ରୋହିତଙ୍କ ବ୍ୟାଟିଂର ଫ୍ୟାନ୍ ପାଲଟିଲେ ରଣବୀର ସିଂହ
ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ର ୫୧ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହେଉଛନ୍ତି। ଏହି ହାଇଭୋଲ୍ଟେଜ୍ ମୁକାବିଲାରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ଲାଗି ଆମନ୍ତ୍ରିତ କରିଥିଲେ। ଲଗାତାର ଭାବେ…
ବ୍ରଜରାଜନଗର ଉପନିର୍ବାଚନ: କଂଗ୍ରେସର ପ୍ରାର୍ଥୀ ହେବେ କିଶୋର ପଟେଲ
ଝାରସୁଗୁଡା ଅଫିସ୍,୬।୫: ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଥିନେଇ ରାଜ୍ୟସ୍ତରୀୟ ଚୟନ କମିଟି ଶୁକ୍ରବାର ସର୍ବସମ୍ମତିକ୍ରମେ ଦଳର ବରିଷ୍ଠନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କ ନାମ ଘୋଷଣା କରିଛି।…
ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ
କାଠମାଣ୍ଡୁ,୬।୫: ହିମାଳୟର କାଞ୍ଚନଜଙ୍ଘା ଶୃଙ୍ଗ ନିକଟରେ ଜଣେ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ହିମାଳୟ ଆରୋହଣ ଋତୁରେ ଏହା ତୃତୀୟ ମୃତ୍ୟୁ ଘଟଣା। ବିଶ୍ୱର ତୃତୀୟ ସର୍ବୋଚ୍ଚ ଗିରିଶୃଙ୍ଗ କାଞ୍ଚନଜଙ୍ଘା ନିକଟ ତଥା ୮,୨୦୦ ମିଟର ଉଚ୍ଚରେ ନାରାୟଣନ…
କରନ୍ଙ୍କ ଶୋ’ର ପ୍ରଥମ ଅତିଥି ହେବେ ଆଲିଆ-ରଣବୀର
ବମ୍ବେ: ଟେଲିପରଦାରେ ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ ନିର୍ଦ୍ଦେଶକ କରନ୍ ଜୋହରଙ୍କ ଲୋକପ୍ରିୟ ଶୋ’ ‘କଫି ଉଇଥ୍ କରନ୍’। ପ୍ରଥମେ ଏହା ଆଉ ଫେରିବ ନାହିଁ ବୋଲି କୁହାଯାଉଥିଲା। ହେଲେ ପରେ ଏହା ସ୍ବତନ୍ତ୍ର ଭାବେ ଡିଜ୍ନୀ ଆଣ୍ଡ…
‘ରାଜ୍ୟବାସୀଙ୍କୁ ନିରବିଚ୍ଛିନ୍ନ ବିଜୁଳି ଯୋଗାଅ’
ଭୁବନେଶ୍ୱର,୬ା୫(ବ୍ୟୁରୋ): ବିଧାନସଭା ବିଦ୍ୟୁତ୍ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରି ଗ୍ରାମାଞ୍ଚଳ ବିଦ୍ୟୁତ୍ ସମସ୍ୟା ସୁଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ବିଦ୍ୟୁତ୍ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବାରୁ…
ଗୁଜରାଟକୁ ୧୭୮ର ଟାର୍ଗେଟ ଦେଲା ମୁମ୍ବାଇ
ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ କରିଥିଲେ ହେଁ ଏହାର ଇନିଂସକୁ ୨୦ ଓଭରରେ ୧୭୭/୬ରେ ସୀମିତ ରଖିଛି ଗୁଜରାଟ ଟାଇଟାନ୍ସ। ରଶିଦ ଖାଁଙ୍କ ପ୍ରଭାବୀ ବୋଲିଂ ଗୁଜରାଟକୁ ସଫଳ ପ୍ରତ୍ୟାବର୍ତ୍ତନ କରାଇବାରେ…
କ୍ରାଇମ୍ବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ନେଲେ ଅରୁଣ ବୋଥ୍ରା
କଟକ ଅଫିସ, ୬ା୫- କ୍ରାଇମବ୍ରାଞ୍ଚ ଏଡିଜି ଭାବେ ୧୯୯୬ ବ୍ୟାଚ୍ର ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଏଡିଜି ସଞ୍ଜୀବ ପଣ୍ଡା ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ…
ଥାନାରେ ପହଞ୍ଚିଲା ଚପଲ ଚୋରି ମାମଲା
ଭୋପାଳ,୬।୫: ମଧ୍ୟପ୍ରଦେଶ ଉଜ୍ଜେନ ଜିଲାରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସବୁବେଳେ ଲୋକମାନେ ଚୋରି, ମାରପିଟ କିମ୍ବା କୌଣସି ଅପରାଧିକ ମାମଲାକୁ ନେଇ ଥାନାରେ ପହଞ୍ଚିଥାନ୍ତି। କିନ୍ତୁ କେବେ କେହି ଶୁଣିଛନ୍ତି କି, କୌଣସି ବ୍ୟକ୍ତି ନିଜର ଚପଲ ଚୋରି…
ତେଲ ବିଲ୍ ଜାଲିଆତି: ୨ କର୍ମଚାରୀଙ୍କୁ ନିଲମ୍ବିତ କଲା ଓଟିଡିସି
ଭୁବନେଶ୍ୱର,୬ା୫(ବ୍ୟୁରୋ): ତେଲ ବିଲ୍ରେ ଜାଲିଆତି କରି ନିକଟରେ ୩ ପୋଲିସ କର୍ମଚାରୀ ନିଲମ୍ବନ ହେବାର ଗୋଟିଏ ମାସ ନ ପୂରୁଣୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଜର ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ଓଟିଡିସିର ପରିବହନ ମ୍ୟାନେଜର ଓ ଜଣେ…
ଚିନ୍ତା ବଢ଼ାଉଛି ଦିଲ୍ଲୀ: ଗତ ୨୪ଘଣ୍ଟାରେ ୧୬ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୬।୫: ରାଜଧାନୀ ଦିଲ୍ଲୀରେ ଏବେ କରୋନା ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନରୁ କରୋନା ସଂକ୍ରମଣ ସଖ୍ୟା ହଜାରେରୁ ଅଧିକ ରହିଥିବା ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୦,୭୦୯ କରୋନା ଟେଷ୍ଟ କରାଯାଇଥିବା ବେଳେ…
ହେଲିକପ୍ଟରରେ ପିଲାଙ୍କୁ ବୁଲାଇଲେ ବଘେଲା
ବଳରାମପୁର,୬।୫: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭୂପେଶ ବଘେଲାଙ୍କ ବଡ଼ ବଦାନ୍ୟତା। କୁନି ପିଲାଙ୍କ କଥା ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ହେଲିକ୍ଟରରେ ବୁଲାଇଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ…
ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ଗଞ୍ଜେଇ
ଏମ୍ଭି-୭୯,୬।୫(ଡି.ଏନ୍.ଏ.): ମାଲାକାନଗିରି ଜିଲା କାଲିମେଳା ବ୍ଲକ ଅଧୀନ ଏମ୍ଭି-୭୯ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ ବେଳେ ଗଞ୍ଜେଇ ଜବତ ହୋଇଛି। ଏକ ବାଇକ୍(ଓଡି୩୩ଏଡି-୩୧୭୭)ରେ ୨ଜଣ ଯୁବକ ଏକ ବସ୍ତାରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ଯାଞ୍ଚ ସେମାନଙ୍କୁ ଧରିଥିଲା। ପୋଲିସ…
Archives


