ବେକାରଙ୍କୁ ନିଯୁକ୍ତି ଦେଇପାରୁ ନଥିବା ଭାଜପା ସରକାର ୫ ମିନିଟର ବିଜ୍ଞାପନ ଫିଲ୍ମରେ ଖର୍ଚ୍ଚ କରିଛନ୍ତି ୪.୫ କୋଟିରୁ ଅଧିକ ଟଙ୍କା…
ବେଙ୍ଗାଲୁରୁ,୨୪।୧୦ : କର୍ନାଟକରେ ଶାସକ ଭାଜପା ଏକ ୫ ମିନିଟର ବିଜ୍ଞାପନ ଫିଲ୍ମ ପାଇଁ ୪.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଏହି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ…
ସକ୍ରିୟ ମାମଲା ୨୪ ହଜାର ତଳେ…
ନୂଆଦିଲ୍ଲୀ, ୨୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୫ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ…
ଶିନ୍ଦେଙ୍କୁ ଝଟ୍କା ଦେଇପାରନ୍ତି ଫଡନଭୀସ, ଭାଜପାରେ ୨୨ ଶିବସେନା ବିଧାୟକ ସାମିଲ ହେବା ନେଇ ଚର୍ଚ୍ଚା…
ମୁମ୍ବାଇ,୨୪।୧୦ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମୁଖପତ୍ର ସାମନାରେ ଦାବି କରିଛି ଯେ ୪୦ ବିଦ୍ରୋହୀ ଶିବସେନା ବିଧାୟକଙ୍କ ମଧ୍ୟରୁ ୨୨ ଜଣ ଖୁବ ଶୀଘ୍ର ଭାଜପାରେ ଯୋଗଦେବେ। ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ…
୯ କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ: ରାଜ୍ୟପାଳଙ୍କୁ ଟାର୍ଗେଟ କଲେ ଶିକ୍ଷାମନ୍ତ୍ରୀ…
ଥିରୁଭାନନ୍ତପୁରମ୍,୨୪।୧୦ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ନଅ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆହୁରି ତୀବ୍ର ହୋଇଛି। ଶାସକ ବାମପନ୍ଥୀ ଗଣତାନ୍ତ୍ରିକ ଫ୍ରଣ୍ଟ(ଏଲଡିଏଫ୍) ଏହାକୁ ବିରୋଧ କରିଛି। ଏହାକୁ ନେଇ…
ସୁନକଙ୍କୁ ୧୪୨ ସାଂସଦଙ୍କ ସମର୍ଥନ…
ଲଣ୍ଡନ,୨୪।୧୦ : ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ସୋମବାର ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏପର୍ଯ୍ୟନ୍ତ ତାଙ୍କ ପ୍ରତି ୧୪୨ ଜଣ ସାଂସଦଙ୍କ ସମର୍ଥନ ଥିବା ଦାବି କରିଥିବା ସୁନକ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ…
ଏଲଏସିରେ ଶୀଘ୍ର ସୁଧୁରିବନି ସ୍ଥିତି: ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ…
ନୂଆଦିଲ୍ଲୀ,୨୪।୧୦ : ରାଷ୍ଟ୍ରପତି ଶି ଜିନପିଙ୍ଗ ଲଗାତାର ତୃତୀୟ ଥର ପାଇଁ ଚାଇନାରେ କ୍ଷମତା ହାସଲ କରିଛନ୍ତି। ଏହାଦ୍ୱାରା ଭାରତ-ଚାଇନା ସମ୍ପର୍କରେ ତିକ୍ତତା ପୁଣି ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଜିନପିଙ୍ଗଙ୍କର ଅଭିଳାଷ ହେଉଛି ଦୁଇଦେଶର ସମ୍ପର୍କକୁ…
ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୪।୧୦: ଦୀପାବଳି ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଟୁଇଟ କରି କହିଛନ୍ତି ଯେ ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା! ଆଲୋକ ଏବଂ ଆନନ୍ଦର ଏହି ପବିତ୍ର ପର୍ବରେ,…
୧୫ ଘଣ୍ଟାରେ ୧୫୦ କୋଟିର କାରବାର
ଭୁବନେଶ୍ୱର,୨୪।୧୦: ଗତ ୨ବର୍ଷ ପରେ ଚଳିତ ବର୍ଷ ଧନତେରସର ଉତ୍ସାହ ଏକ ପ୍ରକାର ପରିବେଶ ଓ ପରିସ୍ଥିତି ସବୁ ଦୃଷ୍ଟିକୋଣରୁ ଭଲ ରହିଛି, ଯାହାର ପ୍ରଭାବ ଅଳଙ୍କାର ବ୍ୟବସାୟ ଉପରେ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ବର୍ଷର ଧନତେରସ ପାଇଁ ଉଭୟ…
ଘୃଣା ପ୍ରସାର କରୁଛନ୍ତି ଭାଜପା-ଆର୍ଏସ୍ଏସ୍: ରାହୁଲ
ନୂଆଦିଲ୍ଲୀ,୨୪।୧୦ : ଏକତା ଓ ଭ୍ରାତୃଭାବ ବଢ଼ାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ରବିବାର ସକାଳେ ହାଇଦ୍ରାବାଦରେ ପ୍ରବେଶ କରିଛି। ଭାଜପା ଏବଂ ଆର୍ଏସ୍ଏସ୍ ଦେଶରେ ଘୃଣାର ପ୍ରସାର କରୁଥିବା ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…
ପାର୍ଟି କର୍ମକର୍ତ୍ତାରୁ ସର୍ବାଧିକ କ୍ଷମତାଶାଳୀ
ବେଜିଂ,୨୪ା୧୦: ୧୯୫୩ ଜୁନ୍ ୧୫ରେ ବେଜିଂରେ ଜନ୍ମିତ ଶି ଜିନ୍ପିଙ୍ଗ୍ ହେଉଛନ୍ତି କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ତଥା ୧୯୪୯ରେ କମ୍ୟୁନିଷ୍ଟ ପାର୍ଟିକୁ ଶାସନକୁ ଆଣିଥିବା ଗୃହଯୁଦ୍ଧବେଳର ଗେରିଲା କମାଣ୍ଡର ଶି ଜୋଙ୍ଗ୍ଶୁନ୍ଙ୍କ ପୁଅ। ୧୯୬୯-୧୯୭୫: ଚାଇନାରେ ସାଂସ୍କୃତିକ ବିପ୍ଳବ ସମୟରେ…
ଋଷି ବନାମ କିଏ
ଲଣ୍ଡନ,୨୪ା୧୦: କଞ୍ଜରଭେଟିଭ୍ ପାର୍ଟି ଏମ୍ପି ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ରବିବାର ଦ୍ୱିତୀୟ ଥର ପାଇଁ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ବ୍ରିଟେନ ଏକ ମହାନ୍ ଦେଶ କିନ୍ତୁ ଆମେ ଏକ ବୃହତ୍ ଆର୍ଥିକ…
ପ୍ରଧାନମନ୍ତ୍ରୀ ରେସ୍ରୁ ନିଜ ଦୂରେଇ ରଖିଲେ ଜନସନ, ସୁନକ ବିଜୟର ନିକଟତର
ଲଣ୍ଡନ,୨୩।୧୦: ବ୍ରିଟେନରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବାର ରାସ୍ତା ପ୍ରାୟ ସ୍ପଷ୍ଟ ହେବାରେ ଲାଗିଛି। ବ୍ରିଟେନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦବୀରୁ ନିଜକୁ ଦୂରେଇ ରଖିଛନ୍ତି। ତାଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ଭାରତୀୟ…

