ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ମାମଲାରେ ଓଡ଼ିଶା ପଞ୍ଚମ

ଭୁବନେଶ୍ୱର,୬।୯ (ବ୍ୟୁରୋ):ପାଠ ପଢ଼ି ଜୀବନରେ ସଫଳ ମଣିଷଟିଏ ହେବାକୁ ଲକ୍ଷ୍ୟ ରଖିଥିବା, ଭବିଷ୍ୟତକୁ ନେଇ ସ୍ବପ୍ନ ଦେଖୁଥିବା ଛାତ୍ରୀଛାତ୍ର ଆଜି ବାଟବଣା ହୋଇଯାଉଛି। ପ୍ରେମ ପ୍ରତାରଣା, ଆର୍ଥିକ ସମସ୍ୟା, ପାଠପଢ଼ାରେ ବିଫଳତା ଆଦି କାରଣରୁ ସେମାନଙ୍କ କଅଁଳ ମନ ଚୁର୍‌ମାର୍‌ ହୋଇଯାଉଛି। ଶେଷରେ ସେମାନେ ଆତ୍ମହତ୍ୟା ଭଳି ଚରମ ପନ୍ଥାକୁ ଆପଣାଉଛନ୍ତି। ବିଶେଷକରି ଓଡ଼ିଶାରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ବୃଦ୍ଧି ପାଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ୨୦୨୧ ଅନୁସାରେ, ଛାତ୍ରୀଛାତ୍ର ଆତ୍ମହତ୍ୟା ମାମଲାରେ ଓଡ଼ିଶା ଦେଶର ୫ମ ସ୍ଥାନରେ ରହିଛି। ଉକ୍ତବର୍ଷ ଓଡ଼ିଶାରେ ୮୩୪ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରଥମରେ ମହାରାଷ୍ଟ୍ର (୧୯୩୪) ରହିଥିବାବେଳେ ଦ୍ୱିତୀୟରେ ମଧ୍ୟପ୍ରଦେଶ (୧୩୦୮), ତୃତୀୟରେ ତାମିଲନାଡ଼ୁ (୧୨୪୬) ଏବଂ ଚତୁର୍ଥରେ କର୍ନାଟକ (୮୫୫) ରହିଛି। ଓଡ଼ିଶାରେ ରୁଜୁ ହୋଇଥିବା ମୋଟ ମାମଲାରେ ଛାତ୍ରଙ୍କ ସଂଖ୍ୟା ୬୯୭ ହୋଇଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୧୩୭ ରହିଛି। ତେବେ ଛାତ୍ରଙ୍କ ଆତ୍ମହତ୍ୟା ମାମଲାରେ ୧୦୬୪ ସଂଖ୍ୟା ସହ ମହରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି। ସେହିପରି ମହାରାଷ୍ଟ୍ରରେ ୭୭୦ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ମଧ୍ୟ ରହିଛି।
ତେବେ ରିପୋର୍ଟ ଅନୁଯାୟୀ, ୨୦୨୦ରେ ଓଡ଼ିଶା ୧୪୬୯ ଛାତ୍ରୀଛାତ୍ର ଆତ୍ମହତ୍ୟା ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଥିଲା। ତେବେ ଛାତ୍ର ଆତ୍ମହତ୍ୟା ମାମଲାରେ ପ୍ରଥମସ୍ଥାନରେ ରହିଥିଲା, ଅର୍ଥାତ୍‌ ଓଡ଼ିଶାରେ ସର୍ବାଧିକ ୧୦୪୨ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ସେହିଭଳି ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪୨୭ ରହିଥିବାବେଳେ ୭୫୮ଜଣ ଛାତ୍ରୀ ଆତ୍ମହତ୍ୟା ମାମଲା ସହ ମହାରାଷ୍ଟ୍ର ପ୍ରଥମରେ ରହିଥିଲା। ତେବେ ଛାତ୍ରୀଛାତ୍ରଙ୍କ ମାମଲାରେ ୧୯୪୮ ସଂଖ୍ୟା ସହ ପ୍ରଥମରେ ମହାରାଷ୍ଟ୍ର ରହିଥିବାବେଳେ ୧୧୫୮ ସଂଖ୍ୟା ସହ ମଧ୍ୟପ୍ରଦେଶ ତୃତୀୟରେ ରହିଥିଲା। ସେହିପରି ୨୦୧୯ ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ମାମଲା ସଂଖ୍ୟା ୩୭୯ ରହିଥିଲା। ଏହି ସଂଖ୍ୟା ସହ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ୧୪ତମ ସ୍ଥାନରେ ରହିଥିଲା। ମୋଟ ମାମଲାରୁ ୧୯୫ ଛାତ୍ର ରହିଥିବାବେଳେ ଛାତ୍ରୀ ୧୮୪ ଜଣ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତିରେ ମିଳିବ କୋଠାଘର

