Advertisement
Posted inଜାତୀୟ

ଶିନ୍ଦେଙ୍କୁ ଝଟ୍‌କା ଦେଇପାରନ୍ତି ଫଡନଭୀସ, ଭାଜପାରେ ୨୨ ଶିବସେନା ବିଧାୟକ ସାମିଲ ହେବା ନେଇ ଚର୍ଚ୍ଚା…

ମୁମ୍ବାଇ,୨୪।୧୦ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମୁଖପତ୍ର ସାମନାରେ ଦାବି କରିଛି ଯେ ୪୦ ବିଦ୍ରୋହୀ ଶିବସେନା ବିଧାୟକଙ୍କ ମଧ୍ୟରୁ ୨୨ ଜଣ ଖୁବ ଶୀଘ୍ର ଭାଜପାରେ ଯୋଗଦେବେ। ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏକ ଝଟ୍‌କା ଦେବାର ସମ୍ଭାବନା ଥିବା ସାମନାରେ କୁହାଯାଇଛି।

ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଭାଜପାର ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ଉଦ୍ଧବଙ୍କ ଶିବସେନା ଦାବି କରିଛି।

ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଯେକୌଣସି ସମୟରେ ହଟାଇ ଦିଆଯିବ।ସାମନାରେ କୁହାଯାଇଛି ମହାରାଷ୍ଟ୍ରର ଗ୍ରାମ ପଞ୍ଚାୟତ ଏବଂ ସରପଞ୍ଚ ନିର୍ବାଚନରେ ଶିନ୍ଦେଙ୍କ ଦଳର ସଫଳତା ମିଥ୍ୟା। ଭାଜପା ନିଜ ସ୍ବାର୍ଥ ପାଇଁ ଶିନ୍ଦେଙ୍କୁ ବ୍ୟବହାର କରିବ।

ମୁଖ୍ୟମନ୍ତ୍ରୀ ଭାବରେ ଶିନ୍ଦେଙ୍କର ରାଜ୍ୟ ପାଇଁ ଅବଦାନ ଦୃଶ୍ୟମାନ ନୁହେଁ। ଦେବେନ୍ଦ୍ର ଫଡନାଭୀସ ସବୁଆଡେ ଦେଖାଯାଉଛନ୍ତି। ଦିଲ୍ଲୀରେ ଶିନ୍ଦେଙ୍କର କୌଣସି ପ୍ରଭାବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲରେ ଆଡ୍‌ମିଶନ ସଂଖ୍ୟା କମ୍‌ ରହୁଛି

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀରେ କୋଭିଡ୍‌ର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଲାଗିଛି। ତେବେ ଡାକ୍ତରଖାନାର ଆଡ୍‌ମିଶନ କମ ରହିଥିବା ବେଳେ ୯୯% ଶଯ୍ୟା ଖାଲି ରହିଥିବା ଲୋକ...

ପାଠ ମନେ ରଖିବା ପାଇଁ ଛାତ୍ରୀଛାତ୍ରଙ୍କୁ ଇଞ୍ଜେକସନ ଦେଉଥିଲେ ଶିକ୍ଷକ

ନୂଆଦିଲ୍ଲୀ,୧୫।୨: ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକ ଛାତ୍ରୀଛାତ୍ରଙ୍କ ସ୍ମରଣଶକ୍ତି ବଢାଇବା ଇଞ୍ଜେକସନ ଦେଉଥିବାବେଳେ ଧରାପଡିଛନ୍ତି। ପୋଲିସ ଶିକ୍ଷକଙ୍କୁ...

ମନରେଗାର ଗୁରୁତ୍ୱ ଉପଲବ୍ଧି କରୁଛନ୍ତି ମୋଦି ସରକାର: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣ ସମୟରେ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ମନରେଗା ଦ୍ୱାରା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ପାଖରେ ସରକାରଙ୍କ ଆର୍ଥିକ ସହାୟତା...

କରୋନାକୁ ହରାଇଲା ୧ ମାସର ଶିଶୁ, ଭାବୁକ ହେଲେ ହସ୍ପିଟାଲ କର୍ମଚାରୀ

ନୂଆଦିଲ୍ଲୀ,୧୫ ।୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେବାରେ ଲାଗିଛି । ଏହି ସମୟରେ ସଂକ୍ରମଣ ତୁଳନାରେ ସୁସ୍ଥତା ହାର ବି ଭଲ...

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…

ଶ୍ରୀନଗର,୧।୧୨: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ବୁଧବାର ସକାଳେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ମୁଣ୍ଡଗଡ଼ିଛି। ରାଜପୁରା ଅଞ୍ଚଳରେ ଏହି...

ତିରୁପତି ମନ୍ଦିରର ମୋଟ ସମ୍ପତ୍ତିର ମୂଲ୍ୟ ଘୋଷଣା

ଚେନ୍ନାଇ,୬।୧୧: ପ୍ରସିଦ୍ଧ ତିରୁପତି ମନ୍ଦିରର ମୋଟ ସମ୍ପତ୍ତିର ମୂଲ୍ୟ ରବିବାର ଘୋଷଣା କରାଯାଇଛି। ମନ୍ଦିରର ମୋଟ ସମ୍ପତ୍ତିର ମୂଲ୍ୟ ୨.୫ ଲକ୍ଷ କୋଟିରୁ ଅଧିକ (ପ୍ରାୟ...

୨.୯ ନିୟୁତ ଡଲାର ପଠାଇଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୭ା୪(ଆଇଏଏନ୍‌ଏସ୍‌) : ମହାମାରୀ କରୋନା ବିରୋଧରେ ଭାରତର ଲଢ଼େଇକୁ ଜୋର୍‌ଦାର କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ୨.୯ ନିୟୁତ ଡଲାର ସହାୟତା...

ଭାଜପା ଫୋକସରେ ସୀମାନ୍ତବର୍ତ୍ତୀ ୪୬ ଆସନ

ନୂଆଦିଲ୍ଲୀ,୧୭।୧୦: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ କ୍ଷମତାରେ ଥିବା ଭାଜପା ଏଥର ତ୍ରିମୁଖୀ ଲଢ଼େଇର ସମ୍ମୁଖୀନ ହେବାକୁ...

Advertisement
Archives

Model This Week