Posted inଜାତୀୟ

୫୦ ହଜାରରୁ ଅଧିକ ଭୋଟରେ ହାରିଥାନ୍ତା ଭାଜପା, କହିଲେ ସଞ୍ଜୟ…

ମୁମ୍ବାଇ,୧୮।୧୦ : ମୁମ୍ବାଇର ଅନ୍ଧେରୀ ଇଷ୍ଟ ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ବୃଦ୍ଧି ପାଇବାରେ ଲାଗିଛି। ଭାଜପା ଏଠାରେ ମୁର୍ଜି ପଟେଲଙ୍କୁ ପ୍ରାର୍ଥୀ କରିଥିଲା। ସେ ଜଣେ ଗୁଜୁରାଟୀ। ତାଙ୍କ ବିରୋଧରେ ଉଦ୍ଧବ ବାଲାସାହେବ ଠାକରେ ଦଳ ପକ୍ଷରୁ ପୂର୍ବତନ ଶିବସେନା ବିଧାୟକ ରମେଶ ଲଟକେଙ୍କ ସ୍ତ୍ରୀ ଋତୁଜା ଲଟକେଙ୍କୁ ପ୍ରାର୍ଥୀ କରାଯାଇଛି।

ତେବେ ଭାଜପା ଏବେ ମୁର୍ଜିଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛି। ଏନେଇ ଭାଜପାକୁ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ନେତା ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। କୋର୍ଟରେ ହାଜର ହେବାବେଳେ ସଞ୍ଜୟ କହିଛନ୍ତି ଅନ୍ଧେରୀ ଇଷ୍ଟ ବିଧାନସଭା ଆସନରେ ଭାଜପା ପ୍ରାୟ ପଚାଶ ହଜାରରୁ ଅଧିକ ଭୋଟରେ ହାରୁଥିବାର ଜଣାପଡ଼ିଥିଲା। ଭାଜପାର ନିଜସ୍ବ ଆଭ୍ୟନ୍ତରୀଣ ସର୍ଭେରେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ବୋଲି ସେ କହିଛନ୍ତି। ପରାଜୟକୁ ଭୟ କରି ଭାଜପା ଏହାର ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଛି।

ଏହି ସମଗ୍ର ରାଜନୈତିକ ସ୍ଥିତି ଉପରେ ବରିଷ୍ଠ ଖବର ଦାତା ଚନ୍ଦ୍ରଶେ ୱାଡୱାଲକର କହିଛନ୍ତି ଯେ ନିକଟ ଅତୀତରେ ମହାରାଷ୍ଟ୍ରରେ ଯେଉଁ ପ୍ରକାରର ବଡ ରାଜନୈତିକ ବିବାଦ ଜାରି ରହିଛି ସେଥିରୁ କିଛି ନିର୍ଭୁଲ ଭାବେ ଅନୁମାନ କରି ହେଉନାହିଁ। ଏପର୍ଯ୍ୟନ୍ତ କୁହାଯାଇପାରିବ ନାହିଁ ଯେ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଥିବା ମେଣ୍ଟକୁ ରାଜ୍ୟର ଜନସାଧାରଣ କେତେ ପସନ୍ଦ କରିବେ। ସେ କହିଛନ୍ତି ଯେ ଯେତେବେଳେ ବହୁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ଆସିବ ସେତେବେଳେ ହୁଏତଭାଜପା ଏବଂ ଶିନ୍ଦେଙ୍କ ମିଳିତ ସରକାର ସର୍ବସାଧାରଣଙ୍କ ନିକଟରେ ଗ୍ରହଣୀୟ ହୋଇପାରିବେ। ଭାଜପାର ନେତା ତଥା ଶିନ୍ଦେଙ୍କ ଶିବସେନା ନେତାମାନେ ଏହାକୁ ଭଲଭାବେ ବୁଝିଛନ୍ତି। ବୋଧହୁଏ ଏହା ହେଉଛି ମୁଖ୍ୟ କାରଣ ଯେଉଁଥି ପାଇଁ ସେମାନେ କମ କାର୍ଯ୍ୟକାଳ ଥିବା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri