ଓଡ଼ିଶାରେ ଭାଜପା ନୂଆ ପ୍ରଭାରୀ

ଭୁବନେଶ୍ବର,୬ା୯(ବ୍ୟୁରୋ):ଭାଜପା ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଦାୟିତ୍ୱ ପାଇବା ପରେ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନବନ୍ଦରଠାରେ ବଂଶଲ ପହଞ୍ଚିବା ପରେ ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ ବିପୁଳ ସ୍ବାଗତ କରାଯାଇଛି। ପ୍ରଭାରୀ ରୂପେ ଦାୟିତ୍ୱ ନେବାପରେ ବଂଶଲ ଭୁବନେଶ୍ୱରରେ ଦଳୀୟ ନେତାଙ୍କ ସହ ବୈଠକ ଆରମ୍ଭ କରିଦେଇଛନ୍ତି। ୨୦୨୪ ନିର୍ବାଚନ ପାଇଁ ପାଗ ଭିଡ଼ିବାକୁ ବଂଶଲଙ୍କ ଉପରେ ଭାଜପା କେନ୍ଦ୍ରୀୟ ନେତାମାନେ ଭରସା କରିଥିବା କୁହାଯାଉଛି।
ବିମାନବନ୍ଦରରୁ ସିଧା ଦଳୀୟ କାର୍ଯ୍ୟାଳୟଠାରେ ପହଞ୍ଚି ଅପରାହ୍ନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସଙ୍ଗଠନ ମନ୍ତ୍ରୀ ଏବଂ ରାଜ୍ୟ ସାଧାରଣ ସମ୍ପାଦକଙ୍କ ସହ ପ୍ରାଥମିକ ଆଲୋଚନା କରିଛନ୍ତି। ଦୀର୍ଘ ସମୟ ଆଲୋଚନା ଭିତରେ ସେ ଦଳୀୟ ନେତାମାନେ ସଙ୍ଗଠନ ଆଗକୁ ବଢ଼ିବାରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ କହିଛନ୍ତି। ଆଗକୁ ଦଳର କାର୍ଯ୍ୟକ୍ରମ କିପରି ଶାସକ ଦଳ ବିରୋଧରେ ତୀବ୍ର ହେବ ଏବଂ କେନ୍ଦ୍ରୀୟ ନେତାଙ୍କ ଆଭିମୁଖ୍ୟ ବଦଳିବାର ଆବଶ୍ୟକତା ଥିବା ନେଇ ଆଲୋଚନା ହୋଇଛି। ପର୍ଯ୍ୟାୟକ୍ରମେ କେତେଜଣ ନେତାଙ୍କୁ ମଧ୍ୟ ସେ ଏକୁଟିଆ ଭେଟି କିଛି କଥା ହୋଇଛନ୍ତି। ସାରେ ବଂଶଲ ପୁରୀ ଗସ୍ତ କରିଥିବା ବେଳେ ବିଳମ୍ବିତ ରାତିରେ ସେଠାରୁ ଫେରିଛନ୍ତି। ସେ ଦଳୀୟ କାର୍ଯ୍ୟାଳୟଠାରେ ରାତ୍ରିଯାପନ କରିବା ସହ ମଙ୍ଗଳବାର ଜିଲା ସଭାପତି, ଜିଲା ପ୍ରଭାରୀ, ସମସ୍ତ ପଦାଧିକାରୀ ଏବଂ ମୋର୍ଚ୍ଚା ସଭାପତିମାନଙ୍କ ସହିତ ଏକ ବୈଠକ କରିବେ। ଜିଲାସ୍ତରରେ ଦଳର ଭବିଷ୍ୟତ ରଣନୀତି କିପରି ହେବ ସେନେଇ ସେ ଆଲୋଚନା ହେବ। ଏହାସହ କେଉଁସବୁ ପ୍ରସଙ୍ଗରେ ଆଗକୁ ଦଳ ରାସ୍ତାକୁ ଓହ୍ଲାଇବ ଏବଂ କର୍ମୀମାନଙ୍କୁ ବାନ୍ଧି ରଖିବା ପାଇଁ କି ପ୍ରକାର ସମସ୍ୟା ହେଉଛି ସେନେଇ ଧ୍ୟାନଦେବାକୁ କୁହାଯାଇଛି। ବଂଶଲ ମଙ୍ଗଳବାର ଉକ୍ତ ବୈଠକ ଶେଷ କରିବା ପରେ ପୁଣି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ସେ ଦିଲ୍ଲୀ ଫେରିବା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପ.ି ନଡ୍ଡାଙ୍କୁ ରିପୋର୍ଟ ପ୍ରଦାନ କରିବେ। ଆଗକୁ ନଡ୍ଡା ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏହା ପୂର୍ବରୁ ବଂଶଲ ନଡ୍ଡାଙ୍କ ଗସ୍ତ କିପରି ସଫଳ ହେବ ସେନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି। ତେବେ ନିକଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିଲେ। ତାଙ୍କ ଗସ୍ତ ସମୟରେ ଶାହା ଦଳର ବିଭିନ୍ନ ବର୍ଗର ନେତାଙ୍କ ସହ ଆଲୋଚନା କରିଥିବା ବେଳେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ୨୦୨୪ରେ ଓଡ଼ିଶାରେ ନିଶ୍ଚୟ ଭାଜପା ସରକାର କରିବ ବୋଲି ସେ କହିଥିଲେ। ତାଙ୍କ ଗସ୍ତ ଶେଷକରି ସେ ଫେରିବା ପରେ ଦଳର ପ୍ରଭାରୀ ପଦରେ ପରିବର୍ତ୍ତନ ହୋଇ ବଂଶଲଙ୍କୁ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?