Posted inଜାତୀୟ

ଭାରତ ପହଞ୍ଚିଲେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ, ମୋଦିଙ୍କୁ କରିବେ ସାକ୍ଷାତ୍‌

ନୂଆଦିଲ୍ଲୀ,୧୯ ।୧୦: ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପହଞ୍ଚିଛନ୍ତି । ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ତାଙ୍କୁ ସ୍ୱାଗତ କରିଛନ୍ତି । ଏହା ଗୁଟେରସଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଭାରତ ଯାତ୍ରା । ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ଯାତ୍ରା ସମ୍ପର୍କରେ ସୂଚନା ଦେଇ କହିଛି ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଗୁଟେରସ ୧୮-୨୦ ଅକ୍ଟୋବର ପର୍ଯ୍ୟନ୍ତ ଭାରତ ଯାତ୍ରାରେ ରହିବେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସାକ୍ଷାତ୍ କରିବେ ।
ଭାରତ ଯାତ୍ରାର ପ୍ରଥମ ଦିନରେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ ମୁମ୍ବାଇର ତାଜମହଲ ପ୍ୟାଲେସ ହୋଟେଲରେ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ଏହାସହ ସେ ଆଇଆଇଟି ମୁମ୍ବାଇରେ ’୭୫ ବର୍ଷର ଭାରତ: ମିଳିତ ଜାତିସଂଘ-ଭାରତ ସହଭାଗୀତା: ଦକ୍ଷିଣ-ଦକ୍ଷିଣ ସହଯୋଗକୁ ମଜଭୁତ କରିବା’ ପ୍ରସଙ୍ଗରେ ଏକ ଅଭିଭାଷଣ ପ୍ରଦାନ କରିବେ ।
ବୈଦେଶିକ ମନ୍ତଣାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ଆଣ୍ଟୋନିୟୋ ଗୁଟେରସ ତାଙ୍କ ଭାରତ ଯାତ୍ରା କ୍ରମରେ ୨୦ ଅକ୍ଟୋବରକୁ ଗୁଜରାଟ ଗସ୍ତରେ ଯିବେ । ସେଠାରେ ସେ କେବଡିୟାରେ ଏକତା ନଗରରେ ମିଶନ ଲାଇଫ ପୁସ୍ତିକା, ଲୋଗୋ ଓ ଏହାର ଟ୍ୟାଗ ଲାଇନ ଲଞ୍ଚ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିବି ତାଙ୍କ ସହ ରହିବେ । ବୈଦେଶିକ ମନ୍ତ୍ରଣାଳୟ ଏହା ବି କହିଛି ଏହା ବ୍ୟତୀତ ସେ ଷ୍ଟାଚ୍ୟୁ ଅଫ ୟୁନିଟିରେ ପହଞ୍ଚି ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇପାରନ୍ତି । ସେଠାରୁ ସେ ମୋଦେରା ଗସ୍ତ କରିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

ନେପାଳରେ ଭୂକମ୍ପ, ମୋଦି କହିଲେ ସବୁ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ

କାଠମାଣ୍ଡୁ,୨୫ା୬: ଗୁରୁବାର ସକାଳେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ନେପାଳରେ ୨୫ କିଲୋମିଟର ଗଭୀରତାରେ ଆଜି ସକାଳ…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

ବଡ଼ ଭୂକମ୍ପରେ ଶ୍ମଶାନ ପାଲଟିଲା ଭେନେଜୁଏଲା! ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ମାତ୍ର ଗୋଟିଏ ମିନିଟ୍‌ ଭିତରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri