Posted inଜାତୀୟ

କଂଗ୍ରେସକୁ ଆଜି ମିଳିବ ନୂଆ ଅଧ୍ୟକ୍ଷ: ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରର ନେତା ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ,୧୯ ।୧୦: ଦେଶର ସବୁଠାରୁ ପୁରୁଣା ରାନୈତିକ ଦଳ କଂଗ୍ରେସକୁ ଆଜି ଅର୍ଥାତ୍ ବୁଧବାର ତା’ର ନୂଆ ଅଧ୍ୟକ୍ଷ ମିଳିବାକୁ ଯାଉଛି । ୨୪ ବର୍ଷ ପରେ ପ୍ରଥମଥର ଗାନ୍ଧୀ ପରିବାର ବାହାରୁ ଜଣେ ନେତାଙ୍କୁ ଏହି ଅଧ୍ୟକ୍ଷ ପଦ ମିଳିବ । ଏହା ପୂର୍ବରୁ ସୀତାରାମ କେଶରି ଗାନ୍ଧୀ ପରିବାର ବାହାରୁ ଅଧ୍ୟକ୍ଷ ଥିଲେ । ଏଥର ଏହି ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖର୍ଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଛି । ଏଥିପାଇଁ ୯,୯୧୫ ମଧ୍ୟରୁ ୯,୫୦୦ରୁ ଅଧିକ ନିର୍ବାଚକ ମଣ୍ଡଳ ସଦସ୍ୟ ସୋମବାର ମତଦାନ କରିଛନ୍ତି । ଏହି ଭୋଟ ଗଣତି ବୁଧବାର ସକାଳ ୧୦ଟାରେ ଏଆଇସିସି ମୁଖ୍ୟାଳୟରେ ଆରମ୍ଭ ହେବ । ଏହାପରେ ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ । କଂଗ୍ରେସର ୧୩୭ ବର୍ଷର ଇତିହାସ ମଧ୍ୟରେ ଏଥର ୬ଷ୍ଠ ଥର ଲାଗି ନିର୍ବାଚନ ହୋଇଛି ।
ସାରା ଦେଶରେ ସ୍ଥାପିତ ହୋଇଥିବା ମୋଟ ୬୮ ମତଦାନ କେନ୍ଦ୍ରରୁ ସମସ୍ତ ସିଲବନ୍ଦ ଭୋଟବାକ୍ସକୁ ଦଳ ମୁଖ୍ୟାଳୟରେ ଥିବା ଷ୍ଟ୍ରଙ୍ଗ ରୁମରେ ପହଞ୍ଚାଇ ଦିଆଯାଇଛି । ସିଲବନ୍ଦ ଭୋଟବାକ୍ସକୁ ପ୍ରାର୍ଥଙ୍କ ଏଜେଣ୍ଟ ସାମ୍ନାରେ ଖୋଲାଯିବ ଓ ମତପତ୍ରକୁ ମିଳାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି କଲା ପୋଲିସ

ଜମ୍ମୁ,୧୩ା୬: ଜମ୍ମୁ-କଶ୍ମୀରରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସୁରକ୍ଷା ବଳ ପକ୍ଷରୁ ଗୁରୁବାର ତଲାସି ଅଭିଯାନକୁ ବ୍ୟାପକ କରାଯାଇଛି। ବିଭିନ୍ନ ଜିଲାର ଜଙ୍ଗଲ...

ଲୋକ ସଭା ସରୁ ସରୁ ଭାଜପା ଆକ୍ଟିଭ, ବିଧାନସଭା ନିର୍ବାଚନ ପାଇଁ ଜାରି କଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୧୩।୬: ଭାରତୀୟ ଜନତା ପାର୍ଟି (ଭାଜପା) ତିନୋଟି ରାଜ୍ୟରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ...

ଗୋଲ୍ଡ ସ୍କିମ୍‌ ଜାଲିଆତି: ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୩ା୬: ଗୋଲ୍ଡ ସ୍କିମ୍‌ରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ...

ନୀତୀଶ ସରକାରଙ୍କ ବଡ ନିଷ୍ପତ୍ତି, ଶିକ୍ଷା ବିଭାଗରୁ ହଟିଲେ କେକେ ପାଠକ

ପାଟନା,୧୩।୬: ଶେଷରେ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେ.କେ ପାଠକ ଶିକ୍ଷା ବିଭାଗ ଛାଡି ରାଜସ୍ବ ଏବଂ ଜମି ସଂସ୍କାର ବିଭାଗର ଅତିରିକ୍ତ...

ଜଙ୍ଗଲ ନିଆଁରେ ଜଳିଗଲେ ୪ ବନ ବିଭାଗ କର୍ମଚାରୀ

ଅଲମୋଡା,୧୩।୬: ଜଙ୍ଗଲରେ ନିଆଁ ଲାଗିବା ଘଟଣା ଆଲମୋରା ଜଲାରେ କମ୍‌ ହେବାର କୌଣସି ଲକ୍ଷଣ ଦେଖାଉ ନାହିଁ। ଗୁରୁବାର ଜିଲାରେ ଅବସ୍ଥିତ ବିନସର ଅଭୟାରଣ୍ୟର ଜଙ୍ଗଲରେ...

ଇଟାଲୀ ପହଞ୍ଚିବା ପରେ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିବେ ମୋଦି

ନୂଆଦିଲ୍ଲୀ,୧୩।୬: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀର ଶିଖର ସମ୍ମିଳନୀ ଇଟାଲୀର ଆପୁଲିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ...

ରାହୁଲ ଗାନ୍ଧୀ ରାଏବରେଲି ଛାଡିବେ ନା ଓ୍ବାୟନାଡ ହେଲା କନଫର୍ମ

ନୂଆଦିଲ୍ଲୀ,୧୩।୬: ଉତ୍ତର ପ୍ରଦେଶର ରାଏବରେଲି କିମ୍ବା କେରଳର ୱାୟନାଡ ଲୋକ ସଭା ଆସନ ଛାଡିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱନ୍ଦ୍ୱ ପରେ ଦଳ...

ଲୋକ ସଭା ସ୍ପିକରଙ୍କୁ ନେଇ ସସପେନ୍ସ ଶେଷ

ନୂଆଦିଲ୍ଲୀ,୧୩।୬: ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ରବିବାର (୯ଜୁନ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri