Advertisement

ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ: ୪ ମେଡିକାଲ କଲେଜ ଅଫିସର ଭାବେ ମହିଳା ଓଏଏସ୍‌ଙ୍କୁ ନିଯୁକ୍ତି

ଭୁବନେଶ୍ବର,୧୮ା୧୦(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ବରିଷ୍ଠ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୪ଟି ସରକାରୀ ମେଡିକାଲ କଲେଜର ପ୍ରଶାସନିକ ଅଫିସର ଭାବେ ୪ ଜଣ ମହିଳା ଓଏଏସ୍‌ ଅଫିସରଙ୍କୁ ନିଯୁକ୍ତି ମିଳିଛି।

ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍କୁଲ ଓ ଗଣଶିକ୍ଷା ବିଭାଗର ୨ଜଣ ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍‌ ଅଫିସର ଧରମ ହାଁସଦା ଓ ବରିଷ୍ଠ ଓଏଏସ୍‌ ଅଫିସର ସମ୍ବିତ କୁମାର ନାୟକଙ୍କୁ ଯଥାକ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ରୀତା ଡାଙ୍ଗଙ୍କୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ, କିଶନନଗର ତହସିଲଦାର ଇନ୍ଦିରା ସାହୁଙ୍କୁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର, ସମ୍ବଲପୁର ଡେପୁଟି କଲେକ୍ଟର ଜୟଶ୍ରୀ ପାଢ଼ୀଙ୍କୁ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ଦାୟିତ୍ୱ ମିଳିଛି। ସେହିପରି ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକଙ୍କର କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ବଦଳି ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଆଶୁତୋଷ ସାମଲଙ୍କୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସଜ୍ଜିତ ପଟୁଆରରେ ବାହାରିଲେ ଶଙ୍କର

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟାରେ ବାହାଘର ଉତ୍ସବକୁ ଅତିଥିମାନେ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପରେ ମଙ୍ଗଳନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ମାଙ୍କଡ଼ଙ୍କ ପାଇଁ ଝୁଲନ୍ତା ଚଲାପଥ

କେନ୍ଦୁଝର,୨୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ଜୁଡିଆ, କାଞ୍ଜିପାଣି ଘାଟିରେ ମାଙ୍କଡ଼ମାନେ ଖାଦ୍ୟ ପାଇଁ ବୁଲୁଥିବା ବେଳେ ଅସୁରକ୍ଷିତ ଭାବେ ଗୋଟିଏ ପାର୍ଶ୍ୱ ଜଙ୍ଗଲରୁ ଅନ୍ୟ ପାର୍ଶ୍ୱକୁ ଜାତୀୟ...

ବିଧାନସଭାରେ ଖୋଲିଲା ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିିବା ପାଇଁ ଲକ୍‌ଡାଉନ ଜାରି ରହିଛି। ଓଡ଼ିଆ ଶ୍ରମିକ, କର୍ମଚାରୀ ଏବଂ ଛାତ୍ରୀଛାତ୍ରମାନେ ଭାରତର ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନେ...

କଥାରେ ଆଦିବାସୀ ଅଂଚଲର ବିକାଶ: ମଉଲିକ୍‌ ସୁବିଧାରୁ ବଁଚିତ୍‌ କୋଲପଡ଼ାବାସୀ

  ଲାଠୋର, ୧।୨ (ଡି.ଏନ୍‌.ଏ.)- ସରକାର ଆଦିବାସୀ ଅଧୁଷିତ ଅଂଚଲର ବିକାଶ ଲାଗି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌।...

ମଜୁରି ପୈଠ, ଇପିଏଫ୍‌ ଉପରେ ନଜର ରଖିବ ‘ଇ-ମଷ୍ଟରରୋଲ’

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଚାଳନାରେ ସ୍ବଚ୍ଛତା ସହ ଇପିଏଫ୍‌ ଓ ଇଏସଆଇ ଆଦି ପୈଠ ଉପରେ ନଜର ରଖିବାକୁ ରାଜ୍ୟ ସରକାର...

ରାଜଧାନୀରେ ୭୦ହଜାର ମୁହାଁ ସଂକ୍ରମଣ

ଭୁବନେଶ୍ୱର, ୨୪।୫ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଜଟିଳ ଲାଗିଛି। ଉଭୟ ସଂକ୍ରମଣ ଓ ମୃତ୍ୟୁ ବଢ଼ି ଚାଲିଛି। ଦୈନିକ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ...

ଅପରାହ୍ନ ୪ରେ ରଥଟଣା

ପୁରୀ ଅଫିସ,୨୫ା୬: ରଥଯାତ୍ରାଠାରୁ ଆରମ୍ଭକରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିନିର୍ଘଣ୍ଟ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ରଥଯାତ୍ରା ଦିନ ମଙ୍ଗଳଆଳତି ସକାଳ ୬ଟା,...

ଏବେ ସୁଦ୍ଧା ୨୬୪ ଜୋନ୍‌ରେ ବିଜେଡି ଆଗୁଆ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶନିବାର ଭୋଟ ଗଣତି ଜାରି ରହିଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ବିଜେଡି ସମସ୍ତଙ୍କୁ ପଛରେ ପକାଇ ଆଗରେ ଚାଲିଛି। ୩୧୫...

Advertisement
Archives

Model This Week