‘ପୁରସ୍କାର ଦ୍ୱାରା ସାମାଜିକ ଦାୟିତ୍ୱବୋଧ ବଢ଼େ’

ନିମାପଡ଼ା,୬ା୯(ଡି.ଏନ୍‌.ଏ.):ଚଳିତବର୍ଷ ଓଡ଼ିଶାରୁ ଏକମାତ୍ର ଶିକ୍ଷକ ଭାବେ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ପୁରୀ ଜିଲା ନିମାପଡ଼ା ବ୍ଲକ ଗଡ଼ପଦନପୁର ପଞ୍ଚାୟତ ଅନ୍ତର୍ଗତ ବାଙ୍ଗୁରୁଷପାଟଣା ଗ୍ରାମରେ ଶିକ୍ଷକ ନାୟକଙ୍କ ଜନ୍ମ। ସମ୍ପ୍ରତି ସେ ନିମାପଡ଼ା ବ୍ଲକର କାନପୁର ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ରାଷ୍ଟ୍ରପତି ପୁରସ୍କାର ପାଇବା ପରେ ଶିକ୍ଷକ ନାୟକଙ୍କ ସହ ଆମ ନିମାପଡ଼ା ପ୍ରତିନିଧି ବିଚିତ୍ରାନନ୍ଦ ସାହୁଙ୍କ ସାକ୍ଷାତକାର।

ଶିକ୍ଷକତା ସହ ପିଲାଙ୍କ ପାଇଁ ଆଉ କ’ଣ କରିଛନ୍ତି?
ମୁଁ ଆମ ଗ୍ରାମରେ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଷ୍ଟୁଡେଣ୍ଟ ନଲେଜ ସେଣ୍ଟର ଓ ଲାଇବ୍ରେରୀ ଖୋଲିଛି। ଏହି ସେଣ୍ଟରରେ ପିଲାଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ଦିଆଯାଏ। ଏହି ସେଣ୍ଟରରେ କମ୍ପ୍ୟୁଟର ଶିକ୍ଷା ଲାଭ କରି ପିଲାମାନେ ବହୁ ଉପକୃତ ହେଉଛନ୍ତି। ସେହିପରି ଲାଇବ୍ରେରୀରେ ବିଭିନ୍ନ ପ୍ରକାର ପୁସ୍ତକ ଓ ପତ୍ରପତ୍ରିକା ପଢ଼ି ଜ୍ଞାନ ଆହରଣ କରିଥାନ୍ତି।

ବର୍ତ୍ତମାନର ପ୍ରାଥମିକ ଶିକ୍ଷା ସମ୍ପର୍କରେ ଆପଣଙ୍କ ମତ?
ଏବେ ଜାତୀୟ ଶିକ୍ଷାନୀତି-୨୦୨୦ ଆସିଛି। ଏହି ଶିକ୍ଷାନୀତି ଅନ୍ତର୍ଗତ ବ୍ୟବସ୍ଥାଗୁଡ଼ିକ ବିଦ୍ୟାଳୟରେ କାର୍ଯ୍ୟକାରୀ ହେଲେ ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ।
ଶିକ୍ଷକ ବୃତ୍ତିକୁ ଆପଣାଉଥିବା ଯୁବପିଢ଼ିଙ୍କ ପାଇଁ କ’ଣ ବାର୍ତ୍ତା ଦେବେ?
ଶିକ୍ଷକତା ଏକ ପବିତ୍ର ବୃତ୍ତି। ଶିକ୍ଷକମାନେ ଯେପରି ନିଜ ଭାବନାକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନିଷ୍ଠାର ସହ ପ୍ରବେଶ କରାଇବେ ଏବଂ ପିଲାମାନେ ଯେଭଳି ଶିକ୍ଷକଙ୍କ ଦ୍ୱାରା ବହୁଳ ଭାବେ ପ୍ରଭାବିତ ହେବେ ସେ ଦିଗରେ କାର୍ଯ୍ୟ କରାଯିବା ଆବଶ୍ୟକ। ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ନିଜର ସନ୍ତାନ ଭଳି ଭଲ ପାଇବା ଉଚିତ। ଏପରି ହେଲେ ଜଣେ ଆଦର୍ଶ ଶିକ୍ଷକ ହୋଇପାରିବେ।
ପୂର୍ବରୁ କ’ଣ ସବୁ ସମ୍ମାନ ଓ ପୁରସ୍କାର ପାଇଛନ୍ତି ?
୨୦୧୬ ମସିହାରେ ରାଜ୍ୟ ଶିକ୍ଷକ ସମ୍ମାନ, ୨୦୧୫ରେ ଜିଲା ସୃଜନଶୀଳ ଶିକ୍ଷକ ସମ୍ମାନ, ବାଙ୍କୀ ସାରସ୍ବତ ସମ୍ମାନ, ଭୁବନେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ନେଶନ୍‌ ବିଲଡର ପୁରସ୍କାର ସମେତ ରାଜ୍ୟ ଓ ଜିଲାର ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛି।

ଏହି ପୁରସ୍କାର ଆପଣଙ୍କୁ ଆଗକୁ ନେବାରେ କେତେ ସହାୟକ ହେବ?
ରାଷ୍ଟ୍ରପତି ପୁରସ୍କାର ମୋର ସାମାଜିକ ଦାୟିତ୍ୱବୋଧକୁ ବୃଦ୍ଧି କରୁଛି। ଯାହାଦ୍ୱାରା କି ମୋ’ ଜୀବନ ଥିବା ପର୍ଯ୍ୟନ୍ତ ମୁଁ ସମାଜର ମଙ୍ଗଳ କରିବାରେ ବ୍ରତୀ ହେବି। ଛାତ୍ରୀଛାତ୍ର ଓ ପିଲାଙ୍କୁ ଭଲ ନାଗରିକ ଭାବେ ଗଢ଼ିତୋଳିବା ପାଇଁ ମୁଁ ସର୍ବଦା ଚେଷ୍ଟା କରିବି। ଏହି ଗଢ଼ିତୋଳିବା କାର୍ଯ୍ୟ ମୋ ଜୀବନର କର୍ତ୍ତବ୍ୟବୋଧ ଭାବେ ପରିଗଣିତ ହେବ ବୋଲି ମୁଁ ମନେ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri