ଓଡ଼ିଶାରେ ଭାଜପା ନୂଆ ପ୍ରଭାରୀ

ଭୁବନେଶ୍ବର,୬ା୯(ବ୍ୟୁରୋ):ଭାଜପା ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଦାୟିତ୍ୱ ପାଇବା ପରେ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନବନ୍ଦରଠାରେ ବଂଶଲ ପହଞ୍ଚିବା ପରେ ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ ବିପୁଳ ସ୍ବାଗତ କରାଯାଇଛି। ପ୍ରଭାରୀ ରୂପେ ଦାୟିତ୍ୱ ନେବାପରେ ବଂଶଲ ଭୁବନେଶ୍ୱରରେ ଦଳୀୟ ନେତାଙ୍କ ସହ ବୈଠକ ଆରମ୍ଭ କରିଦେଇଛନ୍ତି। ୨୦୨୪ ନିର୍ବାଚନ ପାଇଁ ପାଗ ଭିଡ଼ିବାକୁ ବଂଶଲଙ୍କ ଉପରେ ଭାଜପା କେନ୍ଦ୍ରୀୟ ନେତାମାନେ ଭରସା କରିଥିବା କୁହାଯାଉଛି।
ବିମାନବନ୍ଦରରୁ ସିଧା ଦଳୀୟ କାର୍ଯ୍ୟାଳୟଠାରେ ପହଞ୍ଚି ଅପରାହ୍ନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସଙ୍ଗଠନ ମନ୍ତ୍ରୀ ଏବଂ ରାଜ୍ୟ ସାଧାରଣ ସମ୍ପାଦକଙ୍କ ସହ ପ୍ରାଥମିକ ଆଲୋଚନା କରିଛନ୍ତି। ଦୀର୍ଘ ସମୟ ଆଲୋଚନା ଭିତରେ ସେ ଦଳୀୟ ନେତାମାନେ ସଙ୍ଗଠନ ଆଗକୁ ବଢ଼ିବାରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ କହିଛନ୍ତି। ଆଗକୁ ଦଳର କାର୍ଯ୍ୟକ୍ରମ କିପରି ଶାସକ ଦଳ ବିରୋଧରେ ତୀବ୍ର ହେବ ଏବଂ କେନ୍ଦ୍ରୀୟ ନେତାଙ୍କ ଆଭିମୁଖ୍ୟ ବଦଳିବାର ଆବଶ୍ୟକତା ଥିବା ନେଇ ଆଲୋଚନା ହୋଇଛି। ପର୍ଯ୍ୟାୟକ୍ରମେ କେତେଜଣ ନେତାଙ୍କୁ ମଧ୍ୟ ସେ ଏକୁଟିଆ ଭେଟି କିଛି କଥା ହୋଇଛନ୍ତି। ସାରେ ବଂଶଲ ପୁରୀ ଗସ୍ତ କରିଥିବା ବେଳେ ବିଳମ୍ବିତ ରାତିରେ ସେଠାରୁ ଫେରିଛନ୍ତି। ସେ ଦଳୀୟ କାର୍ଯ୍ୟାଳୟଠାରେ ରାତ୍ରିଯାପନ କରିବା ସହ ମଙ୍ଗଳବାର ଜିଲା ସଭାପତି, ଜିଲା ପ୍ରଭାରୀ, ସମସ୍ତ ପଦାଧିକାରୀ ଏବଂ ମୋର୍ଚ୍ଚା ସଭାପତିମାନଙ୍କ ସହିତ ଏକ ବୈଠକ କରିବେ। ଜିଲାସ୍ତରରେ ଦଳର ଭବିଷ୍ୟତ ରଣନୀତି କିପରି ହେବ ସେନେଇ ସେ ଆଲୋଚନା ହେବ। ଏହାସହ କେଉଁସବୁ ପ୍ରସଙ୍ଗରେ ଆଗକୁ ଦଳ ରାସ୍ତାକୁ ଓହ୍ଲାଇବ ଏବଂ କର୍ମୀମାନଙ୍କୁ ବାନ୍ଧି ରଖିବା ପାଇଁ କି ପ୍ରକାର ସମସ୍ୟା ହେଉଛି ସେନେଇ ଧ୍ୟାନଦେବାକୁ କୁହାଯାଇଛି। ବଂଶଲ ମଙ୍ଗଳବାର ଉକ୍ତ ବୈଠକ ଶେଷ କରିବା ପରେ ପୁଣି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ସେ ଦିଲ୍ଲୀ ଫେରିବା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପ.ି ନଡ୍ଡାଙ୍କୁ ରିପୋର୍ଟ ପ୍ରଦାନ କରିବେ। ଆଗକୁ ନଡ୍ଡା ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏହା ପୂର୍ବରୁ ବଂଶଲ ନଡ୍ଡାଙ୍କ ଗସ୍ତ କିପରି ସଫଳ ହେବ ସେନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି। ତେବେ ନିକଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିଲେ। ତାଙ୍କ ଗସ୍ତ ସମୟରେ ଶାହା ଦଳର ବିଭିନ୍ନ ବର୍ଗର ନେତାଙ୍କ ସହ ଆଲୋଚନା କରିଥିବା ବେଳେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ୨୦୨୪ରେ ଓଡ଼ିଶାରେ ନିଶ୍ଚୟ ଭାଜପା ସରକାର କରିବ ବୋଲି ସେ କହିଥିଲେ। ତାଙ୍କ ଗସ୍ତ ଶେଷକରି ସେ ଫେରିବା ପରେ ଦଳର ପ୍ରଭାରୀ ପଦରେ ପରିବର୍ତ୍ତନ ହୋଇ ବଂଶଲଙ୍କୁ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଆଇସି, ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କୁ କରୋନା: ବଡ଼ମ୍ବା ବ୍ଲକକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବଡ଼ମ୍ବା,୨୮ା୬(ଡି.ଏନ୍‌.ଏ.)- କଟକ ଜିଲା ବଡ଼ମ୍ବା ଅଞ୍ଚଳରେ କରୋନା କାୟା ବିସ୍ତାର କରୁଛି। ଶନିବାର ରାତିରେ ବଡ଼ମ୍ବା ଥାନା ଆଇଆଇସି ଓ ରବିବାର ଜାତୀୟ ବ୍ୟାଙ୍କରେ କାର୍ଯ୍ୟରତ...

କଲ୍ୟାଣ ମଣ୍ଡପ ସ୍ଥାନ ନିରୂପଣ ନେଇ ବିବାଦ

ଧାମନଗର,୧୧।୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ସ୍ଥାନ ନିରୂପଣ ନେଇ ବିବାଦ ସୃଷ୍ଟି ହୋଇଛି।...

‘ବିରୋଧୀଙ୍କ ଅପପ୍ରଚାର ପଥରରେ ମୁଣ୍ଡ ପିଟିବା ସଦୃଶ‘

ନିମାପଡ଼ା,୩।୧୦(ଡି.ଏନ୍‌.ଏ.): ନିମାପଡ଼ା ନିର୍ବାଚନମଣ୍ଡଳୀ ୧୧ନଂ. ଜୋନ୍‌ ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

ବିଧାୟକ ଶଶିଭୂଷଣଙ୍କ କାର୍‌କୁ ଅଣ୍ଡାମାଡ଼, ଜଣେ ଅଟକ

କେନ୍ଦ୍ରାପଡ଼ା ଅଫିସ,୨୯ା୧୨: କେନ୍ଦ୍ରାପଡ଼ା ଜିଲାରେ ଶାସକ ଦଳର ନେତାଙ୍କୁ ବିରୋଧ ଜାରି ରହିଛି। ଗତ ଅକ୍ଟୋବରରେ ରାଜ୍ୟ ସମବାୟ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ...

ଇଣ୍ଡିଆ ଗେଟ୍‌ରେ ପରିବେଶ ପାଇଁ ସଚେତନ କଲେ କପିଳ

ଭୁବନେଶ୍ୱର, ୬ା୨ (ବ୍ୟୁରୋ): ପେଟ୍ରୋଲ, ଡିଜେଲ ଚାଳିତ ଗାଡ଼ିମୋଟରର ବ୍ୟାପକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବଢ଼ି ଚାଲିଛି। ବିଶେଷକରି ନୂଆଦିଲ୍ଲୀର ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା...

ଆଜି ଦୋଳ ପୂର୍ଣ୍ଣିମା: ଫଗୁ ଖେଳିବେ ଶ୍ରୀଜିଉ

ପୁରୀ ଅଫିସ,୭।୩: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତକାନ୍ତି କରାଯାଉଛି। ଚତୁର୍ଦ୍ଧାମୂର୍ତ୍ତି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ...

ଐତିହ୍ୟସ୍ଥଳୀର ସୁରକ୍ଷା, ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ ନେଇ ଦାବିପତ୍ର

ଭଦ୍ରକ ଅଫିସ, ୧୭।୭: ଭଦ୍ରକ ଜିଲାର ପ୍ରସିଦ୍ଧ ଐତିହ୍ୟସ୍ଥଳୀରୁ ଗତ କିଛିବର୍ଷ ଧରି ଦୁର୍ଲଭ ଭାସ୍କର୍ଯ୍ୟରାଜି ମୂର୍ତ୍ତି ଚୋରି ହେବାରେ ଲାଗିଛି। ଏହାମଧ୍ୟରେ ଜଣେ ମଧ୍ୟ...

ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ନାଁରେ ରାଶନ କାର୍ଡ

ମାଲକାନଗିରି,୨୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ସ୍ତ୍ରୀଙ୍କ ନାଁରେ ରାଶନ କାର୍ଡ କରାଇଥିବା ଅଭିଯୋଗ ହୋଇଛି। ଏମିତି କି ମ୍ୟୁନିସିପାଲିଟି ଲ୍ୟାଣ୍ଡ୍‌...

Advertisement
Archives

Model This Week