ଭୁବନେଶ୍ୱର, ୨୬ା୯(ବ୍ୟୁରୋ): ରାଜ୍ୟର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି), ମ୍ୟୁନିସିପାଲିଟି ଏବଂ ସମସ୍ତ ମହାନଗର ନିଗମରେ ବ୍ୟବସ୍ଥିତ ବସ୍ତି ଯୋଜନା (ସ୍ଲମ ପ୍ରୁଫିଙ୍ଗ୍‌) କାର୍ଯ୍ୟକାରୀ ହେବ।...

ହଜିବାକୁ ବସିଲାଣି କଟକର ତାରକସି: ଦୁର୍ଦ୍ଦିନରେ ତାରକସି କାରିଗର

ହଜାରହଜାର ବର୍ଷର ସହର କଟକ। ଐତିହ୍ୟ ଓ ପରମ୍ପରା ଭିତରେ ବଞ୍ଚିଛି ଏଠାକାର ଲୋକଙ୍କ ମାନ ଆଉ ସ୍ବାଭିମାନ। ଏହା କେବଳ ଗୋଟିଏ ସହରର ନାଁ...

ବିରୋଧୀ ଦଳ ନେତା ଘୋଷଣାକୁ ନେଇ ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ: ବୁଧବାର ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭାଜପା ଓ ବିଜେଡି ମଧ୍ୟରେ ଥିବା ଖୋଲା ବୁଝାମଣା ଏବଂ ବିରୋଧୀ ଦଳ ନେତା ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି। ବିରୋଧୀ ଦଳ...

କରୋନା ମୁକାବିଲା ଚିନ୍ତା: ତାଲିମ ନେବେ ୧୬୨୦ ଆୟୁଷ ଡାକ୍ତର

ଭୁବନେଶ୍ୱର,୮।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ଏମ୍‌ବିବିଏସ୍‌ ଛାତ୍ରୀଛାତ୍ରଙ୍କୁ ତାଲିମ ଦେଇ ନିୟୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ହୋମିଓପାଥିକ, ଆୟୁର୍ବେଦିକ, ଏଏନ୍‌ଏମ୍‌ଙ୍କୁ...

ବର୍ଷେ ତିଷ୍ଟିଲାନି ପ୍ରେମ ବିବାହ: ଦଉଡି ଦେଲେ ମହିଳା କନଷ୍ଟେବଳ

ଗୋପାଳପୁର,୨୯ା୮(ଡି.ଏନ.ଏ.): ଗୋପାଳପୁର ଥାନା ଅଧୀନ ଆମ୍ବପୁଆ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳା କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଯାଜ୍ଞସିନୀ ବେହେରା(୨୭)। ବ୍ରହ୍ମପୁର...

ଭାଜପା ଛାଡ଼ିଲେ ଜଗନ୍ନାଥ ପ୍ରଧାନ

ଭୁବାନେଶ୍ୱର,୨।୬(ବ୍ୟୁରୋ): ଭାରତୀୟ ଜନତା ପାର୍ଟୀ(ଭାଜପା)ରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ମଙ୍ଗଳବାର ଇସ୍ତଫା ଦେଇଥିବା ସୂଚନା ମିଳିଛି।...

୨୦ରୁ ପୁଣି ଝାରସୁଗୁଡ଼ା-ରାୟପୁର ବିମାନ ସେବା

ଭୁବନେଶ୍ୱର, ୧୬।୬(ବ୍ୟୁରୋ)- ଆଲାଏନ୍ସ ଏୟାର ପକ୍ଷରୁ ଆସନ୍ତା ୨୦ ତାରିଖରୁ ଝାରସୁଗୁଡ଼ାରୁ ରାୟପୁର ବିମାନ ସେବା ପୁଣି ଆରମ୍ଭ ହେବ। ଗତବର୍ଷ ଜୁନ୍‌ ୬ରୁ ଝାରସୁଗୁଡାର...

ପଥର ଚୋରା ଚାଲାଣ ର଼୍ୟାକେଟରେ ପୋଲିସ ଲିଙ୍କ୍‌ ମାମଲା: ବଦଳିଲେ ଥାନା ଅଧିକାରୀ ରଞ୍ଜିତ ସାହୁ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ଖୋର୍ଦ୍ଧା ଚୋରା ପଥର ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଇନ୍ସପେକ୍ଟର ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ଟାଉନ ଥାନାରୁ...

Advertisement
Archives

Model This Week