଂଗ୍ରାମ...

କପି କରି ଧରାପଡ଼ିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି

ଡେରାଡୁନ୍‌, ୧୫ା୫: ଡୁନ୍‌ ସ୍କୁଲରେ ପରୀକ୍ଷାବେଳେ କପି କରି ଧରାପଡ଼ିଛନ୍ତି ଭାଜପାର ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଏବଂ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି। ସୋସିଆଲ ମିଡିଆରେ...

ସୋମବାରଠାରୁ ଏହି ସହରରେ ଘର ଘର ବୁଲି ହେବ ଟିକାଦାନ…

ବିକାନେର୍‌,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଦେଶରେ...

ଅତ୍ୟଧିକ ଫୋନ ବ୍ୟବହାର କରିବାରୁ ୧୫ ବର୍ଷୀୟା ଝିଅକୁ ବଳାତ୍କାର

ନୂଆଦିଲ୍ଲୀ,୨୫।୧: ଅତ୍ୟଧିକ ଫୋନ ବ୍ୟବହାର କରିବାରୁ ଜଣେ ୧୫ ବର୍ଷୀୟା ନାବାଳିକା ଝିଅଙ୍କୁ ବଳାତ୍କାର କରିଛନ୍ତି ୪୨ ବର୍ଷୀୟ ବାପା। ଏଭଳି ଚକିତ କଲା ଭଳି...

ଗଛରେ ପିଟି ହେଲା କାର୍‌: ୩ ଜୀବନ୍ତ ଦଗ୍ଧ

ବିଳାସପୁର,୨୨।୧: ଛତିଶଗଡ଼ର ବିଳାସପୁର ଜିଲାରେ ଏକ କାର୍‌ ଗଛରେ ପିଟି ହୋଇ ଜଳିଯିବାରୁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖଇରା-ପୋଦି ଗ୍ରାମ ନିକଟରେ ଏହି...

ଅନ୍ତିମ ସଂସ୍କାର ପୂର୍ବରୁ ସୁଶାନ୍ତଙ୍କର ହେବ କରୋନା ଟେଷ୍ଟ

ମୁମ୍ବାଇ, ୧୫।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୋମବାର ମୁମ୍ବାଇ ସ୍ଥିତ ପବନ ହଂସ ଶ୍ମଶାନ ନିକଟ ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯିବ।...

ଦେଶର ବଡ଼ ସହରରେ ଆତ୍ମଘାତୀ ବିସ୍ଫୋରଣ ପାଇଁ ଅଲ୍‌ କାଏଦାର ଧମକ…

ନୂଆଦିଲ୍ଲୀ, ୮।୬ : ମହାପୁରୁଷ ମହମ୍ମଦଙ୍କ ବିଷୟରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ପରେ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା ଭାରତର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ...

ରାମଲଲା କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରହିବେ

ନୂଆଦିଲ୍ଲୀ,୯।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ରାମଲଲାଙ୍କୁ କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରଖାଯିବ। ପରେ ତାଙ୍କୁ ନୂଆ ମନ୍ଦିରକୁ...

Advertisement
Archives

Model This Week