Posted inଖେଳ

ରାଉରକେଲା ପ୍ରୋ ଲିଗ୍‌ ଭେନ୍ୟୁ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ହକି ପାଇଁ ଆସିଛି ଆଉ ଏକ ଭଲ ଖବର। ରାଜ୍ୟ ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲାର ରାଉରକେଲାରେ ଆଗାମୀ ଦିନରେ ଅଧିକରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ହେବା ପଥ ପରିଷ୍କାର ହୋଇଛି। କାରଣ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ରାଉରକେଲାକୁ ଓଡ଼ିଶାର ଦ୍ୱିତୀୟ ଭେନ୍ୟୁ ଭାବେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ ଆୟୋଜନ ପାଇଁ ଅନୁମତି ପ୍ରଦାନ କରିଛି। ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ୨୦୨୦ରୁ ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରୋ ଲିଗ୍‌ ମ୍ୟାଚ ଅନୁଷ୍ଠିତ ହୋଇ ଆସୁଛି। ୨୦୨୩ ହକି ବିଶ୍ୱକପର ଅନ୍ୟତମ ଭେନ୍ୟୁ ହେଉଛି ରାଉରକେଲା। ଏଠାରେ ନିର୍ମାଣାଧୀନ ବିର୍ସାମୁଣ୍ଡା ଷ୍ଟାଡିୟମ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ। ଏହି ଭେନ୍ୟୁରେ ଏକାବେଳେକେ ୨୦,୦୦୦ ଦର୍ଶକ ମ୍ୟାଚ ଉପଭୋଗ କରିପାରିବେ। ୨୦୨୩ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ଆୟୋଜନ ହେବ। ଚଳିତ ବର୍ଷ ଶେଷ ଭାଗରେ ଅର୍ଥାତ୍‌ ଅକ୍ଟୋବରରୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଆଗାମୀ ସିଜନ ଆରମ୍ଭ ହେବ। ଅକ୍ଟୋବର ୨୮ରୁ ୨୦୨୩ ଜୁଲାଇ ୫ ପର୍ଯ୍ୟନ୍ତ ପ୍ରୋ ଲିଗ୍‌ର ମ୍ୟାଚଗୁଡ଼ିକ ବିଶ୍ୱର ବିଭିନ୍ନ ଭେନ୍ୟୁରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସିଜନରେ ଭୁବନେଶ୍ୱର ଓ ରାଉରକେଲା ଭାରତର ଘରୋଇ ଭେନ୍ୟୁଭାବେ ବ୍ୟବହାର ହେବ। ଏଫ୍‌ଆଇଏଚ୍‌ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ଭାରତର ଏହି ଦୁଇ ଭେନ୍ୟୁ (ଭୁବନେଶ୍ୱର ଓ ରାଉରକେଲା) ବ୍ୟତୀତ ଅଷ୍ଟ୍ରେଲିଆର ନ୍ୟୁକାଷ୍ଟଲ ଓ ହୋବାର୍ଟ, ଆର୍ଜେଣ୍ଟିନାର ମେଣ୍ଡୋଜା ଓ ସାଣ୍ଟିଆଗୋ ଡେଲ ଏଷ୍ଟେରୋ, ବେଲଜିୟମର ଆଣ୍ଟ୍ବେର୍ପ, ଇଂଲଣ୍ଡର ଲଣ୍ଡନ, ନେଦରଲାଣ୍ଡ୍ସର ଇଣ୍ଡୋଭେନ ଓ ଆମଷ୍ଟରଡାମ ଏବଂ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ଓ ଓ୍ବେଲିଂଟନରେ ଆଗାମୀ ପ୍ରୋ ଲିଗ୍‌ ସିଜନର ମ୍ୟାଚଗୁଡ଼ିକ ଖେଳାଯିବ।
