Posted inଜାତୀୟ

ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୟୁପିରେ ବି ସ୍ଥିତି ଅସମ୍ଭାଳ, ୨୩ ରାଜ୍ୟକୁ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୦ ।୧୦: ବିଦାୟ ନେଲାଣି ମୌସୁମୀ । ହେଲେ ଅଦିନିଆ ବର୍ଷା ଅଧିକାଂଶ ରାଜ୍ୟର ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଦିଲ୍ଲୀରେ ହୋଇଥିବା ବର୍ଷା ଗତ ୧୫ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟାରେ ରବିବାର ସକାଳ ସାଢେ ୮ଟା ସୁଦ୍ଧା ସେଠାରେ ୭୪ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ୨୦୦୭ ପରେ ଏହି ସମୟରେ ଏହା ସର୍ବାଧିକ ବର୍ଷା ବୋଲି କୁହାଯାଉଛି ।
ପାଣିପାଗ ବିଭାଗ ପକ୍ଷରୁ ବର୍ଷାକୁ ନେଇ ଉତ୍ତର ପ୍ରଦେଶ, ବିହାର ଓ ମହାରାଷ୍ଟ୍ର ସମେତ ୨୩ ରାଜ୍ୟ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉତ୍ତର ପ୍ରଦେଶର ୪୩ ଜିଲାକୁ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ରାଜ୍ୟରେ ଅଧିକାଂଶ ଜିଲାରେ ବର୍ଷା ଯୋଗୁ ୩୪ ଜଣଙ୍କ ଜୀବନ ଗଲାଣି । ଏହି ବର୍ଷାକୁ ଦେଖି ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର, ଗାଜିଆବାଦ, ବୁଲନ୍ଦସର, ହାପୁଡ, ମେରଠ ଓ ଲକ୍ଷ୍ନୌ ସମେତ ପ୍ରାୟ ଦୁଇ ଡଜନ ଜିଲାରେ ପ୍ରଶାସନ ପକ୍ଷରୁ ସ୍କୁଲ ବନ୍ଦ କରି ଦିଆଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରୟାନ-୨: ସେଠାରେ ୭ ଦିନ ପର୍ଯ୍ୟନ୍ତ ଘୁରିବ

ଶ୍ରୀହରିକୋଟା,୨୧।୮: ଚନ୍ଦ୍ରୟାନ-୨ ବୁଧବାର ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରିଛି। ଏହା ସେଠାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଘୁରିବ। ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା...

ମରାମତି ବେଳେ ହୁତୁହୁତୁ ହୋଇ ଜଳିଲା ଏୟାର ଇଣ୍ଡିଆ ବୋଇଙ୍ଗ୍‌ ବିମାନ

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ମରାମତି ହେଉଥିବା ଏକ...

ସାଇକେଲ୍‌ରେ ବୁଲୁଥିବା ଜିଲାପାଳଙ୍କୁ ଅଟକାଇଲେ ମହିଳା କନଷ୍ଟେବଳ

ଭିଲଓ୍ବାଡା,୧୯।୫: କରୋନା ପ୍ରକୋପ ଯୋଗୁ ରାଜସ୍ଥାନ ଭିଲଓ୍ବାଡାରେ ଲକ୍‌ଡାଉନ ଜାରି ରହିଛି। କଟକଣା ସତ୍ତ୍ୱେ ବି କେତେକ ଅମାନିଆ ବାହାରେ ବୁଲୁଥିବାର ନଜିର ରହିଛି। ଫଳରେ...

ଭୟୁ ମହାରାଜ ଆତ୍ମହତ୍ୟା ମାମଲା: ଦୋଷୀଙ୍କୁ ୬ ବର୍ଷ ଜେଲ

ଇନ୍ଦୋର,୨୮ ।୧: ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ରାଷ୍ଟ୍ର ସନ୍ଥ ଭୟୁ ମହାରାଜଙ୍କ ଆତ୍ମହତ୍ୟା ମାମଲାରେ ଇନ୍ଦୋର କୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି । କୋର୍ଟ ମୁଖ୍ୟ...

ଚିଠି ଲେଖି ଭାରତ ଯୋଡୋ ଯାତ୍ରାର ଅଭିଜ୍ଞତା ବଖାଣିଲେ ରାହୁଲ

ନୂଆଦିଲ୍ଲୀ,୧୩।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ପ୍ରାୟ ୩୫୦୦ କିଲୋମିଟର ଅତିକ୍ରମ କରିସାରିଛି। ବର୍ତ୍ତମାନ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ପହଞ୍ଚିଛିି।...

ଏଆଇଏଡିଏମକେ ପରିଷଦ ବୈଠକ ଉପରେ ରୋକ ଆବେଦନ ହାଇକୋର୍ଟରେ ଖାରଜ…

ଚେନ୍ନାଇ,୧୧।୭ : ରାଜନୈତିକ ଦଳର କଳହରେ ହସ୍ତକ୍ଷେପ ନକରିବାକୁ ମାଡ୍ରାସ ହାଇକୋର୍ଟ ଏଆଇଏଡିଏମ୍‌କେ ନେତା ତଥା ପୂର୍ବତନ ସଂଯୋଜକ ଓ. ପନିରସେଲଭାମ୍‌ଙ୍କ ଆବେଦନକୁ ସୋମବାର ଖାରଜ...

କଶ୍ମୀରରେ ପଶିଛନ୍ତି ପାକିସ୍ତାନୀ ଆତଙ୍କବାଦୀ: ଟାର୍ଗେଟରେ ଅମରନାଥ ଯାତ୍ରୀ

ଶ୍ରୀନଗର,୩ା୮(ପି.ଟି./ ଆଇଏଏନ୍‌ଏସ୍‌): ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରୁ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ସମେତ ଆଉ କେତେକ ସଙ୍ଗଠନର ଆତଙ୍କବାଦୀମାନେ ଉପତ୍ୟକାରେ ଅନୁପ୍ରବେଶ କରିଛନ୍ତି। ଜୁଲାଇ ଶେଷ ସପ୍ତାହରେ...

ବିହାରରେ ଆତଙ୍କବାଦୀ ସଂଗଠନକୁ ସକ୍ରିୟ କରୁଛନ୍ତି ଚାଇନା-ପାକିସ୍ତାନ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଗଲା ଗୁପ୍ତ ସୂଚନା…

ନୂଆଦିଲ୍ଲୀ, ୪।୧ : ଇଣ୍ଡିଆନ୍‌ ମୁଜାହିଦ୍ଦିନ (ଆଇଏମ) ଆତଙ୍କବାଦୀ ସଂଗଠନ ନେପାଳରେ ଆଶ୍ରୟ ନେଇଛି। ସଂଗଠନ  ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ବେଶ୍‌ ସକ୍ରିୟ...

Advertisement
Archives

Model This Week