ଜାପୋରିଝିଆରେ ରକେଟ୍‌ ମାଡ଼: ୧୭ ମୃତ

ଜାପୋରିଝିଆ, ୧୦ା୧୦: ରୁଷିଆକୁ କ୍ରିମିଆ ଉପଦ୍ୱୀପ ସହ ଯୋଡ଼ୁଥିବା ୟୁରୋପର ଦୀର୍ଘତମ କେରଚ୍‌ ବ୍ରିଜ୍‌ ଶନିବାର ବିସ୍ଫୋରଣରେ କ୍ଷତିଗ୍ରସ୍ତ ହେବା ପରେ ମସ୍କୋ ୟୁକ୍ରେନ୍‌ର ଜାପୋରିଝିଆ ସହର ଉପରେ ରକେଟ ମାଡ଼ କରିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଜାପୋରିଝିଆକୁ ରୁଷିଆରେ ସାମିଲ କରାଯାଇଥିବା ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଘୋଷଣା କରିଥିଲେ ହେଁ ସେଠାରେ ୟୁକ୍ରେନ୍‌ ରୁଷୀୟ ସୈନ୍ୟଙ୍କୁ ଘଉଡ଼ାଇବା ପାଇଁ ପ୍ରତିଆକ୍ରମଣ ଜାରି ରଖିଛି। ଶନିବାର ରାତିରେ ସେଠାରେ ରୁଷିଆ ରକେଟ ମାଡ଼ କରିବା ଯୋଗୁ ପ୍ରାୟ ୨୦ ଘର ଏବଂ ୫୦ ଆପାର୍ଟମେଣ୍ଟ ବିଲ୍ଡିଂ ଭାଙ୍ଗି ଯାଇଛି। ୪୦ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି।

 

ଇତିହାସରୁ ଶିଖ: ପୋପ୍‌

ୟୁକ୍ରେନ୍‌ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବାରମ୍ବାର ଧମକ ଦେଉଥିବାବେଳେ କ୍ୟାଥୋଲିକ୍‌ ଚର୍ଚ୍ଚ ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ ଏ ନେଇ ସାରା ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି। ଏହାକୁ ସେ ‘ହିଂସା ପାଗଳାମି’ କହିବା ସହ ଆଣବିକ ଯୁଦ୍ଧର ଭୟାବହତା ଉପରେ ଇତିହାସରୁ ଶିକ୍ଷା ଲାଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆମେ ନ୍ୟୁକ୍ଲିୟର ଯୁଦ୍ଧକୁ ଭୁଲିଯିବା କଥା ନୁହେଁ। ବିବାଦ ଭିତରେ ବି ଆମକୁ ଶାନ୍ତିର ରାସ୍ତା ବାଛିବାକୁ ପଡ଼ିବ ବୋଲି ପୋପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ଆଜି, ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ,୨୧।୬(ପି.ଟି.): ରବିବାର ଅନୁଷ୍ଠିତ ହେବାକୁ ଥିବା ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି-ୟୁଜି)କୁ ନିର୍ବିଘ୍ନ, ସୁରକ୍ଷିତ ଓ ସ୍ବଚ୍ଛ ଭାବେ ସମ୍ପାଦନ କରିବା ପାଇଁ ଶନିବାର ଦେଶବ୍ୟାପୀ…

ଧର୍ମେନ୍ଦ୍ର ଇସ୍ତଫା ନ ଦେବା ଯାଏ ଯନ୍ତରମନ୍ତର ଛାଡ଼ିବୁନୁ: ଦୀପ୍‌କେ

ନୂଆଦିଲ୍ଲୀ,୨୧।୬(ପି.ଟି.): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ଯାଏ ନୂଆଦିଲ୍ଲୀର ଯନ୍ତରମନ୍ତର ଛାଡ଼ିବେ ନାହିଁ ବୋଲି କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

ଲେବାନନରେ ଇସ୍ରାଏଲର ଆକ୍ରମଣ ପରେ ରାଗିଗଲା ଇରାନ; ବନ୍ଦ କରିଦେଲା ହର୍ମୁଜ, ପୁଣି ହେବ ଯୁଦ୍ଧ!

ତେହରାନ,୨୦।୬: ବିଶ୍ୱ ଅର୍ଥନୀତି ପାଇଁ ଶାନ୍ତି ଚୁକ୍ତିନାମା ଏବଂ ମଧ୍ୟପ୍ରାଚ୍ୟରେ ସ୍ୱାଭାବିକତା ଫେରିବାର ଆଶା ପୁଣି ଥରେ ମଳିନ ହେଉଥିବା ପରି ମନେ ହେଉଛି। ଲେବାନନରେ ଇସ୍ରାଏଲ ଦ୍ୱାରା…

ଭଗବାନଙ୍କୁ ଅଜବ ଗୁହାରି: ଦାନବାକ୍ସରେ ୨୦ ଟଙ୍କିଆ ନୋଟରେ ଲେଖାହୋଇଛି…

ନୂଆଦିଲ୍ଲୀ,୨୦।୬: ଆନ୍ଧ୍ରପ୍ରଦେଶର ଅନନ୍ତପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମନ୍ଦିରର ଦାନ ବାକ୍ସରୁ ମିଳିଥିବା ଏକ ୨୦ ଟଙ୍କାର ନୋଟ୍ ଚର୍ଚ୍ଚାର ବିଷୟ ପାଲଟିଛି…

ରେଞ୍ଜ ଅଫିସରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା

ରାଜନଗର,୨୦ା୬(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ମାନସ ଦାସଙ୍କ କଟକ ଡିଭିଜନକୁ ବଦଳି ହୋଇଛି। ଆସନ୍ତା ୧ ତାରିଖରେ ସେ ନୂତନ…

ପଶ୍ଚିମବଙ୍ଗ ଦିବସରେ ବଡ଼ କଥା କହିଦେଲେ ମୋଦି, ଗୌରବ ଫେରି ଆସୁଛି…

ନୂଆଦିଲ୍ଲୀ,୨୦।୬: ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳାର ବାୟୁମଣ୍ଡଳରେ ଏବେ ଏକ ନୂତନ ସତେଜତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri