ମୋହନାରେ ୧୬ ଜଣିଆ ଡାକ୍ତରୀ ଟିମ୍‌

ପାରଳାଖେମୁଣ୍ଡିି/ଆର୍‌.ଉଦୟଗିରି, ୬ା୯(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକରେ ଡେଙ୍ଗୁଜ୍ୱର ଆତଙ୍କ ଦେଖାଦେଇଛି। ମାସକ ମଧ୍ୟରେ ଡେଙ୍ଗୁ ଲକ୍ଷଣଯୁକ୍ତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଏବେ ବ୍ରହ୍ମପୁର, ଭୁବନେଶ୍ବର, ବିଶାଖାପାଟଣା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବାରୁ ସୋମବାର ଭୁବନେଶ୍ୱରରୁ ହାଇଟେକ୍‌ ମେଡିକାଲର ୧୬ ଜଣିଆ ଡାକ୍ତରୀ ଟିମ୍‌ ଆସିଛି। ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡେଙ୍ଗୁ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମୋହନା ପଞ୍ଚାୟତର ୭, ୮ ଓ ୯ନଂ. ଓ୍ବାର୍ଡରୁ ୧୩୮ ଜଣଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୩୧ ଜଣ ପଜିଟିଭ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ନମିତା ପଣ୍ଡା ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବତନ୍ତ୍ର ଓ୍ବାର୍ଡ ଖୋଲାଯାଇଛି। ପଞ୍ଚାୟତରେ ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ରହିଛି। ଡାକବାଜି ଯନ୍ତ୍ର ଦ୍ୱାରା ଅଙ୍ଗନଓ୍ବାଡି ଓ ଆଶା କର୍ମୀମାନେ ଲୋକଙ୍କୁ ପରିବେଶ ସ୍ବଚ୍ଛ ରଖିବା ଓ କୌଣସି ସ୍ଥାନରେ ପାଣି ଜମିବାକୁ ନ ଦେବା ଲାଗି ସଚେତନ କରାଉଛନ୍ତି। ଅନ୍ୟପକ୍ଷରେ ତହସିଲଦାର କିଶୋର ଦାଶ, ବିଡିଓ ତପସ୍ବିନୀ ହାଁସ୍‌ଦା, ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲିକ, ଜିଲା ପରିଷଦ ଅଧ୍ୟକ୍ଷ ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ଓ ଚନ୍ଦ୍ରଗିରି ଜୋନ୍‌ର ଜିଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ, ଚନ୍ଦ୍ରକାନ୍ତ ମଳିକଙ୍କ ସମେତ ପଞ୍ଚାୟତ ପ୍ରତିନିଧିମାନେ ପ୍ରତ୍ୟେକ ସାହି ପରିଦର୍ଶନ କରିଥିଲେ। ମୋହନାରେ ଡ୍ରେନ୍‌ ସୁବିଧା ନାହିଁ। ବର୍ଷା ହେଲେ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି, ଯାହାଫଳରେ ଏଡିସ୍‌ ମଶାବଂଶ ବୃଦ୍ଧି ପାଉଛି। ଡ୍ରେନ୍‌ ଓ ରାସ୍ତା ନିର୍ମାଣ ପାଇଁ ଜିଲା ପରିଷଦ ଅଧ୍ୟକ୍ଷ ରାଓ ବିଡିଓଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri