Home Middle

ଗୁଗଲ ଆଣିଲା ନୂଆ ଟୁଲ, ସର୍ଚ୍ଚରୁ ହଟାଇ ହେବ ବ୍ୟକ୍ତିଗତ ସୂଚନା

ନୂଆଦିଲ୍ଲୀ,୨୪ ।୯: ୟୁଜର୍ସଙ୍କ ଗୋପନୀୟତାକୁ ନେଇ ସାରା ବିଶ୍ୱରେ ସମାଲୋଚନା ହେବା ପରେ ଏବେ ଗୁଗଲ ସର୍ଚ୍ଚରୁ ବ୍ୟକ୍ତିଗତ ସୂଚନା ହଟାଇବାକୁ ଗୁଗଲ ଏକ ନୂଆ ଟୁଲ ଆଣିଛି । ‘ରିଜଲ୍ଟସ ଏବାଉଟ ୟୁ’ ନାମକ ଏହି ଟୁଲ ଜରିଆରେ ୟୁଜର୍ସ…

ଉଦ୍ଧବ ଗୋଷ୍ଠୀଙ୍କ ବଡ଼ ବିଜୟ: ଶିବାଜୀ ପାର୍କରେ ଦଶହରା ରାଲିକୁ ମିଳିଲା ଅନୁମତି

ମୁମ୍ବାଇ,୨୩।୯: ମହାରାଷ୍ଟ୍ରରେ ଶିବାଜୀ ପାର୍କରେ ଦଶହରା ରାଲିକୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ବଡ଼ ବିଜୟ ମିଳିଛି। ହାଇକୋର୍ଟ ଠାକରେଙ୍କ ଗୋଷ୍ଠୀକୁ ଶିବାଜୀ ପାର୍କରେ ଦଶହରା ରାଲି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ଏହି…

ମୁଖ୍ୟମନ୍ତ୍ରୀ ରେସ୍‌ରେ ଏହି ୨ନେତା

ଜୟପୁର,୨୩।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ଏବେ ରାଜନୀତି ସରଗରମ ହୋଇଛି। କଂଗ୍ରେସ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହି ଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଦୌଡ଼ରେ ଆଗରେ ରହିଛନ୍ତି। ଇତିମଧ୍ୟରେ ଶୁକ୍ରବାର ସେ…

ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି

ଭୁବନେଶ୍ୱର,୨୩।୯(ବ୍ୟୁରୋ): ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଅଲିମ୍ପିଆନ ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆର ସଭାପତି। ବିନା ପ୍ରତିଦ୍ବନ୍ଦ୍ୱିତାରେ ଦିଲୀପ ତିର୍କୀ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଓଡ଼ିଆ ଭାବେ ସେ ହକି ଇଣ୍ଡିଆର ସଭାପତି…

ଭାଜପାକୁ ଧୋକା ଦେଇ ଲାଲୁଙ୍କ କୋଳରେ ବସିଛନ୍ତି ନୀତୀଶ: ଅମିତ ଶାହା

ପାଟନା,୨୩।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ବିହାରର ପୁର୍ନିଆ ଜିଲାରେ ‘ଜନ ଭାବନ ମହାସଭା’କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ଗ୍ରାଣ୍ଡ ଆଲାଇନ୍ସକୁ ମଧ୍ୟ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି, ତାଙ୍କ ଗସ୍ତ ଯୋଗୁ ଲାଲୁ…

ପିଏଫ୍‌ଆଇର ହରତାଳକୁ ହାଇକୋର୍ଟର ଭର୍ତ୍ସନା: ବିନା ଅନୁମତିରେ କେହି ଦେଇପାରିବନି ବନ୍ଦ ଡାକରା

ଥିରୁଭାନନ୍ତମପୁରମ,୨୩।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍‌ଆଇଏ)ର ଚଢ଼ାଉକୁ ବିରୋଧ କରି ଶୁକ୍ରବାର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ପକ୍ଷରୁ କେରଳରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଇତିମଧ୍ୟରେ ଶୁକବ୍ରାର କେରଳ ହାଇକୋର୍ଟ ଏକ ପିଟିଶନ୍‌ ବିଚାର କରି ପିଏଫ୍‌ଆଇର ଏହି…

