ରୁଷିଆକୁ ଡରୁଛି ଜର୍ମାନୀ

ବର୍ଲିନ,୯ା୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ୟୁରୋପକୁ ଏକ ଶକ୍ତି ସଙ୍କଟର ଆହ୍ବାନ ଦେଇଥିବାବେଳେ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏହି କାରଣରୁ ନାଟୋ ସଦସ୍ୟ ଜର୍ମାନୀ କହିଛି, ଏହି ସାମରିକ ସହଯୋଗୀ ଦଳ ଆଗକୁ ଯାଇ ଅନ୍ୟ କିଛି କରିବା ଉଚିତ। ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ଖ୍ରୀଷ୍ଟିନା ଲାମ୍ବ୍ରେଚ କହିଛନ୍ତି, ନାଟୋ ବର୍ତ୍ତମାନ ନିଜକୁ ରକ୍ଷା କରିବା ପାଇଁ ଆଉ କିଛି ପଦକ୍ଷେପ ନେବା ଉଚିତ। ସେ ତାଙ୍କ ଅଫିସିଆଲ ଆକାଉଣ୍ଟରୁ ଏ ସମ୍ପର୍କରେ ଏକ ଟୁଇଟ୍‌ ମଧ୍ୟ କରିଛନ୍ତି।

ଲିଥୁଆ ଗସ୍ତ ସମୟରେ ସେ ଏହା କହିଛନ୍ତି। ଲିଥୁଆରେ ନାଟୋ ମିଶନ ଅଧୀନରେ ସେ ତାଙ୍କ ସୈନ୍ୟମାନଙ୍କୁ ଭେଟି ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଏହି ସମୟରେ ଲିଥୁଆର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ରୁଷିଆର ରାଷ୍ଟ୍ରପତି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଫୋରମରେ ପରମାଣୁ ଶକ୍ତି ବିଷୟରେ ବାରମ୍ବାର କହିଛନ୍ତି। ୟୁକ୍ରେନକୁ ସମର୍ଥନ କରିବାକୁ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ଯଦିଓ ଆମେରିକା ଭାବୁନାହିଁ ଯେ, ରୁଷିଆ ଏହି ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ। ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଲିଥୁଆର ପ୍ରତିପକ୍ଷଙ୍କ ଉପସ୍ଥିତିରେ କହିଛନ୍ତି ନାଟୋକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଜର୍ମାନୀ ସପକ୍ଷରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ…

ମସ୍କୋ, ୨୬।୧ : ରୁଷିଆ ଏବଂ ୟୁକ୍ରେନ ସୀମାରେ ଅସ୍ତ୍ରଶସ୍ତ୍ର ସହିତ ସୈନ୍ୟସଂଖ୍ୟା ବଢ଼ିବା ସହିତ ୟୁରୋପରେ ଏକ ଭୟଙ୍କର ଯୁଦ୍ଧର ଆଶଙ୍କା ବୃଦ୍ଧି ପାଉଛି।...

ପୋଲାଣ୍ଡରେ ଏକ ହଜାର ସୈନ୍ୟ ମୁତୟନ କରିବ ଆମେରିକା

ଓ୍ବାଶିଂଟନ,୧୩।୬: ପୋଲାଣ୍ଡରେ ଆମେରିକା ଅତିରିକ୍ତ ଏକ ହଜାର ସୈନ୍ୟ ମୁତୟନ କରିବ। ଏଠାରେ ରୁଷିଆର କାର୍ଯ୍ୟକାଳାପ ବୃଦ୍ଧି ପାଉଥିବାରୁ ଆମେରିକା ଏଭଳି କରିବ ବୋଲି ରାଷ୍ଟ୍ରପତି...

ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହିଲେ ବ୍ୟବସାୟୀ: ଆଉ ତାପରେ…

ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଜୋକର କହିବା ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ସରକାରଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଉକ୍ତ ବ୍ୟବସାୟୀ...

ଶରଣାର୍ଥୀ ହେଲେଣି ୪୪ ଲକ୍ଷରୁ ଅଧିକ ୟୁକ୍ରେନ୍‌ ନାଗରିକ, ଜାତିସଂଘ ରିପୋର୍ଟ…

ଜେନେଭା, ୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଇତିମଧ୍ୟରେ ୪୪ ଲକ୍ଷରୁ ଅଧିକ ୟୁକ୍ରେନ୍‌ ନାଗରିକ ପଡ଼ୋଶୀ ଦେଶରେ ଶରଣାର୍ଥୀ...

ଜାତିସଂଘରେ ଗାନ୍ଧିଜୀଙ୍କ ହଲୋଗ୍ରାମ

ଜାତିସଂଘ, ୨ା୧୦: ଅହିଂସା ଓ ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ଜାତିସଂଘରେ ଗାନ୍ଧିଜୀଙ୍କୁ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରାଯାଇଛି। ଅକ୍ଟୋବର ୨କୁ...

ଭାରତକୁ ପ୍ରଶଂସା କଲା ଆଇଏମଏଫ

ଓ୍ବାଶିଂଟନ୍‌,୧୩।୧୦: ବିଶ୍ୱ ବ୍ୟାଙ୍କ ପରେ ବର୍ତ୍ତମାନ ଆଇଏମଏଫ ଅର୍ଥାତ୍‌ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ମୋଦି ସରକାରଙ୍କ କ୍ୟାଶ୍‌ ଟ୍ରାନ୍ସଫର ଯୋଜନାକୁ ପ୍ରଶଂସା କରିଛି। ଆଇଏମଏଫ...

ମାସ୍କ୍‌ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଜେରୁଜେଲମ୍‌,୨୪।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ବ୍ୟବଧାନରେ ହାତଧୋଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ...

ମସଜିଦ୍‌ରେ ବିସ୍ଫୋରଣ: ୧୮ ମୃତ

କାବୁଲ,୨୧।୪: ଆଫଗାନିସ୍ତାନର ଏକ ମସଜିଦ୍‌ରେ ଗୁରୁବାର ଏକ ବଡ଼ ବିସ୍ଫୋରଣ ହୋଇଛି। ମଜାର-ଇ-ସରିଫ ମସଜିଦରେ ୪ଟି ବିସ୍ଫୋରଣ ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା...

Advertisement
Archives

Model This Week