ଗତ ଏପ୍ରିଲରେ ଏଫ୍‌ଆଇଏଚ୍‌ ପକ୍ଷରୁ ନୂଆ କାର୍ଯ୍ୟସୂଚୀ ଅନୁସାରେ ଏକାଧିକ ଦଳ ଗୋଟିଏ ଭେନ୍ୟୁରେ ପରସ୍ପର ବିପକ୍ଷରେ ୨ଟି ଲେଖାଏ ମ୍ୟାଚ ଖେଳିବେ। ଏହା ଏକ ମିନି ଟୁର୍ନାମେଣ୍ଟର ରୂପ ନେବ। ଏହାଦ୍ୱାରା ଖେଳାଳି ଓ ଅଫିସିଆଲଙ୍କ ଭ୍ରମଣଜନିତ କ୍ଳାନ୍ତି କମିବ। ଏହା ଖେଳାଳିଙ୍କ ସ୍ବାସ୍ଥ୍ୟ ଏବଂ ପରବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଏହି କ୍ରମରେ ଓଡ଼ିଶାର କୌଣସି ଏକ ଭେନ୍ୟୁ (ଭୁବନେଶ୍ୱର କିମ୍ବା ରାଉରକେଲା ପରେ ସ୍ଥିର ହେବ)ରେ ଭାରତ ଏହାର ପ୍ରଥମ ମ୍ୟାଚ ଅକ୍ଟୋବର ୨୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଏହାପରେ ସେହି ଭେନ୍ୟୁରେ ୩୦ ତାରିଖରେ ସ୍ପେନ୍‌ ବିପକ୍ଷରେ ମୁକାବିଲା କରିବ। ନଭେମ୍ବର ୪ରେ ଭାରତ-ନ୍ୟୁଜିଲାଣ୍ଡ ଏବଂ ୬ରେ ଭାରତ-ସ୍ପେନ୍‌ ମଧ୍ୟରେ ମ୍ୟାଚ ଖେଳାଯିବ। ଭାରତର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ୨୦୨୩ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟର ମ୍ୟାଚଗୁଡ଼ିକ ରାଉରକେଲାରେ ଖେଳାଯିବାକୁ ସ୍ପଷ୍ଟ ହୋଇଯାଇଛି। ଭାରତ ୧୦ ତାରିଖରେ ଜର୍ମାନୀ, ୧୨ ତାରିଖରେ ଅଷ୍ଟ୍ରେଲିଆ, ୧୩ରେ ଜର୍ମାନୀ ଓ ୧୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଏହାପରେ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡ ଓ ନେଦରଲାଣ୍ଡ୍ସ ଯିବ ଭାରତ। ସେଠାରେ ଯଥାକ୍ରମେ ଗ୍ରେଟ୍‌ ବ୍ରିଟେନ ଓ ବେଲ୍‌ଜିୟମ ଏବଂ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ଆଗାମୀ ସିଜନରୁ ପ୍ରୋ ଲିଗ୍‌ରେ ପ୍ରମୋଶନ ଓ ରେଲିଗେଶନ ବ୍ୟବସ୍ଥା ମଧ୍ୟ ଲାଗୁହେବ। ପ୍ରୋ ଲିଗ୍‌ରେ ଯେଉଁ ଦଳ ଶେଷ ସ୍ଥାନରେ ରହିବ ସେ ନୂଆ କରି ଆରମ୍ଭ ହେଉଥିବା ଏଫ୍‌ଆଇଏଚ୍‌ ନେଶନ୍ସ କପ୍‌କୁ ଖସିବ। ସେହିପରି ନେସନ୍ସ କପ୍‌ରେ ଯେଉଁ ଦଳ ବିଜେତା ହେବ ସେ ପ୍ରୋ ଲିଗ୍‌କୁ ଉନ୍ନୀତ ହେବ। ଏହା ଉଭୟ ପ୍ରତିଯୋଗିତାକୁ ଅଧିକ ରୋମାଞ୍ଚକ କରିବ ବୋଲି ଏଫ୍‌ଆଇଏଚ୍‌ ସିଇଓ ଥିଏରୀ ଓ୍ବିଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?