ଅରୁଣାଚଳ ପ୍ରଦେଶ ଗସ୍ତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ
ନୂଆଦିଲ୍ଲୀ,୨୧।୫: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାରରୁ ଅରୁଣାଚଳ ପ୍ରଦେଶକୁ ଦୁଇ ଦିନିଆ ଗସ୍ତରେ ଯିିବେ। ଯେଉଁଥିରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହ ମୂଳଦୁଆ ପକାଇବେ। ଶାହ ଲୋହିତ ଜିଲାର ୱାକ୍ରୋରେ ୫୧ଫୁଟ ଉଚ୍ଚର ଋଷି ପର୍ଶୁରାମଙ୍କ ମୂର୍ତ୍ତିର…
ଓ୍ବାଜୁଖାନା ସିଲ୍ ପରେ କଡ଼ା ସୁରକ୍ଷାରେ ହେଲା ନମାଜ ପାଠ
ବାରାଣସୀ,୨୧।୫: ଜ୍ଞାନବାପି ମସ୍ଜିଦ ସର୍ଭେ ରିପୋର୍ଟରେ ସେଠାରେ ହିନ୍ଦୁ ଦେବଦେବୀଙ୍କ ଭଗ୍ନାବଶେଷ, ତ୍ରିଶୂଳ ଓ ସ୍ବସ୍ତିକ ଚିହ୍ନ ରହିଥିବା ଜଣାପଡ଼ିବା ପରେ ବିବାଦ ବଢ଼ିଛି। ଫଳରେ କଡ଼ା ସୁରକ୍ଷା ମଧ୍ୟରେ ସେଠାରେ ନମାଜ ପାଠ କରାଯାଇଛି। ନମାଜକୁ ଦୃଷ୍ଟିରେ ରଖି କାଶୀ…
ବସିବ ଶ୍ରୀମନ୍ଦିର ପରିଚାଳନା ବୈଠକ
ପୁରୀ ଅଫିସ, ୨୧।୫: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଗୁରୁକୁଳ ସବ୍କମିଟି ବୈଠକ ବସିବ।…
ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସୋନିଆ-ପ୍ରିୟଙ୍କା
ନୂଆଦିଲ୍ଲୀ,୨୧।୫: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୧ତମ ପୁଣ୍ୟତିଥିରେ ଶନିବାର ଦେଶ ତାଙ୍କୁ ମନେପକାଇ ସ୍କୁତିଚାରଣ କରିଛି। ୧୯୯୧ରେ ଏହି ଦିନ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ଏହି ଅବସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ…
ଗୌତମଙ୍କ ହାତ ଧରିଲେ ଗାୟିକା
ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଗାୟିକା କନିକା କପୁର ବ୍ୟବସାୟୀ ଗୌତମଙ୍କୁ ଶୁକ୍ରବାର ସେ ବିବାହ କରିଛନ୍ତି। ଦୁହିଁଙ୍କର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମାପ୍ତ ହୋଇଛି। ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ…
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୮ ପଜିଟିଭ୍
ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୫୭ ଜଣକୁ ବୃଦ୍ଧି ପାଇଛି । ଏ ନେଇ ଶନିବାର ରାଜ୍ୟ ସୂଚନା ଓ…
୨୬ରେ ତେଲେଙ୍ଗାନା ଯିବେ ମୋଦି
ନୂଆଦିଲ୍ଲୀ,୨୧।୫: ଭାଜପାର ବରିଷ୍ଠ ନେତା ଜେପି ନଡ୍ଡା ଏବଂ ଅମିତ ଶାହାଙ୍କ ତେଲେଙ୍ଗାନା ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସନ୍ତା ୨୬ରେ ତେଲେଙ୍ଗାନା ଗସ୍ତରେ ଆସିବେ। ଏହି ଅବସରରେ ହାଇଦ୍ରାବାଦର ଇଣ୍ଡିଆନ ସ୍କୁଲ ଅଫ ବିଜିନେସ୍ ର ବାର୍ଷିକ…
୨ ଅଣଓଡ଼ିଆ ଗଲେ, ହେଲେ ଜଣେ ଦଳିତ କି ଆଦିବାସୀ ପାଉନାହାନ୍ତି
ଭୁବନେଶ୍ୱର, ୨୧।୫(ବ୍ୟୁରୋ): ରାଜ୍ୟରେ ଜଣେ ହେଲେ ଦଳିତ ଓ ଆଦିବାସୀ ବର୍ଗର ରାଜ୍ୟ ସଭା ସଦସ୍ୟ ନାହାନ୍ତି। ଏହାସହ ପଛୁଆବର୍ଗର ବ୍ୟକ୍ତିବିଶେଷଙ୍କୁ ରାଜ୍ୟ ସଭା ନିର୍ବାଚନରେ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିନାହିଁ। ପଛୁଆବର୍ଗଙ୍କୁ ସଂରକ୍ଷଣ ନେଇ କେବଳ ଶାସକ ଦଳ ରାଜନୀତି କରନ୍ତି…
ଆଜିଠାରୁ ୨ କେନ୍ଦ୍ରରେ ମାଟ୍ରିକ୍ ଖାତା ଦେଖା
କେନ୍ଦ୍ରାପଡ଼ା ଅଫିସ, ୨୧ା୫: ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ଖାତା ଦେଖା ଶନିବାରଠାରୁ ଆରମ୍ଭ ହେଉଛି। କେନ୍ଦ୍ରାପଡ଼ା ଜିଲାର ୨ଟି କେନ୍ଦ୍ରରେ ଖାତା ଦେଖାଯିବା ପାଇଁ ପ୍ରସ୍ତୁତି ଶୁକ୍ରବାର ସୁଦ୍ଧା ଶେଷ ହୋଇଛି। ଏପ୍ରିଲ ୨୯ରୁ ମେ ୭ ତାରିଖ…
୫୦ ପ୍ରତିଶତ ବୁଥ୍ରେ ଲାଗିବ ଓ୍ବେବ୍ କ୍ୟାମେରା
ଭୁବନେଶ୍ୱର,୨୧।୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ୬୧ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯାଇଛି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୫୦ ପ୍ରତିଶତ ବୁଥ୍ରେ ୱେବ୍କାଷ୍ଟିଂ କରାଯିବ। ଏହାଛଡ଼ା ଆବଶ୍ୟକ ହେଲେ ବୁଥ୍ରେ ଭିଡିଓଗ୍ରାଫି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…
ଅଣ୍ଢରା ଡକାୟତି ଘଟଣାରେ ୯ ଗିରଫ
ପଟ୍ଟାମୁଣ୍ଡାଇ,୨୧ା୫(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଧୋୟାଞ୍ଚଳ ଅଣ୍ଢରା ଗାଁରେ ଏପ୍ରିଲ ୩୦ତାରିଖ ସନ୍ଧ୍ୟା ସାଢେ ୭ଟାରେ ଡକାୟତି ମାମଲାରେ ସମ୍ପୃକ୍ତ ୬ ଅଭିଯୁକ୍ତ କରାଯାଇଛି। ଏଥିସହ ଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ…
ଗୁଜରାଟ, ହିମାଚଳରେ ସତ୍ତା ହରାଇବ କଂଗ୍ରେସ
ନୂଆଦିଲ୍ଲୀ,୨୧।୫: କଂଗ୍ରେସ ସଂଗଠନକୁ ପୁନର୍ଜୀବିତ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାକୁ ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବିର ତଥା ମାନସ ମନ୍ଥନ ଅଧିବେଶନ ବିଫଳ ହୋଇଛି। ତେଣୁ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଗୁଜରାଟ…
Archives


