Posted inଜାତୀୟ

ଏଲଏସିରେ ଶୀଘ୍ର ସୁଧୁରିବନି ସ୍ଥିତି: ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ…

ନୂଆଦିଲ୍ଲୀ,୨୪।୧୦ : ରାଷ୍ଟ୍ରପତି ଶି ଜିନପିଙ୍ଗ ଲଗାତାର ତୃତୀୟ ଥର ପାଇଁ ଚାଇନାରେ କ୍ଷମତା ହାସଲ କରିଛନ୍ତି। ଏହାଦ୍ୱାରା ଭାରତ-ଚାଇନା ସମ୍ପର୍କରେ ତିକ୍ତତା ପୁଣି ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଜିନପିଙ୍ଗଙ୍କର ଅଭିଳାଷ ହେଉଛି ଦୁଇଦେଶର ସମ୍ପର୍କକୁ ଆଉ ସ୍ବାଭାବିକ ହେବାକୁ ଦିଆଯିବ ନାହିଁ।

ପ୍ରତିରକ୍ଷା ବିଶେଷଜ୍ଞ ଲ୍ୟୁଟନାଟ ଜେନେରାଲ ରାଜେନ୍ଦ୍ର ସିଂଙ୍କ ଅନୁଯାୟୀ ଚାଇନା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଏବଂ ଜିନପିଙ୍ଗ ଚାହୁଁଛନ୍ତି ତାଙ୍କ ଦେଶ ପ୍ରଥମ ଅର୍ଥନୀତି ହେଉ। ଅପରପକ୍ଷରେ, ଚାଇନା ନିଜକୁ ଏକ ପ୍ରମୁଖ ସାମରିକ ଶକ୍ତି ଭାବରେ ପରିଚୟ ସୃଷ୍ଟି କରିଛି। ତେଣୁ ଏସିଆ ସମେତ ସମଗ୍ର ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜର ସର୍ବୋଚ୍ଚତା ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ଯେତେବେଳେ କି ଭାରତ ଚାଇନା ଯୋଜନା ବାଧା ଦେବାକୁ ଚେଷ୍ଟା କରୁଛି।

ଭାରତର ଅର୍ଥନୀତି ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢୁଛି। ତେଣୁ ଚାଇନା ଅନୁଭବ କରୁଛି ଯେ ଭବିଷ୍ୟତରେ ଭାରତ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବ। ସେହିଭଳି ଭାରତ ମଧ୍ୟ ସାମରିକ ଶକ୍ତି ବୃଦ୍ଧିରେ ଦ୍ରୁତ ଗତି କରୁଛି। ଭାରତ-ପ୍ରଶାନ୍ତ ମହାସାଗରରେ ଭାରତ କ୍ୱାଡ ମାଧ୍ୟମରେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାକୁ ଘେରିଛନ୍ତି। ତେଣୁ ଭାରତ ଦ୍ୱାରା ଉପସ୍ଥାପିତ ଚ୍ୟାଲେଞ୍ଜଗୁଡ଼ିକ ଚାଇନାକୁ ବ୍ୟଥିତ କରୁଛି।

ରାଜେନ୍ଦ୍ର ସିଂଙ୍କ କହିବାନୁସାରେ, ଗୋଟିଏ ପଟେ ଚାଇନା ଭାରତର ଅଗ୍ରଗତି ପାଇଁ ଭୟଭୀତ ଏବଂ ଅନ୍ୟପଟେ ଏହା ମଧ୍ୟ ଭାରତର ବିଶାଳ ବଜାର ଆବଶ୍ୟକ କରେ। ତେଣୁ ସେ ଭାରତ ସହିତ ସମ୍ପୂର୍ଣ୍ଣ ଶତ୍ରୁତା ଦେଖାଇବାକୁ ଚାହୁଁନାହିଁ। କିନ୍ତୁ ସେ ଏଲଏସିର ଡୋକଲାମ, ପୂର୍ବ ଲଦାଖ ଅଞ୍ଚଳରେ ଭାରତ ସମ୍ମୁଖରେ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

ଫଳରେ ଏଲଏସିରେ ଶୀଘ୍ର ସ୍ଥିତିରେ ସୁଧାର ହେବାର ଆଶା କମ୍‌ ରହିଛି। ଚାଇନାର ନଜର ଭାରତର ରାଜନୈତିକ ପରିସ୍ଥିତି, ଅର୍ଥନୈତିକ ପ୍ରଗତି ଏବଂ ସେନାର ଶକ୍ତି ପରି ପଦକ୍ଷେପ ଉପରେ ରହିଛି। ତେଣୁ ଏହି କ୍ଷେତ୍ରରେ ଭାରତକୁ ଅଧିକ ଶକ୍ତିଶାଳୀ ହେବାକୁ ପଡିବ। ଜିନପିଙ୍ଗଙ୍କ ତୃତୀୟ କାର୍ଯ୍ୟକାଳରେ ଏକ ଆହ୍ବାନ ହେଉଛି ଏଥର ତାଙ୍କ ଦଳରେ ବଡ଼ ପରିବର୍ତ୍ତନ କରାଯାଇଛି। ଦଳରେ ନୂତନ ଲୋକଙ୍କୁ ଯୋଡି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜିନପିଙ୍ଗଙ୍କ ସମର୍ଥକ। ତେଣୁ ଭାରତ ପ୍ରତି ସେମାନଙ୍କର ମନୋଭାବ କ’ଣ ତାହା ଦେଖିବା କଷ୍ଟକର ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri