ଋଷି ବନାମ କିଏ

ଲଣ୍ଡନ,୨୪ା୧୦: କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପି ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ରବିବାର ଦ୍ୱିତୀୟ ଥର ପାଇଁ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ବ୍ରିଟେନ ଏକ ମହାନ୍‌ ଦେଶ କିନ୍ତୁ ଆମେ ଏକ ବୃହତ୍‌ ଆର୍ଥିକ ସଙ୍କଟକୁ ସାମ୍ନା କରୁଛୁ। ମୁଁ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ଚାହେଁ। ଦଳକୁ ଏକାଠି କରି ଦେଶବାସୀଙ୍କ ସେବା କରିବାକୁ ଆଗ୍ରହୀ ବୋଲି ଋଷି ଟୁଇଟ୍‌ କରିଛନ୍ତି। ଏହି ଅବସରରେ ସେ କୋଭିଡ୍‌-୧୯ ମହାମାରୀ ଭଳି କଠିନ ସମୟରେ ଚାନ୍ସେଲର ଥିବାବେଳେ ଦେଶର ଅର୍ଥନୀତିକୁ କିପରି ପରିଚାଳନା କରିଥିଲେ ସେନେଇ ନିଜ ଟ୍ରାକ୍‌ ରେକର୍ଡ ସହ ଭିଜନ୍‌ ଷ୍ଟେଟ୍‌ମେଣ୍ଟ ଉପସ୍ଥାପନ କରିଛନ୍ତି। ଋଷିଙ୍କ ସପକ୍ଷରେ ଶାସକ ଦଳର ସର୍ବାଧିକ ଏମ୍‌ପି ଥିବାରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ପରାଜିତ କରି ପ୍ରଥମ ଭାରତୀୟ ବଂଶୋଦ୍ଭବ ରୂପେ ବ୍ରିଟେନକୁ ଶାସନ କରିପାରନ୍ତି ବୋଲି କୁହାଯାଉଛି। କିନ୍ତୁ ବୋରିସ୍‌ ଏଯାଏ ନିଜେ ପ୍ରାର୍ଥୀ ହେବା ସମ୍ପର୍କରେ ଘୋଷଣା କରିନାହାନ୍ତି। ହାଉସ୍‌ ଅଫ୍‌ କମନ୍ସର ୪୯ ବର୍ଷୀୟା ଲିଡର ପେନ୍ନି ମୋର୍ଡଣ୍ଟ ଏହି ଦୌଡ଼ରେ ସାମିଲ ହେବା ନେଇ ପ୍ରଥମେ ଘୋଷଣା କରିଥିଲେ ହେଁ ଏମ୍‌ପିଙ୍କ ସମର୍ଥନ ହାସଲ ଦୃଷ୍ଟିରୁ ସେ ତୃତୀୟ ସ୍ଥାନରେ ରହିଛନ୍ତି।
ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣମୂର୍ତ୍ତିଙ୍କ ୪୨ ବର୍ଷୀୟ ଜ୍ୱାଇଁ ଋଷି ସୁନକ ୧୨୮ ଏମ୍‌ପିଙ୍କ ସମର୍ଥନ ହାସଲ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି। କ୍ଷମତା ଭାଗବଣ୍ଟା ନେଇ ଋଷି ଓ ବୋରିସ୍‌ଙ୍କ ମଧ୍ୟରେ ଡିଲ୍‌ ପାଇଁ ଶନିବାର ଆଲୋଚନା ହୋଇଥିଲା। ଏନେଇ ଋଷିଙ୍କ ସମର୍ଥକ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଡୋମିନିକ୍‌ ରାବ କହିଛନ୍ତି, କଞ୍ଜରଭେଟିଭ୍‌ ପାର୍ଟିର ଏକତା ବଜାୟ ରଖିବା ସକାଶେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି। ଋଷିଙ୍କ ପ୍ରତି ସମର୍ଥନ ବଢ଼ିଚାଲିଥିବାରୁ ସେ ମଜଭୁତ ସ୍ଥିତିରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଜଣଙ୍କୁ ୧୦୦ ଏମ୍‌ପିଙ୍କ ସମର୍ଥନ ଲୋଡ଼ା। ସୋମବାର ସ୍ଥାନୀୟ ସମୟ ଅପରାହ୍ନ ୨ଟା ସୁଦ୍ଧା କଞ୍ଜରଭେଟିଭ୍‌ ପାର୍ଟିର ୧୦୦ ଏମ୍‌ପିଙ୍କ ସ୍ବାକ୍ଷର ସମ୍ବଳିତ ସମର୍ଥନପତ୍ର ସହ ଜଣେ ପ୍ରାର୍ଥୀ ନିଜ ନାମାଙ୍କନ ଦାଖଲ କରିପାରିବେ। ଯଦି କୌଣସି ପ୍ରାର୍ଥୀ ୧୫୬ରୁ ଊର୍ଦ୍ଧ୍ୱ ଏମ୍‌ପିଙ୍କ ସମର୍ଥନ ହାସଲ କରନ୍ତି ତେବେ ପ୍ରତିଦ୍ୱନ୍ଦ୍ୱିତା ସ୍ବତଃ ୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସୀମିତ ହୋଇଯିବ। କାରଣ ୬୫୦ ସଦସ୍ୟ ବିଶିଷ୍ଟ ହାଉସ୍‌ ଅଫ୍‌ କମନ୍ସରେ କଞ୍ଜରଭେଟିଭ୍‌ ପାର୍ଟିର ମୋଟ ଏମ୍‌ପିଙ୍କ ସଂଖ୍ୟା ହେଉଛି ୩୫୭। କିନ୍ତୁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଲେ ସୋମବାର ଏମ୍‌ପିମାନେ ବାଲଟ ଜରିଆରେ ଚୂଡ଼ାନ୍ତ ଦୁଇ ପ୍ରାର୍ଥୀଙ୍କୁ ବାଛିବେ। ଏପରି ହେଲେ ଆସନ୍ତା ଶୁକ୍ରବାର ସୁଦ୍ଧା ପ୍ରାୟ ୧,୭୦,୦୦୦ ଟୋରି ସଦସ୍ୟ ନୂଆ ନେତାଙ୍କୁ ଅନ୍‌ଲାଇନ୍‌ ଭୋଟିଂ ଜରିଆରେ ଚୟନ କରିବେ। ଯଦି ଦଳ ଆପୋସ ଆଲୋଚନା ଜରିଆରେ ଏକାଠି ହୋଇ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ଯାଏ ତେବେ ସୋମବାର ସନ୍ଧ୍ୟା ସୁଦ୍ଧା ବ୍ରିଟେନ ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ପାଇବ। ପ୍ରକାଶ ଯେ, ବୋରିସ୍‌ଙ୍କ ଇସ୍ତଫା ପରେ ତାଙ୍କ ଉତ୍ତରାଧିକାରୀ ନିର୍ବାଚନ ଲାଗି ହୋଇଥିବା ଭୋଟର ଫଳାଫଳ ଗତ ସେପ୍ଟେମ୍ବର ୫ରେ ଆସିଥିଲା। ତତ୍କାଳୀନ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରସ୍‌ଙ୍କୁ ୮୧,୩୨୬ ଖଣ୍ଡ ଭୋଟ ମିଳିଥିବାବେଳେ ସୁନକଙ୍କ ସପକ୍ଷରେ ୬୦,୩୯୯ ଭୋଟ ପଡ଼ିଥିଲା। ପୁନର୍ବାର କ୍ଷମତାକୁ ଫେରିବାକୁ ଚାହୁଁଥିବା ବୋରିସ୍‌ ଏହି ସର୍ବନିମ୍ନ ଆବଶ୍ୟକତା ପୂରଣ କରିପାରିଛନ୍ତି କି ନାହିଁ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି।

କାହା ସପକ୍ଷରେ କିଏ

ଗତମାସରେ କଞ୍ଜରଭେଟିଭ୍‌ ପାର୍ଟିର ନେତା ନିର୍ବାଚନ ବେଳେ ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରାଭରମ୍ୟାନ୍‌ ଲିଜ୍‌ ଟ୍ରସ୍‌ଙ୍କୁ ସମର୍ଥନ କରିଥିଲେ। ଟ୍ରସ୍‌ ଜିତି ପ୍ରଧାନମନ୍ତ୍ରୀ ହେବା ପରେ ବ୍ରାଭରମ୍ୟାନ୍‌ଙ୍କୁ ଗୃହମନ୍ତ୍ରୀ ନିଯୁକ୍ତ କରିଥିଲେ। ନିକଟରେ ଟ୍ରସ୍‌ଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ବ୍ରାଭରମ୍ୟାନ୍‌ ଏବେ ଋଷି ସୁନକଙ୍କୁ ନିଜ ସମର୍ଥନ ଜଣାଇଛନ୍ତି। ସେହିପରି ପାକିସ୍ତାନ ବଂଶୋଦ୍ଭବ କଞ୍ଜରଭେଟିଭ୍‌ ଏମ୍‌ପିମାନେ ମଧ୍ୟ ଋଷିଙ୍କୁ ସମର୍ଥନ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବରୁ ହୋମ୍‌ ସେକ୍ରେଟାରି ତଥା ଚାନ୍ସେଲର ଭାବେ କାର୍ଯ୍ୟ କରିଥିବା ସାଜିଦ୍‌ ଜାଭିଦ୍‌ ଏବଂ ପୂର୍ବତନ ଜୁନିୟର ମିନିଷ୍ଟର ରେହମାନ ଚିସ୍ତି ଅଛନ୍ତି। ପୂର୍ବରୁ ଲିଜ୍‌ ଟ୍ରସ୍‌ଙ୍କୁ ସମର୍ଥନ କରିଥିବା ଟ୍ରେଡ୍‌ ସେକ୍ରେଟାରି କେମି ବେଡ୍‌ନୋକ୍‌ ଏବଂ ସୁରକ୍ଷା ମନ୍ତ୍ରୀ ଟମ୍‌ ଟୁଗେଣ୍ଡହଟ୍‌ ଏଥର ଋଷିଙ୍କ ସପକ୍ଷରେ ବାହାରିଛନ୍ତି। ଅନ୍ୟପକ୍ଷେ ଜଣାଶୁଣା ଭାରତୀୟ ବଂଶୋଦ୍ଭବ ଏମ୍‌ପିମାନେ ବୋରିସ୍‌ଙ୍କ ସପକ୍ଷରେ ରହିବା ନେଇ ଘୋଷଣା କରିଛନ୍ତି। ବୋରିସ୍‌ଙ୍କ ସପକ୍ଷବାଦୀ ଏହି ଏମ୍‌ପିମାନେ ହେଲେ ପୂର୍ବତନ ଗୃହମନ୍ତ୍ରୀ ପ୍ରୀତି ପଟେଲ, ଦୁଇଥର କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଆଲୋକ ଶର୍ମା, ସର୍ବାଧିକ ସମୟ ଧରି ପାର୍ଲାମେଣ୍ଟରେ ପ୍ରତିନିଧିତ୍ୱ କରିଥିବା ଶୈଳେଶ ଭରା। ବିଜ୍‌ନେସ ସେକ୍ରେଟାରି ଜାକୋବ୍‌ ରିସ୍‌ମୋଗ୍‌ କହିଛନ୍ତି, ସେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ନେତୃତ୍ୱକୁ ସମର୍ଥନ କରିବେ।

ଦ୍ୱିମୁଖୀ ନା ତ୍ରିମୁଖୀ

ପ୍ରାର୍ଥୀ ହେବା ପାଇଁ ଜଣଙ୍କୁ ୧୦୦ କଞ୍ଜରଭେଟିଭ୍‌ ଏମ୍‌ପିଙ୍କ ସମର୍ଥନ ଲୋଡ଼ା
ଏମ୍‌ପିଙ୍କ ସମର୍ଥନ ସହ ଦୌଡ଼ରେ ସାମିଲ ହେଲେ ଋଷି
ପ୍ରାର୍ଥୀ ୧୫୬ରୁ ଊର୍ଦ୍ଧ୍ୱ ଏମ୍‌ପିଙ୍କ ସମର୍ଥନ ହାସଲ କଲେ ୨ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା
ଓ ମୋର୍ଡଣ୍ଟଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହେଲେ ଶୁକ୍ରବାର ସୁଦ୍ଧା ଅନ୍‌ଲାଇନ୍‌ ଭୋଟିଂ
ପ୍ରାର୍ଥୀ ହେଲେ ତ୍ରିମୁଖୀ ଲଢ଼େଇ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?