ନୀତୀଶଙ୍କ ବିରୋଧରେ ବର୍ଷିବେ ଶାହା, ଭାଜପା ରାଲିରେ ଜେଡିୟୁ କର୍ମୀଙ୍କୁ ନିମନ୍ତ୍ରଣ

ପାଟନା,୨୩ ।୯: ବିହାରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମେଣ୍ଟ ଭାଙ୍ଗିବା ପରେ ପ୍ରଥମଥର ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିହାର ଗସ୍ତ କରୁଛନ୍ତି । ସେଠେରେ ସେ ପୂର୍ଣ୍ଣିୟାରେ ହେବାକୁ ଥିବା ଏକ ରାଲିକୁ ସମ୍ବାଧନ…

ହିଜାବ ପିନ୍ଧିବାକୁ ମନାକଲେ ମହିଳା ନ୍ୟୁଜ ଆଙ୍କର, ଆମେରିକାରେ ହୋଇପାରିଲାନି ଇରାନ ରାଷ୍ଟ୍ରପତିଙ୍କ ସାକ୍ଷାତ୍‌କାର କାର୍ଯ୍ୟକ୍ରମ

ନ୍ୟୁୟର୍କ,୨୩ ।୯: ଇରାନରେ ହିଜାବ ପିନ୍ଧିବାକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଆମେରିକାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ଇରାନ ରାଷ୍ଟ୍ରପତିଙ୍କ ଇଣ୍ଟରଭ୍ୟୁ ନେବାକୁ ଆମେରିକାର ଜଣେ ମହିଳା ନ୍ୟୁଜ ଆଙ୍କର ସମସ୍ତ ପ୍ରସ୍ତୁତି…

ମୁକୁଳିଲେ ୩୦୦ ଯୁଦ୍ଧବନ୍ଦୀ

କିଭ୍‌/ମସ୍କୋ, ୨୩ା୯: ୟୁକ୍ରେନ୍‌ରେ ବଡ଼ ଧରଣର ଆକ୍ରମଣ ପାଇଁ ରୁଷିଆ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଉଭୟ ଦେଶ ଅପ୍ରତ୍ୟାଶିତ ଭାବେ ଦୁଇପଟୁ ୩୦୦ ଯୁଦ୍ଧ ବନ୍ଦୀଙ୍କୁ ମୁକୁଳାଇଛନ୍ତି। ଫେବୃୟାରୀ ୨୪ରେ ମସ୍କୋର କିଭ ଆକ୍ରମଣ ପରଠାରୁ ଏହା ବଡ଼ଧରଣର ଅଦଳବଦଳ। ସେମାନଙ୍କ…

୧୧ ରାଜ୍ୟରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୨୩।୯(ପି.ଟି.): ଆତଙ୍କବାଦୀଙ୍କୁ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗୁରୁବାର ୧୧ ରାଜ୍ୟରେ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ୧୦୬ ଜଣ କର୍ମୀଙ୍କୁ ଗିରଫ କରାଯାଇଛି।…

ଟଙ୍କା ଟଳମଳ, ଡଲାର ସବଳ

ଓ୍ବାଶିଂଟନ/ମୁମ୍ବାଇ,୨୩ା୯: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଟଙ୍କା ଦିନକୁ ଦିନ ତଳକୁ ଖସିବାରେ ଲାଗିଥିବାରୁ ଭାରତର ଅର୍ଥନୀତିକୁ ଶକ୍ତ ଝଟ୍‌କା ଲାଗିଛି। ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଡଲାରରେ…

୭୦ ହଜାର ହେକ୍ଟର ଜମିକୁ ଜଳସେଚନ

ଭୁବନେଶ୍ୱର,୨୩ା୯(ବ୍ୟୁରୋ): ଚାଷ ଜମିକୁ ଜଳସେଚନ ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜଳାଶୟରୁ ୪୦ଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ୧୧ ଜିଲାର ପ୍ରାୟ ୭୦ ହଜାର ହେକ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri