ଓଡ଼ିଶା ପୁଞ୍ଜିନିବେଶକାରୀଙ୍କ ପାଇଁ ପସନ୍ଦ ସ୍ଥାନ: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୬ା୯(ବ୍ୟୁରୋ):ପୁଞ୍ଜିନିବେଶ, ଶିଳ୍ପ ପାଇଁ ଓଡ଼ିଶା ହେଉଛି ଏକ ପସନ୍ଦ ସ୍ଥାନ। ଉତ୍ସାହର ସହ ଯୁବ ଗୋଷ୍ଠୀ ଉଦ୍ୟୋଗୀ ହେବାକୁ ଆଗେଇ ଆସିବାକୁ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଆହ୍ବାନ ଦେଇଛନ୍ତି। ଷ୍ଟାର୍ଟଅପ୍‌ ଓଡ଼ିଶାର ଫଣ୍ଡଷ୍ଟାକ ୨.୦ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି, ଷ୍ଟାର୍ଟଅପ୍‌ ଏବଂ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି କରିବାରେ ଏହା ସହାୟତା କରିବ। ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ବିକାଶ ପାଇଁ ନିମନ୍ତ୍ରିତ ଇନଭେଷ୍ଟର୍ସ ପ୍ୟାନେଲଙ୍କ ମତାମତ ଲୋଡିଛନ୍ତି। ଏହି ଅବସରରେ ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ଓମ୍‌କାର ରାୟ କହିଛନ୍ତି ଯେ, ଫଣ୍ଡଷ୍ଟାକ କେବଳ ଯେ ଏକ ପ୍ଲାଟଫର୍ମ ନୁହେଁ, ଏହା ପୁଞ୍ଜିନିବେଶ ପ୍ରସ୍ତୁତି କରି ଷ୍ଟାର୍ଟଅପ୍‌ ସୃଷ୍ଟି କରିବା କ୍ଷେତ୍ରରେ ଘରୋଇ ପୁଞ୍ଜିିନିବେଶକାରୀଙ୍କୁ ସହାୟତା କରିଥାଏ। ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା କହିଛନ୍ତି ଯେ, ଫଣ୍ଡ ଷ୍ଟାକ୨.୦ ରାଜ୍ୟରେ ଷ୍ଟାର୍ଟଅପ୍‌ ଗୋଷ୍ଠୀଙ୍କୁ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ ପାଇଁ ପ୍ରସ୍ତୁତି କରିବା ସହ ବିଶ୍ୱରୁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାରେ ବିଶେଷ ସହାୟକ ହୋଇପାରିବ। ଷ୍ଟାର୍ଟଅପ୍‌ ଓଡ଼ିଶା ସିଇଓ ମହମ୍ମଦ ସିଦ୍ଦିକ ଆଲମ ସ୍ବାଗତ ଭାଷଣ ଦେଇଥିଲେ। ପରେ ପୁଞ୍ଜିନିବେଶକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ପିପିଲି ବିକାଶ କଥା ନିଜେ ବୁଝିବି’

ଭୁବନେଶ୍ୱର,୧୩।୪(ବ୍ୟୁରୋ): ମୁଁ ପିପିଲି-ଡେଲାଙ୍ଗ ଯାଇଥାଆନ୍ତି। ଆପଣମାନେ ମୋତେ ଆଶୀର୍ବାଦ କରିବାକୁ ବହୁସଂଖ୍ୟାରେ ଏକାଠି ହୋଇଥାନ୍ତେ। କୋଭିଡ୍‌ ସମୟରେ ଏହା ଠିକ୍‌ ହେବ ନାହିଁ। ମୋ ପାଇଁ...

ସୁସ୍ଥ ହେଲେ ୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯।୩: ରାଜ୍ୟରେ ମଙ୍ଗଳବାର ୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୩,୩୫,୨୫୦ରେ ପହଞ୍ଚିଛି। ସମ୍ବଲପୁରରୁ ସର୍ବାଧିକ...

ଜଳଜୀବନ ମିଶନ୍‌ରେ ଓଡ଼ିଶାକୁ ୮୩୧ କୋଟି

ଭୁବନେଶ୍ୱର, ୧।୧(ବ୍ୟୁରୋ): ଓଡ଼ିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ୮୩୦ କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଆଗାମୀ ୨୦୨୪ ସୁଦ୍ଧା...

ବିଭିନ୍ନ ସ୍ଥାନରେ ରଜକେଶ୍ୱରଙ୍କ ପୂଜାର୍ଚ୍ଚନା

ଖଇରା,୧୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ରଜକେଶ୍ୱରଙ୍କ ପୂଜାର୍ଚ୍ଚନା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି ା ସାରଡାଙ୍ଗ ପଞ୍ଚାୟତ ଅଧୀନ ଭୁଆଁଳଗଡିଆ ଗ୍ରାମରେ...

ଆଜି ଆଉ ୧୦ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୭୨ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

ଖଣ୍ଡପଡ଼ା ଅଞ୍ଚଳରେ ଅବାଧ ବାର୍‌ହା ଶିକାର

ଖଣ୍ଡପଡା,୨୦।୧୦(ସ୍ବ.ପ୍ର.)-ଖଣ୍ଡପଡ଼ା ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ବାର୍‌ହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଫଳରେ ବାର୍‌ହା ଗ୍ରାମଗୁଡିକରେ ପଶି ଫସଲ ଖାଇବା ସହ ନଷ୍ଟ...

ଦାଦନ ସମସ୍ୟାକୁ ରୋକିବ ଲୋକକଳା

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ ଲୋକକଳାର ସାହାଯ୍ୟ ନିଆଯିବ। ଲୋକକଳା ପରିବେଷଣ ମାଧ୍ୟମରେ ଲୋକଙ୍କୁ...

‘ଗାଁରେ ବୁଲିବ ବୁଷ୍ଟର ଟିକା ଭ୍ୟାନ୍‌’

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ମାଗଣା ବୁଷ୍ଟର ଡୋଜ୍‌ ଟିକାକରଣ। ତେବେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା...

Advertisement
Archives

Model This Week