Posted inଜାତୀୟ

୫୦ ହଜାରରୁ ଅଧିକ ଭୋଟରେ ହାରିଥାନ୍ତା ଭାଜପା, କହିଲେ ସଞ୍ଜୟ…

ମୁମ୍ବାଇ,୧୮।୧୦ : ମୁମ୍ବାଇର ଅନ୍ଧେରୀ ଇଷ୍ଟ ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ବୃଦ୍ଧି ପାଇବାରେ ଲାଗିଛି। ଭାଜପା ଏଠାରେ ମୁର୍ଜି ପଟେଲଙ୍କୁ ପ୍ରାର୍ଥୀ କରିଥିଲା। ସେ ଜଣେ ଗୁଜୁରାଟୀ। ତାଙ୍କ ବିରୋଧରେ ଉଦ୍ଧବ ବାଲାସାହେବ ଠାକରେ ଦଳ ପକ୍ଷରୁ ପୂର୍ବତନ ଶିବସେନା ବିଧାୟକ ରମେଶ ଲଟକେଙ୍କ ସ୍ତ୍ରୀ ଋତୁଜା ଲଟକେଙ୍କୁ ପ୍ରାର୍ଥୀ କରାଯାଇଛି।

ତେବେ ଭାଜପା ଏବେ ମୁର୍ଜିଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛି। ଏନେଇ ଭାଜପାକୁ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ନେତା ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। କୋର୍ଟରେ ହାଜର ହେବାବେଳେ ସଞ୍ଜୟ କହିଛନ୍ତି ଅନ୍ଧେରୀ ଇଷ୍ଟ ବିଧାନସଭା ଆସନରେ ଭାଜପା ପ୍ରାୟ ପଚାଶ ହଜାରରୁ ଅଧିକ ଭୋଟରେ ହାରୁଥିବାର ଜଣାପଡ଼ିଥିଲା। ଭାଜପାର ନିଜସ୍ବ ଆଭ୍ୟନ୍ତରୀଣ ସର୍ଭେରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ବୋଲି ସେ କହିଛନ୍ତି। ପରାଜୟକୁ ଭୟ କରି ଭାଜପା ଏହାର ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଛି।

ଏହି ସମଗ୍ର ରାଜନୈତିକ ସ୍ଥିତି ଉପରେ ବରିଷ୍ଠ ଖବର ଦାତା ଚନ୍ଦ୍ରଶେ ୱାଡୱାଲକର କହିଛନ୍ତି ଯେ ନିକଟ ଅତୀତରେ ମହାରାଷ୍ଟ୍ରରେ ଯେଉଁ ପ୍ରକାରର ବଡ ରାଜନୈତିକ ବିବାଦ ଜାରି ରହିଛି ସେଥିରୁ କିଛି ନିର୍ଭୁଲ ଭାବେ ଅନୁମାନ କରି ହେଉନାହିଁ। ଏପର୍ଯ୍ୟନ୍ତ କୁହାଯାଇପାରିବ ନାହିଁ ଯେ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଥିବା ମେଣ୍ଟକୁ ରାଜ୍ୟର ଜନସାଧାରଣ କେତେ ପସନ୍ଦ କରିବେ। ସେ କହିଛନ୍ତି ଯେ ଯେତେବେଳେ ବହୁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ଆସିବ ସେତେବେଳେ ହୁଏତଭାଜପା ଏବଂ ଶିନ୍ଦେଙ୍କ ମିଳିତ ସରକାର ସର୍ବସାଧାରଣଙ୍କ ନିକଟରେ ଗ୍ରହଣୀୟ ହୋଇପାରିବେ। ଭାଜପାର ନେତା ତଥା ଶିନ୍ଦେଙ୍କ ଶିବସେନା ନେତାମାନେ ଏହାକୁ ଭଲଭାବେ ବୁଝିଛନ୍ତି। ବୋଧହୁଏ ଏହା ହେଉଛି ମୁଖ୍ୟ କାରଣ ଯେଉଁଥି ପାଇଁ ସେମାନେ କମ କାର୍ଯ୍ୟକାଳ ଥିବା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri