୧୫ ଘଣ୍ଟାରେ ୧୫୦ କୋଟିର କାରବାର

ଭୁବନେଶ୍ୱର,୨୪।୧୦: ଗତ ୨ବର୍ଷ ପରେ ଚଳିତ ବର୍ଷ ଧନତେରସର ଉତ୍ସାହ ଏକ ପ୍ରକାର ପରିବେଶ ଓ ପରିସ୍ଥିତି ସବୁ ଦୃଷ୍ଟିକୋଣରୁ ଭଲ ରହିଛି, ଯାହାର ପ୍ରଭାବ ଅଳଙ୍କାର ବ୍ୟବସାୟ ଉପରେ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ବର୍ଷର ଧନତେରସ ପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ରହିଛି। ବିଶେଷକରି ଓଡ଼ିଶା ସୁନା ବଜାର ଗତ ତିନି ଦିନ ହେବ ଚଳଚଞ୍ଚଳ ହୋଇଉଠିଛି। ଆଜି (ରବିବାର) ରାଜଧାନୀ ଭୁବନେଶ୍ବରରୁ ନେଇ ରାଉରକେଲା ଏବଂ ବ୍ରହ୍ମପୁରରୁ ବାଲେଶ୍ବର ଏବଂ କଟକରୁ କୋରାପୁଟ ପର୍ଯ୍ୟନ୍ତ ସବୁବର୍ଗର ଅଳଙ୍କାର ପ୍ରତିଷ୍ଠାନ ପ୍ରାୟ ସକାଳ ୮ ଘଟିକାରୁ ରାତି ୧୧ ଘଟିକା ପର୍ଯ୍ୟନ୍ତ କାରବାର ଜମି ଥିଲା ବୋଲି ବିଭିନ୍ନ ସ୍ଥାନରେ ଥିବା ଭିନ୍ନ ଭିନ୍ନ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।

ଏପରିକି ଏହି ୧୫ ଘଣ୍ଟା ମଧ୍ୟରେ ଉଭୟ ଭୁବନେଶ୍ୱର ଏବଂ ରାଜ୍ୟର ସମସ୍ତ ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଓ ୩୦ ଜିଲାର ଜଣାଶୁଣା ସୁନା ଦୋକାନଗୁଡ଼ିକ ୧୫୦ କୋଟିରୁ ଅଧିକ ଟଙ୍କାର ଅଳଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି। ସେହିଭଳି ଧନତେରସ ପାଇଁ ଗତ ୩ ଦିନ ହେବ ସାରା ରାଜ୍ୟରେ କାରବାର ଜାରି ରହିଛି। ବିଶେଷକରି ଲୋକମାନେ ଉଭୟ କୋଭିଡ ଓ ୨ ଦିନିଆ ଧନତେରସ ପାଇଁ କିଛି ଲୋକ ଶୁକ୍ରବାରଠାରୁ କିଣାକିଣି ମଧ୍ୟ କରି ସାରିଛନ୍ତି। ଯେଉଁମାନେ ଶନିବାର ଧନତେରସ ବୋଲି ଭାବିଛନ୍ତି ସେମାନେ ଉଭୟ ଶୁକ୍ରବାର ଓ ଶନିବାର କିଣାକିଣି କରିଛନ୍ତି। ହେଲେ ଯେଉଁମାନେ ଧନତେରସ ରବିବାର ପଡୁଛି ବୋଲି ଜାଣିଥିଲେ ସେମାନେ ମଧ୍ୟ ଉଭୟ ଶନିବାର ଓ ରବିବାର କିଣାକିଣି କରିଛନ୍ତି। ଏପରିକି ଗତ ୩ଦିନ ମଧ୍ୟରେ ସାରା ରାଜ୍ୟରେ ୩୦୦ କୋଟିରୁ ଅଧିକ ଟଙ୍କାର ସୁନା,ରୁପା ଓ ହୀରା ଏବଂ ଅନ୍ୟ ମୂଲ୍ୟବାନ ଧାତୁ କିଣିଥିବା ରାଜ୍ୟର ପ୍ରମୁଖ ସୁନା ବ୍ୟବସାୟୀମାନେ ମତବ୍ୟକ୍ତ କରିଛନ୍ତି।

ସେହିପରି ଗତ ଦୁଇ ବର୍ଷ ହେଲା ବ୍ୟବସାୟ ଏକ ପ୍ରକାର ବନ୍ଦ ଓ ମାନ୍ଦା ରହିଥିଲା। ଚଳିତ ବର୍ଷ ସୁନା ମୂଲ୍ୟ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ବହୁତ କମ୍‌ ରହିଛି, ତା’ ସାଙ୍ଗକୁ ସଂକ୍ରମଣ ମଧ୍ୟ ତଳମୁହଁା ରହିଥିବାରୁ ସୁନା ବ୍ୟବସାୟୀମାନେ ସୁନ୍ଦର ସୁନ୍ଦର ଡିଜାଇନ ସାଙ୍ଗଙ୍କୁ ସବୁ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ମଧ୍ୟ ଆକର୍ଷଣୀୟ ଅଫର ଓ ଉପହାରର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଅପରପକ୍ଷରେ ଧନତେରସ ଓ ଆଗାମୀ ବିବାହ ଋତୁ ପାଇଁ ନୂତନ ଉତ୍ପାଦର ଉନ୍ମୋଚନ ଏବଂ ଆକର୍ଷଣୀୟ ସାଜସଜ୍ଜା ମଧ୍ୟ ଗ୍ରାହକଙ୍କୁ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପ୍ରତି ଆକର୍ଷିତ କରୁଛି ବୋଲି ଲକ୍ଷ୍ୟ କରାଯାଇଛି। ବିଶେଷକରି ରବିବାରର ସକାଳ ଭିଡ଼ଠାରୁ ସନ୍ଧ୍ୟାର ଭିଡ଼ ୪ ଗୁଣା ବଢ଼ିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକ ସୂଚନା ଦେଇଛନ୍ତି।

ବିଗତ ୨ ବର୍ଷ ପରେ ଚଳିତ ବର୍ଷ ଏକ ସୁସ୍ଥ ବାତାବରଣରେ ଧନତେରସ ପାଳନ କରାଯାଇଛି। ଏପରିକି ଚଳିତ ବର୍ଷ ଉଭୟ ସୁନା ଦର ଓ ସଂକ୍ରମଣ ତଳମୁହଁା ରହିଥିବାରୁ ବ୍ୟବସାୟ ମଧ୍ୟ ୨୦୧୯-୨୦ ଅପେକ୍ଷା ୨୦% ରୁ ଅଧିକ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ବୁଲିୟନ ଓ ଜ୍ୱେଲର୍ସ ଆସୋସିଏଶନ (ଆଇବିଜେଏ) ପକ୍ଷରୁ ମତପ୍ରକାଶ ପାଇଛି। ଚଳିତ ବର୍ଷର ଧନତେରସ କାରବାର ୩୦୦ କୋଟିରୁ ଅଧିକ ହୋଇଥିବ ବୋଲି ଆଇବିଜେଏ ପକ୍ଷରୁ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?