Posted inଖେଳ

ରାଉରକେଲା ପ୍ରୋ ଲିଗ୍‌ ଭେନ୍ୟୁ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ହକି ପାଇଁ ଆସିଛି ଆଉ ଏକ ଭଲ ଖବର। ରାଜ୍ୟ ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲାର ରାଉରକେଲାରେ ଆଗାମୀ ଦିନରେ ଅଧିକରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ହେବା ପଥ ପରିଷ୍କାର ହୋଇଛି। କାରଣ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ରାଉରକେଲାକୁ ଓଡ଼ିଶାର ଦ୍ୱିତୀୟ ଭେନ୍ୟୁ ଭାବେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ ଆୟୋଜନ ପାଇଁ ଅନୁମତି ପ୍ରଦାନ କରିଛି। ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ୨୦୨୦ରୁ ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରୋ ଲିଗ୍‌ ମ୍ୟାଚ ଅନୁଷ୍ଠିତ ହୋଇ ଆସୁଛି। ୨୦୨୩ ହକି ବିଶ୍ୱକପର ଅନ୍ୟତମ ଭେନ୍ୟୁ ହେଉଛି ରାଉରକେଲା। ଏଠାରେ ନିର୍ମାଣାଧୀନ ବିର୍ସାମୁଣ୍ଡା ଷ୍ଟାଡିୟମ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ। ଏହି ଭେନ୍ୟୁରେ ଏକାବେଳେକେ ୨୦,୦୦୦ ଦର୍ଶକ ମ୍ୟାଚ ଉପଭୋଗ କରିପାରିବେ। ୨୦୨୩ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ଆୟୋଜନ ହେବ। ଚଳିତ ବର୍ଷ ଶେଷ ଭାଗରେ ଅର୍ଥାତ୍‌ ଅକ୍ଟୋବରରୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଆଗାମୀ ସିଜନ ଆରମ୍ଭ ହେବ। ଅକ୍ଟୋବର ୨୮ରୁ ୨୦୨୩ ଜୁଲାଇ ୫ ପର୍ଯ୍ୟନ୍ତ ପ୍ରୋ ଲିଗ୍‌ର ମ୍ୟାଚଗୁଡ଼ିକ ବିଶ୍ୱର ବିଭିନ୍ନ ଭେନ୍ୟୁରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସିଜନରେ ଭୁବନେଶ୍ୱର ଓ ରାଉରକେଲା ଭାରତର ଘରୋଇ ଭେନ୍ୟୁଭାବେ ବ୍ୟବହାର ହେବ। ଏଫ୍‌ଆଇଏଚ୍‌ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ଭାରତର ଏହି ଦୁଇ ଭେନ୍ୟୁ (ଭୁବନେଶ୍ୱର ଓ ରାଉରକେଲା) ବ୍ୟତୀତ ଅଷ୍ଟ୍ରେଲିଆର ନ୍ୟୁକାଷ୍ଟଲ ଓ ହୋବାର୍ଟ, ଆର୍ଜେଣ୍ଟିନାର ମେଣ୍ଡୋଜା ଓ ସାଣ୍ଟିଆଗୋ ଡେଲ ଏଷ୍ଟେରୋ, ବେଲଜିୟମର ଆଣ୍ଟ୍ବେର୍ପ, ଇଂଲଣ୍ଡର ଲଣ୍ଡନ, ନେଦରଲାଣ୍ଡ୍ସର ଇଣ୍ଡୋଭେନ ଓ ଆମଷ୍ଟରଡାମ ଏବଂ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ଓ ଓ୍ବେଲିଂଟନରେ ଆଗାମୀ ପ୍ରୋ ଲିଗ୍‌ ସିଜନର ମ୍ୟାଚଗୁଡ଼ିକ ଖେଳାଯିବ।
ଗତ ଏପ୍ରିଲରେ ଏଫ୍‌ଆଇଏଚ୍‌ ପକ୍ଷରୁ ନୂଆ କାର୍ଯ୍ୟସୂଚୀ ଅନୁସାରେ ଏକାଧିକ ଦଳ ଗୋଟିଏ ଭେନ୍ୟୁରେ ପରସ୍ପର ବିପକ୍ଷରେ ୨ଟି ଲେଖାଏ ମ୍ୟାଚ ଖେଳିବେ। ଏହା ଏକ ମିନି ଟୁର୍ନାମେଣ୍ଟର ରୂପ ନେବ। ଏହାଦ୍ୱାରା ଖେଳାଳି ଓ ଅଫିସିଆଲଙ୍କ ଭ୍ରମଣଜନିତ କ୍ଳାନ୍ତି କମିବ। ଏହା ଖେଳାଳିଙ୍କ ସ୍ବାସ୍ଥ୍ୟ ଏବଂ ପରବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଏହି କ୍ରମରେ ଓଡ଼ିଶାର କୌଣସି ଏକ ଭେନ୍ୟୁ (ଭୁବନେଶ୍ୱର କିମ୍ବା ରାଉରକେଲା ପରେ ସ୍ଥିର ହେବ)ରେ ଭାରତ ଏହାର ପ୍ରଥମ ମ୍ୟାଚ ଅକ୍ଟୋବର ୨୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଏହାପରେ ସେହି ଭେନ୍ୟୁରେ ୩୦ ତାରିଖରେ ସ୍ପେନ୍‌ ବିପକ୍ଷରେ ମୁକାବିଲା କରିବ। ନଭେମ୍ବର ୪ରେ ଭାରତ-ନ୍ୟୁଜିଲାଣ୍ଡ ଏବଂ ୬ରେ ଭାରତ-ସ୍ପେନ୍‌ ମଧ୍ୟରେ ମ୍ୟାଚ ଖେଳାଯିବ। ଭାରତର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ୨୦୨୩ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟର ମ୍ୟାଚଗୁଡ଼ିକ ରାଉରକେଲାରେ ଖେଳାଯିବାକୁ ସ୍ପଷ୍ଟ ହୋଇଯାଇଛି। ଭାରତ ୧୦ ତାରିଖରେ ଜର୍ମାନୀ, ୧୨ ତାରିଖରେ ଅଷ୍ଟ୍ରେଲିଆ, ୧୩ରେ ଜର୍ମାନୀ ଓ ୧୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଏହାପରେ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡ ଓ ନେଦରଲାଣ୍ଡ୍ସ ଯିବ ଭାରତ। ସେଠାରେ ଯଥାକ୍ରମେ ଗ୍ରେଟ୍‌ ବ୍ରିଟେନ ଓ ବେଲ୍‌ଜିୟମ ଏବଂ ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ଆଗାମୀ ସିଜନରୁ ପ୍ରୋ ଲିଗ୍‌ରେ ପ୍ରମୋଶନ ଓ ରେଲିଗେଶନ ବ୍ୟବସ୍ଥା ମଧ୍ୟ ଲାଗୁହେବ। ପ୍ରୋ ଲିଗ୍‌ରେ ଯେଉଁ ଦଳ ଶେଷ ସ୍ଥାନରେ ରହିବ ସେ ନୂଆ କରି ଆରମ୍ଭ ହେଉଥିବା ଏଫ୍‌ଆଇଏଚ୍‌ ନେଶନ୍ସ କପ୍‌କୁ ଖସିବ। ସେହିପରି ନେସନ୍ସ କପ୍‌ରେ ଯେଉଁ ଦଳ ବିଜେତା ହେବ ସେ ପ୍ରୋ ଲିଗ୍‌କୁ ଉନ୍ନୀତ ହେବ। ଏହା ଉଭୟ ପ୍ରତିଯୋଗିତାକୁ ଅଧିକ ରୋମାଞ୍ଚକ କରିବ ବୋଲି ଏଫ୍‌ଆଇଏଚ୍‌ ସିଇଓ ଥିଏରୀ ଓ୍ବିଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇପିଏଲ ନିୟମ ଭାଙ୍ଗିଥିଲେ କୋହଲି

ଚେନ୍ନାଇ, ୮।୪: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବାକୁ ଯାଉଛି ୧୪ତମ ଆଇପିଏଲ। ଏଥି ପୂର୍ବରୁ ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ରେ...

ପଡ଼ିଆରେ ଗର୍‌ବା ନୃତ୍ୟ କଲେ କୋହଲି

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୬ା୮:ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୩୧୮ ରନରେ ବିଜୟ ହାସଲ କରିଛି। ପ୍ରଥମ ଟେଷ୍ଟର ୪ର୍ଥ ଦିବସରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ...

ବିଜୟର ନିକଟତର ଭାରତ: ଆଉ ମାତ୍ର ଦୁଇ ଉଇକେଟ ଦୂରରେ

ବିଶାଖାପାଟଣା, ୬।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ବିଜୟ ପାଇଁ ଆଉ ଦୁଇ ଉଇକେଟ ଦୂରରେ ଅଛି। ଲଞ୍ଚ୍‌ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା...

ଗଣେଶ କ୍ରିକେଟ ଟୁର୍ନାମେଣ୍ଟ: ସରଗଡ଼ା ଚାମ୍ପିୟନ

ଗୁଡଭେଲା, ୩୦।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଡୁଙ୍ଗିବାହାଲ ଗ୍ରାମ ଖେଳପଡ଼ିଆରେ ଚାଲିଥିବା ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଶେଷ ହୋଇଛି। ଫାଇନାଲ ଖେଳ ସରଗଡ଼ା...

ହିନ୍ଦୀରେ ଟୁଇଟ୍‌ କରି ଭାରତକୁ ସତର୍କ କରାଇଲେ ପିଟରସନ

ନୂଆଦିଲ୍ଲୀ,୨୧।୧(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ ବିଜୟ ପାଇଁ ଉତ୍ସବ ମନାଇବାକୁ ଭାରତୀୟ କ୍ରିକେଟ ଦଳକୁ ପରାମର୍ଶ ଦେଇଛନ୍ତି ଇଂଲଣ୍ଡ ପୂର୍ବତନ ଷ୍ଟାର କ୍ରିକେଟର...

କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହୁଁଥିଲେ ଗାଙ୍ଗୁଲି

ନୂଆଦିଲ୍ଳୀ,୨୧।୧: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଖବରଦାତା ସମ୍ମିଳନୀରେ ଦିନିକିଆ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ବିସିସିଆଇ...

ଅମିୟଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ପୁରୁଷ ୧୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟପାଇଁ ଆଉ ଏକ...

ରୋମାଞ୍ଚକ ହେବ ବକ୍ସିଂ ଡେ ଟେଷ୍ଟ: ସିରିଜ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ...

Advertisement
Archives

Model This Week